ଶ୍ରୀଲଙ୍କାରେ ଆର୍ଥିକ ଓ ଖାଦ୍ୟ ସଙ୍କଟକୁ ନେଇ ହିଂସାକାଣ୍ଡ, ରାଜଧାନୀରେ କର୍ଫୁ୍ୟ
ନୂଆଦିଲ୍ଲୀ: ଏପ୍ରିଲ ୦୧: ଶ୍ରୀଲଙ୍କାରେ ଏବେ ଉତ୍କଟ ଆର୍ଥିକ ଓ ଖାଦ୍ୟ ସଙ୍କଟ ଦେଖାଯାଇଛି । ଲୋକ ଖାଇବାକୁ ଦୁଇ ମୁଠା ଖାଦ୍ୟ ପାଉନାହାନ୍ତି । ସରକାରଙ୍କ ପାଖରେ ଯଥେଷ୍ଟ ବେଦେଶିକ ବିନିମୟ ସମ୍ବଳ ନ ଥିବାରୁ ୨୨ ନିୟୁତ ଜନତା ଥିବା ଶ୍ରୀଲଙ୍କାରେ ଦୈନିକ ୧୩ ଘଣ୍ଟା ବିଜୁଳି କାଟ ହେଉଛି । ଏହି ସଙ୍କଟ ପରିଚାଳନାରେ ସରକାରଙ୍କ ଭୂମିକାକୁ ଶ୍ରୀଲଙ୍କବାସୀ ପ୍ରତିବାଦ କରିଛନ୍ତି । ତେବେ ଗତକାଲି ରାତ୍ରିରେ ପ୍ରତିବାଦ ହିଂସାକାଣ୍ଡର ରୂପ ନେଇଛି […]
ନୂଆଦିଲ୍ଲୀ: ଏପ୍ରିଲ ୦୧: ଶ୍ରୀଲଙ୍କାରେ ଏବେ ଉତ୍କଟ ଆର୍ଥିକ ଓ ଖାଦ୍ୟ ସଙ୍କଟ ଦେଖାଯାଇଛି । ଲୋକ ଖାଇବାକୁ ଦୁଇ ମୁଠା ଖାଦ୍ୟ ପାଉନାହାନ୍ତି । ସରକାରଙ୍କ ପାଖରେ ଯଥେଷ୍ଟ ବେଦେଶିକ ବିନିମୟ ସମ୍ବଳ ନ ଥିବାରୁ ୨୨ ନିୟୁତ ଜନତା ଥିବା ଶ୍ରୀଲଙ୍କାରେ ଦୈନିକ ୧୩ ଘଣ୍ଟା ବିଜୁଳି କାଟ ହେଉଛି ।
ଏହି ସଙ୍କଟ ପରିଚାଳନାରେ ସରକାରଙ୍କ ଭୂମିକାକୁ ଶ୍ରୀଲଙ୍କବାସୀ ପ୍ରତିବାଦ କରିଛନ୍ତି । ତେବେ ଗତକାଲି ରାତ୍ରିରେ ପ୍ରତିବାଦ ହିଂସାକାଣ୍ଡର ରୂପ ନେଇଛି । ବିଳମ୍ବିତ ରାତ୍ରିରେ ଶ୍ରୀଲଙ୍କାର ରାଜଧାନୀ କଲମ୍ବୋର କେତେକ ପ୍ରାନ୍ତରେ ପୋଲିସ କର୍ଫୁ୍ୟ ଜାରି କରିଛି ।

ସୂଚନା ଅନୁସାରେ , ଗୁରୁବାର ରାତିରେ କଲମ୍ବୋ ସ୍ଥିତ ରାଷ୍ଟ୍ରପତି ଗୋତବୟା ରାଜପକ୍ଷେଙ୍କ ବ୍ୟକ୍ତିଗତ ବାସଭବନ ନିକଟରେ ପ୍ରାୟ ୫୦୦୦ ପ୍ରତିବାଦକାରୀ ଏକତ୍ର ହୋଇ ଗାଡ଼ି ଭଙ୍ଗରୁଜା କରି ନିଆଁ ଲଗାଇ ଦେବା ସହିତ ବାସଭବନକୁ ଟେକା ଓ ପଥର ପକାଇଥିଲେ । ସେମାନଙ୍କୁ ଘଉଡ଼ାଇବା ଲାଗି ପୋଲିସ ଲୁହବୁହା ଗ୍ୟାସ୍ ଏବଂ ପାଣି ମାଡ଼ କରିଥିବା ବହୁ ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି ।

ଆହୁରି ମଧ୍ୟ ମୋଟୋର୍ସାଇକେଲ୍ ହେଲ୍ମେଟ୍ ପିନ୍ଧି ପ୍ରତିବାଦକାରୀମାନେ ଗୋଟାଏ ପାଚେରି ଭାଙ୍ଗି ପୋଲିସଙ୍କ ଉପରକୁ ଇଟା ଫିଙ୍ଗିଥିଲେ । ଗୋତବୟାଙ୍କ ବାସଭବନ ନିକଟରେ ଏକ ବସରେ ନିଆଁ ଲଗାଇ ଦେଇଥିଲେ ।

ଗୋଟିଏ ପୋଲିସ ବସ୍, ଜିପ୍, ୨ଟି ମୋଟୋରସାଇକେଲ୍ ପୋଡ଼ି ଦେଇଥିଲେ । ଏହାସହିତ ଗୋଟାଏ ୱାଟର୍ କ୍ୟାନନ୍ ଟ୍ରକ୍ ମଧ୍ୟ ପ୍ରତିବାଦକାରୀମାନେ ନଷ୍ଟ କରି ଦେଇଛନ୍ତି । ସେଠାରେ ଏକ ଭୟଙ୍କର ପରିସ୍ଥିିତି ସୃଷ୍ଟି ହୋଇଥିଲା ।

ବରିଷ୍ଠ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଅମଲ ଏଡିରିମାନେ ପ୍ରକାଶ କରିଛନ୍ତି ଯେ, କଲମ୍ବୋର ୪ଟି ପୋଲିସ ଡିଭିଜନ୍ରେ କର୍ଫ୍ୟୁ ଜାରି କରାଯାଇଛି । ନୁଗେଗୋଡ଼ାର ମିରିହାନାଠାରେ ହୋଇଥିବା ପ୍ରତିବାଦରେ ଜଣେ ମହିଳା ଏବଂ ୪୪ଜଣ ପୁରୁଷଙ୍କ ସମେତ ୪୫ଜଣ ପ୍ରତିବାଦକାରୀଙ୍କୁ ଗିରଫ କରାଯାଇଛି । ଏଥିରେ ୫ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।




