ଋଷିଆ ତିଆରି କରୁଛି ଟୁଇନ୍
ମା ଗର୍ଭରୁ ଯମଜ ସନ୍ତାନ ବା ଟୁଇନସ୍ ଜନ୍ମ ନେବା କିଛି ନୂଆ କଥା ନୁହେଁ । ବହୁ ଯମଜ ସଂପୂର୍ଣ୍ଣ ଏକା ଭଳି ହୋଇଥାନ୍ତି ଅର୍ଥାତ୍ ସେମାନଙ୍କ ଗୁଣ ଓ ଚେହେରା ସବୁକିଛି ମିଶିଯାଏ । ଅନ୍ୟପକ୍ଷରେ ବହୁ ଯମଜ ଏକ ସମୟରେ ଜନ୍ମ ହୋଇଥିଲେ ବି ସେମାନଙ୍କ ଚେହେରା ଓ ସ୍ୱଭାବ ପୁରା ଭିନ୍ନ ହୋଇଥାଏ । ଏବେ ଋଷିଆରେ ଯମଜ ସନ୍ତାନ ମା ଗର୍ଭରୁ ନୁହେଁ ବରଂ ଫ୍ୟାକଫ୍ରୀରେ ତିଆରି ହେଉଛନ୍ତି । […]
ମା ଗର୍ଭରୁ ଯମଜ ସନ୍ତାନ ବା ଟୁଇନସ୍ ଜନ୍ମ ନେବା କିଛି ନୂଆ କଥା ନୁହେଁ । ବହୁ ଯମଜ ସଂପୂର୍ଣ୍ଣ ଏକା ଭଳି ହୋଇଥାନ୍ତି ଅର୍ଥାତ୍ ସେମାନଙ୍କ ଗୁଣ ଓ ଚେହେରା ସବୁକିଛି ମିଶିଯାଏ । ଅନ୍ୟପକ୍ଷରେ ବହୁ ଯମଜ ଏକ ସମୟରେ ଜନ୍ମ ହୋଇଥିଲେ ବି ସେମାନଙ୍କ ଚେହେରା ଓ ସ୍ୱଭାବ ପୁରା ଭିନ୍ନ ହୋଇଥାଏ । ଏବେ ଋଷିଆରେ ଯମଜ ସନ୍ତାନ ମା ଗର୍ଭରୁ ନୁହେଁ ବରଂ ଫ୍ୟାକଫ୍ରୀରେ ତିଆରି ହେଉଛନ୍ତି । କିନ୍ତୁ ଫରକ ହେଉଛି ଏହି ଯମଜ ମଣିଷ ନୁହନ୍ତି ବରଂ ରୋବଟ୍ ।

ହଁ ଋଷିଆରେ ରୋବଟ୍ ତିଆରି କରିବାର ଟ୍ରେଣ୍ଡ ଜୋରଦାର ବ୍ୟାପିବାରେ ଲାଗିଛି । ଋଷୀୟ କମ୍ପାନୀ ପ୍ରୋମୋବୋଟସ୍ ଏହି ଦିଗରେ ଜୋରଦାର କାର୍ଯ୍ୟ କରୁଛନ୍ତି । ମାନବ ପରି ଦେଖାଯାଉଥିବା ରୋବଟ୍ ତିଆରି କରିବାରେ ଏହି କମ୍ପାନୀ ଦକ୍ଷ ହେବାରେ ଲାଗିଛି । ଏବେ ଏହି ଫ୍ୟାକଫ୍ରୀ ପକ୍ଷରୁ ଜଣେ ବ୍ୟକ୍ତି ଦ୍ୱାରା ବରାଦ କରାଯାଇଥିବା ଏକ ଟ୍ୱିନ୍ ରୋବଟ୍ ନିର୍ମାଣ କରାଯାଇଛି ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ପ୍ରୋମୋବୋଟସ୍ ଏପରି ରୋବଟ୍ ତିଆରି କରୁଛି ଯାହା ମଣିଷ ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ କରିବ ।

ଆପଣ ଯେପରି ଅର୍ଡର ଦେବେ ସେମାନେ ଅବିକଳ ସେହିପରି ରୋବଟ ତିଆରି କରିଦେବେ ଯାହା ଦେଖିବାକୁ ପୁରାପୁରି ମଣିଷ ପରି । ଋଷିଆରେ ରୋବଟ୍ ନିର୍ମାଣକୁ ଆଇନତଃ ସ୍ୱୀକୃତି ମିଳିଛି । ତେବେ ଫ୍ୟାକଫ୍ରୀ ଏଥିପାଇଁ ଅର୍ଡର କରୁଥିବା ଲୋକ ପରି ରୋବଟ୍ ତିଆରି କରିଥାଏ । ଅର୍ଥାତ୍ ଆପଣ ଏଠାକୁ ଯାଇ ଆଉ କାହା ପରି ରୋବଟ୍ ତିଆର କରିବାକୁ ଅର୍ଡର ଦେଇପାରିବେ ନାହିଁ । ତେବେ ଅନ୍ୟ କାହା ପରି ରୋବଟ ତିଆରି କରିବାକୁ ଚାହୁଁଥିଲେ ବ୍ୟକ୍ତି ନିକଟରେ ସେହି ଚେହେରାର କପିରାଇଟ୍ ଥିବା ଉଚିତ ।




