ଘର ସିଡ଼ିରୁ ଖସି ଆହତ ହେଲେ ରୁଷ୍‌ ରାଷ୍ଟ୍ରପତି ପୁଟିନ,ବିଗୁଡୁଛି ସ୍ୱାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ : ବିଗୁଡୁଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା I ନିକଟରେ ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ଖସି ପଡିଥିଲେ। ଏଥିରେ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା । ଯେତେବେଳେ ପୁଟିନ ସିଡ଼ିରୁ ଖସି ପଡ଼ିଥିଲେ, ସେତେବେଳେ ସେ ୫ଟି ପାହାଚ ଉପରେ ଥିଲେ। ପୁଟିନ ପଛପଟୁ ପଡ଼ିଥିବାରୁ ତାଙ୍କ ବ୍ୟାକ୍‌ବୋନରେ ଆଘାତ ଲାଗିଥିବା ରିପୋର୍ଟରେ କୁହାଯାଇଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ […]

Samaya Live Picture
Published On

ନୂଆଦିଲ୍ଲୀ : ବିଗୁଡୁଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟବସ୍ଥା I ନିକଟରେ ମସ୍କୋ ସ୍ଥିତ ନିଜ ସରକାରୀ ବସଭବନର ଶିଡିରୁ ସେ ଖସି ପଡିଥିଲେ। ଏଥିରେ ତାଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିଲା । ଯେତେବେଳେ ପୁଟିନ ସିଡ଼ିରୁ ଖସି ପଡ଼ିଥିଲେ, ସେତେବେଳେ ସେ ୫ଟି ପାହାଚ ଉପରେ ଥିଲେ। ପୁଟିନ ପଛପଟୁ ପଡ଼ିଥିବାରୁ ତାଙ୍କ ବ୍ୟାକ୍‌ବୋନରେ ଆଘାତ ଲାଗିଥିବା ରିପୋର୍ଟରେ କୁହାଯାଇଛି। ସେ ଶିଡିରୁ ଖସିପଡିବା ପରେ ଲଗାତର ତାଙ୍କର ଝାଡା ହେଉଥିବ ନ୍ୟୁୟର୍କ ପୋଷ୍ଟ ରିପୋର୍ଟରେ ପ୍ରକଶ ପାଇଛି ।

ଖବର ଅନୁଯାୟୀ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷିଆର ସମସ୍ୟା ବଢି ଚାଲିଛି I ପ୍ରଥମେ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରତିବନ୍ଧକ, ବଡ଼ ବଡ଼ କମ୍ପାନୀର କାମ ବନ୍ଦ ହେବା ଏବଂ ଆଶାଠାରୁ ଅଧିକ ଦିନ ଯାଏ ଯୁଦ୍ଧ ଚାଲିବା, ଏ ସବୁ କିଛି ରୁଷ୍‌କୁ ବହୁତ କ୍ଷତି ପହଞ୍ଚାଇଛି। ଏଥି ସହିତ, ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ତେବେ ଏହା ପୂର୍ବରୁ ସେ ଅନେକ ଜଟିଳ ରୋଗରେ ଆକ୍ରାନ୍ତ ରହିଛନ୍ତି।

‘ଟେଲିଗ୍ରାମ୍‌’ ଚାନେଲ୍ କହିବା ଅନୁସାରେ, କ୍ୟାନସର ରୋଗ ଯୋଗୁ ପୁଟିନ୍‌ଙ୍କ ପାକସ୍ଥଳୀ ଓ ଅନ୍ତଃନଳୀ ସଂକ୍ରମଣ ହୋଇଛି। ଏହାର ପ୍ରଭାବ ଯୋଗୁଁ ସେ ମଳ ନିୟନ୍ତ୍ରଣ କରିପାରୁ ନାହାନ୍ତି। ଶିଡିରୁ ପଡିବା ପରେ ପୁଟିନଙ୍କୁ ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀମାନେ ଉଠାଇଥିଲେ। ମଳତ୍ୟାଗ କରିପକାଇଥିବାରୁ ତାଙ୍କୁ ପରିସ୍କାର କରାଇଥିଲେ। ପରେ ସେମାନେ ପୁଟିନ୍‌ଙ୍କ ବାସଭବନରେ ଡିୟୁଟି କରୁଥିବା ଡାକ୍ତରମାନଙ୍କୁ ଡକାଇଥିଲେ। ଅବିଳମ୍ବେ ଡାକ୍ତରମାନେ ଆସି ଘଟଣାସ୍ଥଳରେ ପହଞ୍ଚି ରାଷ୍ଟ୍ରପତି ପୁଟିନ୍‌ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି କରିଥିଲେ ।

‘ଡେଲି ମେଲ୍‌’ ରିପୋର୍ଟ ଅନୁସାରେ, ଡାକ୍ତରମାନେ ସମ୍ପୂର୍ଣ୍ଣ ପରୀକ୍ଷାନିରୀକ୍ଷା କରିବାରୁ ଜଣାପଡ଼ିଲା ଯେ, ପୁଟିନ୍‌ଙ୍କ ମେରୁହାଡ଼ର ଶେଷ ପ୍ରାନ୍ତର ମାଂସ ଛେଚି ହୋଇଯିବା ସହ କିଛି ଟିସ୍ୟୁ ନଷ୍ଟ ହୋଇଛି। ତାହା ସେତେ ଗୁରୁତର ନ ହୋଇ ଥିବାରୁ, ‘ପେନ୍‌କିଲର୍‌’ ଦିଆଯାଇ ଚିକିତ୍ସା କରାଯାଇଥିବା ରିପୋର୍ଟରେ ଦାବି କରାଯାଇଛି।

ସେପଟେ ୟୁକେର ଏକ ଖବରକାଗଜ ଦାବି କରିଛି, ଗତମାସରେ କ୍ୟୁବାର ରାଷ୍ଟ୍ରପତି ମିଗୁଏଲ ଡିୟାଜ କ୍ୟାନଲଙ୍କ ସହ ଏକ ବୈଠକରେ ପୁଟିନ ବହୁତ ଅସହଜ ଅନୁଭବ କରିଥିଲେ। ଏହି ସମୟରେ ତାଙ୍କ ହାତ ଥରୁଥିଲା। ସେ ଠିକ୍‌ ଭାବେ କାହା ସହିତ ନଜର ମଧ୍ୟ ମିଶାଇ ପାରୁ ନ ଥିଲେ।

ପୁଟିନଙ୍କ ଘନିଷ୍ଠ ଲୋକଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ପୁଟିନ ବ୍ଲଡ୍‌ କ୍ୟାନ୍ସର ସହ ଯୁଝି ହେଉଛନ୍ତି ଏବଂ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଲଗାତାର ଅବନତି ହେବାରେ ଲାଗିଛି। ଏହି କାରଣରୁ ସେ ଘରୁ କମ୍‌ ବାହାରକୁ ବାହାରୁଛନ୍ତି। ସାର୍ବଜନିକ କାର୍ଯ୍ୟକ୍ରମରେ ଯିବାଠୁ ଦୂରେଇ ରହୁଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟ କିମ୍ବା ରୋଗକୁ ନେଇ କୌଣସି ଅଫିସିଆଲ ନିଶ୍ଚିତ କରାଯାଇ ନାହିଁ।

Tags: