ମହାକାଶରେ ହେବ ସୀମା, ସ୍ପେସ୍‌ ଷ୍ଟେସନ ଛାଡ଼ିବ ରୁଷ

ଦିଲ୍ଲୀ: ମାଟି ପରେ ଏବେ ଆକାଶରେ ତିଆରି ହେବ ସୀମା । ରୁଷ ଏହି ସୀମା ତିଆରି କରିବ । ଆଗକୁ ଆଉ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ କାମ କରିବନି ରୁଷ କିମ୍ବା ରୁଷର ବୈଜ୍ଞାନିକ । ୨୦୨୪ ସୁଦ୍ଧା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ ଛାଡ଼ିବାକୁ ଯାଉଛି ରୁଷ । ଏଭଳି ସୀମା ନିର୍ଦ୍ଧାରଣକୁ ନେଇ ଅଲୋଚନା ଆରମ୍ଭ ହୋଇଛି । ଦୁଇ ଦଶନ୍ଧିରୁ ଅଧିକ ଦିନ ଅନ୍ୟ ଦେଶଗୁଡିକ ସହ ମିଳିତ ଭୋବେ ସ୍ପେସ୍‌ ଷ୍ଟେସନରେ […]

Samaya Live Picture
Published On

ଦିଲ୍ଲୀ: ମାଟି ପରେ ଏବେ ଆକାଶରେ ତିଆରି ହେବ ସୀମା । ରୁଷ ଏହି ସୀମା ତିଆରି କରିବ । ଆଗକୁ ଆଉ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରେ କାମ କରିବନି ରୁଷ କିମ୍ବା ରୁଷର ବୈଜ୍ଞାନିକ । ୨୦୨୪ ସୁଦ୍ଧା ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନ ଛାଡ଼ିବାକୁ ଯାଉଛି ରୁଷ । ଏଭଳି ସୀମା ନିର୍ଦ୍ଧାରଣକୁ ନେଇ ଅଲୋଚନା ଆରମ୍ଭ ହୋଇଛି । ଦୁଇ ଦଶନ୍ଧିରୁ ଅଧିକ ଦିନ ଅନ୍ୟ ଦେଶଗୁଡିକ ସହ ମିଳିତ ଭୋବେ ସ୍ପେସ୍‌ ଷ୍ଟେସନରେ ଅନେକ ରିସର୍ଚ୍ଚ ଓ ଆବିଷ୍କାର କରିବା ପରେ ରୁଷ ଏହି ନିଷ୍ପତ୍ତି ନେଇଛି ।

ମହାକାଶରେ ହେବ ସୀମା, ସ୍ପେସ୍‌ ଷ୍ଟେସନ ଛାଡ଼ିବ ରୁଷ

ରୁଷ ସ୍ପେସ୍‌ ଏଜେନ୍ସି ରସ୍କୋମୋସ୍‌ ମୁଖ୍ୟ ୟୁରୀ ବୋରିସୋଭ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦୁଇ ଆଣବିକ ଶକ୍ତି ସମ୍ପନ୍ନ ଦେଶ ମଧ୍ୟରେ ଲଢ଼େଇ ଏହାର କାରଣ ହୋଇଛି । ତେଣୁ ପୂର୍ବରୁ ଚାଲି ଆସିଥିବା ସହଯୋଗ ଓ ସହମତିକୁ ଭାଙ୍ଗି ମାଟି ପରେ ଆକାଶରେ ଏଲ୍‌ଓସି ବା ସୀମା ତିଆରି କରିବାକୁ ରୁଷ ଯୋଜନା କରିଛି ।

ରୁଷ-ୟୁକ୍ରେନ୍‌ ଯୁଦ୍ଧ ପରେ ଆଣବିକ ଶକ୍ତିସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରେ ସୃଷ୍ଟି ହୋଇଥିବା ବିବାଦର ଏହା ପରିଣାମ ବୋଲି କୁହାଯାଉଛି । ଆମେରିକା ଓ ନାଟୋ ଦେଶ ଲଗାଇଥିବା ବିଭିନ୍ନ ପ୍ରତିବନ୍ଧକ ଏହାର କାରଣ ହୋଇଛି । ଆଗରୁ ଏନେଇ ରୁଷ ପକ୍ଷରୁ ଧମକ ମଧ୍ୟ ମିଳିଥିଲା । ଏପରିକି ପ୍ରତିବନ୍ଧକ ନ ହଟାଇଲେ ସ୍ପେସ୍‌ ଷ୍ଟେସନକୁ ଧMାକରି ନଷ୍ଟ କରିଦେବାକୁ ମଧ୍ୟ ମସ୍କୋ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ତେବେ ରୁଷର ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେସନରୁ ହଠାତ୍‌ ଓହରିବାକୁ ନିଷ୍ପତ୍ତି ନେବା ଅନେକଙ୍କୁ ଅଶ୍ଚର୍ଯ୍ୟ କରିଛି ।

ମହାକାଶରେ ହେବ ସୀମା, ସ୍ପେସ୍‌ ଷ୍ଟେସନ ଛାଡ଼ିବ ରୁଷ

ଏହି ନିଷ୍ପତ୍ତି ସହ ମସ୍କୋ ନିଜସ୍ୱ ସ୍ପେସ୍‌ ଷ୍ଟେସନ ପ୍ରତିଷ୍ଠା ଆଡକୁ ମୁହାଁଇଛି । ଶୀତଳ ଯୁଦ୍ଧ ପୂର୍ବରୁ ରୁଷର ନେତୃତ୍ୱ ମହାକାଶରେ ପ୍ରମାଣିତ କରିଥିଲା । ମାତ୍ର ପରେ ନାସା ନିଜର ପ୍ରଥମ ମଣିଷକୁ ଚନ୍ଦ୍ରରେ ଓହ୍ଲାଇ ନିଜର ପାରଦର୍ଶିତା ପ୍ରମାଣିତ କରିଥିଲା ।

ଅନ୍ୟପଟେ ବେଜିଂ ମହାକାଶରେ ନିଜର ସ୍ପେଶ ଷ୍ଟେସନ ‘ଟିଆଗଂଙ୍ଗ’ ନିର୍ମାଣ କରୁଛି । ଯାହା ଖୁବଶୀଘ୍ର ଶେଷ ହେବାକୁ ଯାଉଛି । ଡିଇ-ଅରବିଟରେ ସ୍ଥାନୀତ କରିବାକୁ ମଧ୍ୟ ଚାଇନା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛି । ଯାହାକୁ ପଶ୍ଚିମ ଦେଶ ଓ ରୁଷ ସହିତ ମିଶି ଗତ ଦଶନ୍ଧି ଭିତରେ ଚାଇନା ନିର୍ମାଣ କରିଛି । ତେଣୁ ଚାଇନା ଓ ରୁଷ ମିଳିତ ଭାବେ ମହାକାଶରେ ଅଧିକ ରିସର୍ଚ୍ଚ କରିବାକୁ ଯୋଜନା ଚଳାଇଥିବା ଜଣାପଡ଼ିଛି ।