ବିଶିଷ୍ଟ ଲେଖକ ସଲମାନ୍‌ ରୁଶଦୀଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭେଣ୍ଟିଲେଟୋର୍‌ରେ ଭର୍ତ୍ତି

ଦିଲ୍ଲୀ: ଶୁକ୍ରବାର ଦିନ ପଶ୍ଚିମ ନୁ୍ୟୟର୍କଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲା ଭାରତରେ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଛି । ନୁ୍ୟୟର୍କର ଚୌତୌକ୍ୱାସ୍ଥିତ ଚୌତୌକ୍ୱା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦୀ ଭାଷଣ ଦେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହେଲିକାପ୍‌ଟରରେ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ […]

Samaya Live Picture
Published On

ଦିଲ୍ଲୀ: ଶୁକ୍ରବାର ଦିନ ପଶ୍ଚିମ ନୁ୍ୟୟର୍କଠାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲା ଭାରତରେ ଜନ୍ମିତ ବିଶିଷ୍ଟ ବ୍ରିଟିଶ ଲେଖକ ସଲମାନ ରୁଶଦୀଙ୍କ ଉପରେ ଆକ୍ରମଣ ହୋଇଛି । ନୁ୍ୟୟର୍କର ଚୌତୌକ୍ୱାସ୍ଥିତ ଚୌତୌକ୍ୱା ପ୍ରତିଷ୍ଠାନର ମଞ୍ଚ ଉପରେ ୭୫ ବର୍ଷୀୟ ରୁଶଦୀ ଭାଷଣ ଦେବାକୁ ଯାଉଥିବା ବେଳେ ଏହି ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ତାଙ୍କୁ ହେଲିକାପ୍‌ଟରରେ ଯୋଗେ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବା କାରଣରୁ ତାଙ୍କୁ ଭେଣ୍ଟିଲେଟୋରରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ରୁଶୀଦଙ୍କ ଗୋଟିଏ ପଟ ଆଖି ନଷ୍ଟ ହୋଇଯାଥିବା ବଖର ମିଳିଛି ।

ବିଶିଷ୍ଟ ଲେଖକ ସଲମାନ୍‌ ରୁଶଦୀଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭେଣ୍ଟିଲେଟୋର୍‌ରେ ଭର୍ତ୍ତି

ନୁ୍ୟୟର୍କ ଗଭର୍ଣ୍ଣରଙ୍କ ସୂଚନା ଅନୁସାରେ, ରୁଶଦି ଜୀବିତ ଅଛନ୍ତି । ବେକରେ ଗୁରୁତର ଆଘାତ ଲାଗିଛି । ସ୍ଥାନୀୟ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ସେ ଅଧିକ କିଛି ତଥ୍ୟ ଦେଇ ନାହାନ୍ତି । ଆକ୍ରମଣକାରୀ ଯୁବକକୁ ପୋଲିସ ପଚରାଉଚରା କରିଛି । ଖୁବଶୀଘ୍ର ଆକ୍ରମଣକାରୀର ପରିଚୟ ପ୍ରକାଶ କରାଯିବ ଏବଂ ସେ କାହିଁକି ଆକ୍ରମଣ କଲା ସେ ସଂପର୍କରେ ସୂଚନା ପ୍ରଦାନ କରାଯିବ ବୋଲି ନୁ୍ୟୟର୍କ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବିଶିଷ୍ଟ ଲେଖକ ସଲମାନ୍‌ ରୁଶଦୀଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭେଣ୍ଟିଲେଟୋର୍‌ରେ ଭର୍ତ୍ତି

ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ତାଙ୍କୁ ଆକ୍ରମଣକାରୀ ମଞ୍ଚରେ ୧୫/୨୦ ଥର ମୁଥ ମାରିବା ସହିତ ବେକରେ ଛୁରାମାଡ଼ କରିଥିଲା । ତାହାପରେ ରୁଶଦୀ ତଳେ ପଡ଼ିଯାଇଥିଲେ । ମଞ୍ଚରେ ତାଙ୍କୁ ଆଶୁ ଚିକିତ୍ସା ପ୍ରଦାନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଆକ୍ରମଣକାରୀକୁ ସେଠାରେ ଉପସ୍ଥିତ ବ୍ୟକ୍ତିମାନେ ଧରି ପକାଇଥିଲେ ।

ବିଶିଷ୍ଟ ଲେଖକ ସଲମାନ୍‌ ରୁଶଦୀଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭେଣ୍ଟିଲେଟୋର୍‌ରେ ଭର୍ତ୍ତି

ସୂଚନା ଥାଉଯେ, ରୁଶଦୀ ତାଙ୍କର ଉପନ୍ୟାସ ‘ଦ ସାଟାନିକ୍‌ ଭର୍ସେସ୍‌’ ପାଇଁ ବିବାଦୀୟ ହୋଇ ପଡ଼ିଥିଲେ । ସେ ଇସଲାମର ଅପବିତ୍ରୀକରଣ କରିଥିବା ଅଭିଯୋଗ ହୋଇଥିଲା । ୧୯୮୮ ମସିହାରେ ଇରାନରେ ଉକ୍ତ ପୁସ୍ତକକୁ ନିଷିଦ୍ଧ କରାଯାଇଥିଲା । ଏହାର ଏକ ବର୍ଷ ପରେ ଇରାନର ସର୍ବୋଚ୍ଚ ଆଧ୍ୟାତ୍ମିକ ନେତା ଆୟାତୁଲ୍ଲା ରୁହୁଲ୍ଲା ଖୋମିନି ରୁଶଦୀଙ୍କ ବିରୋଧରେ ଫତୱା ଜାରି କରିଥିଲେ । ଏହିପରି କି ରୁହୁଲ୍ଲା ଖୋମିନି ରୁଶଦୀଙ୍କୁ ହତ୍ୟା କରିବା ପାଇଁ ୩ ନିୟୁତ ଡଲାର ପୁରସ୍କାର ଦିଆଯିବ ବୋଲି ଘୋଷଣା କରାଯାଇଥିଲା ।

ବିଶିଷ୍ଟ ଲେଖକ ସଲମାନ୍‌ ରୁଶଦୀଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭେଣ୍ଟିଲେଟୋର୍‌ରେ ଭର୍ତ୍ତି

୨୦୧୨ରେ ଇରାନର ଏକ ଅର୍ଦ୍ଧ ସରକାରୀ ଧାର୍ମିକ ସଂଗଠନ ରୁଶଦୀଙ୍କ ହତ୍ୟା ବାବଦ ପୁରସ୍କାର ରାଶିକୁ ୩.୩ ନିୟୁତ ଡଲାରକୁ ବୃଦ୍ଧି କରିଥିଲା । ଏହାପରେ ରଶଦୀ ଫତୱା ଓ ଏହାର ନୀତିକୁ ନେଇ ଏକ ପୁସ୍ତକ ଲେଖିଥିଲେ । ଯାହାକୁ ନେଇ ୧୯୮୯ରେ ଇରାନରେ ବିଶ୍ୱବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏହାପରେ ରୁଶଦୀଙ୍କୁ କଡ଼ା ସୁରକ୍ଷାରେ ରଖାଯାଇଥିଲା । ନିଜ ସୁରକ୍ଷା ପାଇଁ ସେ ୨୦ ବର୍ଷ ହେଲା ସେ ଆମେରିକାରେ ରହି ଆସୁଥିଲେ ।