ମଙ୍ଗଳରେ ସମୁଦ୍ର !

ମଙ୍ଗଳ ଗ୍ରହକୁ ନେଇ ବୈଜ୍ଞାନିକମାନେ ନିୟମିତ ରିସର୍ଚ୍ଚ ଜାରି ରଖିଛନ୍ତି । ସେଠାରେ ସମୁଦ୍ର ଥିବାର ନୂଆ ପ୍ରମାଣ ମିଳିଛି । ଏହା ପୂର୍ବରୁ ମଧ୍ୟ ସେଠାରେ ପାଣି ଥିବାର କଥା କୁହାଯାଇଥିଲା । ଏପରି ସ୍ଥିତିରେ ଅନୁମାନ କରାଯାଉଛି ଲକ୍ଷେ ଲକ୍ଷେ ବର୍ଷ ପୂର୍ବରୁ ସେଠାରେ ଜୀବସତ୍ତା ଥିଲା । ବୈଜ୍ଞାନିକମାନେ ଏହି ଗ୍ରହର ଉତ୍ତରରେ ଏକ ଜୁଆରିଆ ସମୁଦ୍ରର ସନ୍ଧାନ କରିବାକୁ ମାନଚିତ୍ରର ବ୍ୟବହାର କରିଛନ୍ତି । ଗବେଷକମାନେ କହିଛନ୍ତି ଏହି ନକ୍ସା ବା […]

Samaya Live Picture
Published On

ମଙ୍ଗଳ ଗ୍ରହକୁ ନେଇ ବୈଜ୍ଞାନିକମାନେ ନିୟମିତ ରିସର୍ଚ୍ଚ ଜାରି ରଖିଛନ୍ତି । ସେଠାରେ ସମୁଦ୍ର ଥିବାର ନୂଆ ପ୍ରମାଣ ମିଳିଛି । ଏହା ପୂର୍ବରୁ ମଧ୍ୟ ସେଠାରେ ପାଣି ଥିବାର କଥା କୁହାଯାଇଥିଲା । ଏପରି ସ୍ଥିତିରେ ଅନୁମାନ କରାଯାଉଛି ଲକ୍ଷେ ଲକ୍ଷେ ବର୍ଷ ପୂର୍ବରୁ ସେଠାରେ ଜୀବସତ୍ତା ଥିଲା । ବୈଜ୍ଞାନିକମାନେ ଏହି ଗ୍ରହର ଉତ୍ତରରେ ଏକ ଜୁଆରିଆ ସମୁଦ୍ରର ସନ୍ଧାନ କରିବାକୁ ମାନଚିତ୍ରର ବ୍ୟବହାର କରିଛନ୍ତି ।
ମଙ୍ଗଳରେ ସମୁଦ୍ର !

ଗବେଷକମାନେ କହିଛନ୍ତି ଏହି ନକ୍ସା ବା ମାନଚିତ୍ର ଏ ପର୍ଯ୍ୟନ୍ତ ସବୁଠାରୁ ବଡ ପ୍ରମାଣ । ସେମାନେ ଆହୁରି କହିଛନ୍ତି ଏହି ସମୁଦ୍ର କାରଣରୁ ସେଠାରେ ଗରମ ଓ ଆର୍ଦ୍ର ଜଳବାୟୁ ଅନୁଭୂତ ହେଉଛି । ମଙ୍ଗଳକୁ ଲାଲ ଗ୍ରହ ମଧ୍ୟ କୁହାଯାଏ । ଏଠିକାର ମାଟି ଲୌହ ଖଣିଜ ପ୍ରଭାବରେ ଜଙ୍ଗ ଲାଗିବା ଦ୍ୱାରା ଲାଲ ଦେଖାଯାଏ । ଆମେରିକା ପେନସିଲ୍‌ଭାନିଆ ଷ୍ଟେଟ୍‌ ୟୁନିଭରସିଟି ଲେଖକ ବେଞ୍ଜାମିନ୍‌ କାର୍ଡେନସ୍‌ କହିଛନ୍ତି, ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ରୂପରେ ଯାହା ତୁରନ୍ତ ମନ ମଧ୍ୟକୁ ଆସିଥାଏ ତାହା ହେଉଛି ଏକ ମହାସାଗର । ଏହି ମହାସାଗରରୁ ସଙ୍କେତ ମିଳୁଛି ଯେ, ଏଠାରେ ଜୀବସତ୍ତା ଥିଲା ।

ମଙ୍ଗଳରେ ସମୁଦ୍ର !

ଗବେଷକ ନାସାର ମାର୍ସ ଅର୍ବିଟର ଲେଜର ଅଲଟିମିଟର ମାଧ୍ୟମରେ ଡାଟା ମ୍ୟାପ୍‌ ପ୍ରସ୍ତୁତ ଲାଗି ୟୁନାଇଟେଡ୍‌ ଷ୍ଟେଟସ୍‌ ଜିଓଲଜିକାଲ୍‌ ସର୍ଭେ ପକ୍ଷରୁ ବିକଶିତ ସଫଫେୱୟାର ଉପଯୋଗ କରିଛନ୍ତି । ସେମାନେ ୬,୫୦୦ କିଲୋମିଟରରୁ ଅଧିକ କ୍ଷେତ୍ର ବିଶିଷ୍ଟ ନଦୀ ରେଖାର ସନ୍ଧାନ କରିଛନ୍ତି ।

ମଙ୍ଗଳରେ ସମୁଦ୍ର !