ମାଡ଼ି ଆସୁଛି ମହାମାରୀ
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ କେବଳ ପାଗ ବଦଳିବା କିମ୍ବା ତାପମାତ୍ରା ବୃଦ୍ଧି ନୁହେଁ, ବରଂ ମହାମାରୀର ରୂପରେ ମଧ୍ୟ ଦେଖିବାକୁ ମିଳିବ । ସମ୍ପ୍ରତି ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ୨୦୭୦ ସୁଦ୍ଧା ସମଗ୍ର ବିଶ୍ୱ ହଜାର ହଜାର ମହାମାରୀର ସମ୍ମୁଖୀନ କରିପାରେ । ଏଥିସହିତ ଅତି କମ୍ରେ ୧୫ ହଜାର ଭୂତାଣୁ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବିସ୍ତାର ହେବାର ଆଶଙ୍କା ରହିଛି । ନେଚର୍ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନ […]
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ କେବଳ ପାଗ ବଦଳିବା କିମ୍ବା ତାପମାତ୍ରା ବୃଦ୍ଧି ନୁହେଁ, ବରଂ ମହାମାରୀର ରୂପରେ ମଧ୍ୟ ଦେଖିବାକୁ ମିଳିବ । ସମ୍ପ୍ରତି ଆମେରିକାର ଜର୍ଜଟାଉନ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ୨୦୭୦ ସୁଦ୍ଧା ସମଗ୍ର ବିଶ୍ୱ ହଜାର ହଜାର ମହାମାରୀର ସମ୍ମୁଖୀନ କରିପାରେ । ଏଥିସହିତ ଅତି କମ୍ରେ ୧୫ ହଜାର ଭୂତାଣୁ ପଶୁମାନଙ୍କଠାରୁ ମଣିଷ ପର୍ଯ୍ୟନ୍ତ ବିସ୍ତାର ହେବାର ଆଶଙ୍କା ରହିଛି ।

ନେଚର୍ ପତ୍ରିକାରେ ପ୍ରକାଶିତ ଏହି ଅନୁସନ୍ଧାନ ଅନୁଯାୟୀ, ଆସନ୍ତା ୫୦ ବର୍ଷ ମଧ୍ୟରେ ଏସିଆ ଏବଂ ଆଫ୍ରିକାରେ ମହାମାରୀ ବ୍ୟାପିବାର ସମ୍ଭାବନା ଅଧିକ । ଏହି ମହାଦେଶଗୁଡ଼ିକ ପୂର୍ବରୁ ହିଁ ଫ୍ଲì, ଏଚ୍.ଆଇ.ଭି, ଇବୋଲା ଏବଂ କରୋନା ଭାଇରସ୍ ଭଳି ମାରାତ୍ମକ ମହାମାରୀର ହଟସ୍ପଟ୍ ହୋଇସାରିଛି । ଏଠାରେ ରୋଗଗୁଡିକ ମନୁଷ୍ୟରୁ ପଶୁ ଏବଂ ପଶୁଠାରୁ ମନୁଷ୍ୟକୁ ମଧ୍ୟ ସ୍ଥାନାନ୍ତରିତ ହୋଇଥିବା ଦେଖାଯାଇଛି । ବୈଜ୍ଞାନିକମାନେ ଅନୁସନ୍ଧାନରେ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁୁଁ ଆସନ୍ତା ୫୦ ବର୍ଷ ମଧ୍ୟରେ ଯଦି ପୃଥିବୀର ତାପମାତ୍ରା ୨ ଡିଗ୍ରୀ ସେଲସିୟସ ବୃଦ୍ଧି ହୁଏ, ତେବେ ୩ ହଜାରରୁ ଅଧିକ ସ୍ତନ୍ୟପାୟୀ ପ୍ରାଣୀ ଅନ୍ୟ ଅଞ୍ଚଳରେ ବସବାସ କରିବାକୁ ବାଧ୍ୟ ହେବେ ।

ଏହି କାରଣରୁ ଭାଇରସ୍ ମଧ୍ୟ ସେମାନଙ୍କ ସହିତ ସ୍ଥାନାନ୍ତରିତ ହେବେ ଏବଂ ଏହି ଅଞ୍ଚଳରେ ପୂର୍ବରୁ ଉପସ୍ଥିତ ଥିବା ପଶୁମାନଙ୍କଠାରେ ବ୍ୟାପିବ । ଏହା ଆଗକୁ ଯାଇ ଏକ ବୃହତ ଜନସଂଖ୍ୟାକୁ ସଂକ୍ରମିତ କରିବ । ରିସର୍ଚ୍ଚ ଅନୁସାରେ ବର୍ତ୍ତମାନ ଜୀବଜନ୍ତୁଙ୍କଠାରେ ଏହିପରି ୧୦ ହଜାର ଭାଇରସ ଅଛି, ଯାହା ଭବିଷ୍ୟତରେ ମଣିଷକୁ ସଂକ୍ରମିତ କରିପାରେ । ଏହା କରୋନା ପରି ଏକ ବଡ଼ ମହାମାରୀର ରୂପ ନେଇପାରେ । ବୈଜ୍ଞାନିକଙ୍କ ତଥ୍ୟ ଅନୁଯାୟୀ ୨୦୭୦ ସୁଦ୍ଧା କେବଳ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ୪ ହଜାର ଭାଇରସ୍ ବ୍ୟାପିବ । ତେବେ ପକ୍ଷୀ ଏବଂ ସମୁଦ୍ର ଜୀବଜନ୍ତୁଙ୍କୁ ଏହି ଅନୁସନ୍ଧାନରେ ଅନ୍ତର୍ଭୁକ୍ତ କରାଯାଇନାହିଁ । ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବାଦୁଡ଼ି ଆଗାମୀ କିଛି ବର୍ଷ ମଧ୍ୟରେ ସର୍ବାଧିକ ଭୂତାଣୁ ବିସ୍ତାର କରିପାରେ ।

କାରଣ ବାଦୁଡ଼ି ବହୁ ଦୂରକୁ ଉଡ଼ିବାରେ ସକ୍ଷମ । ଅଧ୍ୟୟନରେ ଜଡ଼ିତ ବୈଜ୍ଞାନିକ କଲିନ୍ କାର୍ଲସନ କହିଛନ୍ତି ଯେ ଭବିଷ୍ୟତରେ ମହାମାରୀକୁ ଏଡ଼ାଇବାକୁ ହେଲେ ଜଳବାୟୁ ପରିବର୍ତ୍ତନର ଖରାପ ପ୍ରଭାବରୁ ଦୂରେଇ ରହିବାକୁ ପଡ଼ିବ । ଗ୍ଲୋବାଲ୍ ୱାର୍ମିଂ ଏବଂ ଭାଇରସ୍ ସଂକ୍ରମଣ ମଧ୍ୟରେ ସଂଯୋଗ ଗଭୀର ହେବାରେ ଲାଗିଛି । ଏହି କାରଣରୁ ନୂତନ ଭୂତାଣୁ ସୃଷ୍ଟି ଏବଂ ବିସ୍ତାର ହେବାର ଆଶଙ୍କା ମଧ୍ୟ ବଢ଼ିଛି । ତେଣୁ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ଏବଂ ଇନ୍ଧନ ବ୍ୟବହାର ହ ୍ରାସ କରିବାକୁ ପଡ଼ିବ ।




