ନିରାପତ୍ତା ପରିଷଦ୍ ସ୍ଥାୟୀ ଆସନ ପାଇଁ ଭାରତକୁ ସମର୍ଥନ କଲା ରୁଷ୍
ନୁ୍ୟୟର୍କ: ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ଆସନ ନିମନ୍ତେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୭ତମ ଅଧିବେଶନରେ ଭାରତକୁ ସମର୍ଥନ ଜଣାଇଛନ୍ତି । ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉଦେ୍ୱାଧନ ଦେଇ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ କହିଛନ୍ତି ଯେ, ରୁଷ୍ ଭାରତକୁ ପ୍ରମୁଖ ଆନ୍ତର୍ଜାତି କାର୍ଯ୍ୟକର୍ତ୍ତା ଏବଂ ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚନା କରେ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ […]
ନୁ୍ୟୟର୍କ: ଜାତିସଂଘ ନିରାପତ୍ତା ପରିଷଦରେ ସ୍ଥାୟୀ ଆସନ ନିମନ୍ତେ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ୍ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାର ୭୭ତମ ଅଧିବେଶନରେ ଭାରତକୁ ସମର୍ଥନ ଜଣାଇଛନ୍ତି ।
ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ଉଦେ୍ୱାଧନ ଦେଇ ରୁଷୀୟ ବୈଦେଶିକ ମନ୍ତ୍ରୀ ସର୍ଗେଇ କହିଛନ୍ତି ଯେ, ରୁଷ୍ ଭାରତକୁ ପ୍ରମୁଖ ଆନ୍ତର୍ଜାତି କାର୍ଯ୍ୟକର୍ତ୍ତା ଏବଂ ପରିଷଦରେ ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ ଭାବେ ବିବେଚନା କରେ । ସେ ଆହୁରି ମଧ୍ୟ କହିଛନ୍ତି, ଆମେ ଗୁରୁତର ସହ କହୁଛୁ ଯେ ଆଫ୍ରିକା, ଏସିଆ ଓ ଲାଟିନ୍ ଆମେରିକାରୁ ପ୍ରତିନିଧି ଆଣି ପରିଷଦକୁ ଅଧିକ ଗଣତାନ୍ତ୍ରିକ କରାଯିବା ଉଚିତ । ବିଶେଷ କରି ଭାରତ ଓ ବ୍ରାଜିଲ୍ ହେଉଛନ୍ତି ପ୍ରମୁଖ ଆନ୍ତର୍ଜାତିକ କାର୍ଯ୍ୟକର୍ତ୍ତା ଏବଂ ପରିଷଦର ସ୍ଥାୟୀ ସଦସ୍ୟତା ପାଇଁ ଯୋଗ୍ୟ ପ୍ରାର୍ଥୀ । ଏଥିସହ ସେ ଆଫ୍ରିକାର ପ୍ରୋଫାଇଲ୍ ମଧ୍ୟ ଉ‹ାପନ କରିଥିଲେ ।
ରୁଷ୍ ଉପରେ ଜାରି ହୋଇଥିବା କଟକଣା ପ୍ରସଙ୍ଗ ଉ‹ାପନ କରି ସେ କହିଲେ, ଆମେରିକା ସମଗ୍ର ବିଶ୍ୱକୁ ତା’ ବାଡ଼ିରେ ପରିଣତ କରିବାକୁ ଉଦ୍ୟମ କରୁଛି । ନିଜ ମିତ୍ର ଦେଶମାନଙ୍କ ସହ ମିଶି ତା’ ସହିତ ମତଭେଦ ଥିବା ଦେଶମାନଙ୍କୁ ବିଶ୍ୱ ଦୃଷ୍ଟି ଆଢୁଆଳକୁ ନେଇଯିବା ପାଇଁ ଲାଗିଛି । କଟକଣାକୁ ସେ ପକ୍ଷପାତିତା ଏବଂ ବେଆଇ ବୋଲି କହି ସେ କହିଲେ ଯେ, ଏହା ଜାତିସଂଘ ଚାର୍ଟକୁ ଉଲ୍ଲଂଘନ କରିବା ସହ ଔଷଧ, ଟିକା ଓ ଖାଦ୍ୟ ଆମଦାନିକୁ ଟାର୍ଗେଟ୍ କରି ଆମେରିକା ଗରିବ ଦେଶର ଗରିବ ଜନସାଧାରଣଙ୍କୁ ଶାସ୍ତି ଦେଉଛି । ଏହି ଅଧିବେଶନରେ ଉଦେ୍ୱାଧନ ଦେବା ବେଳେ ଭାରତର ବେଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଲେ ଯେ, ଆଫ୍ରିକା, ଏସିଆ ଏବଂ ଲାଟିନ୍ ଆମେରିକା ଭଳି ଦେଶରୁ ପ୍ରତିନିଧିିବ କରାଇ ମସ୍କୋ ନିରାପତ୍ତା ପରିଷଦକୁ ଅଧିକ ଗଣତାନ୍ତ୍ରିକ କରିବାକୁ ଚାହୁଁଛନ୍ତି । ରୁଷ୍-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗ ଉପସ୍ଥାପନ କରି ଜୟଶଙ୍କର କହିଲେ, କୂଟନୀତି ମାଧ୍ୟମରେ ଏହି ଯୁଦ୍ଧର ଅବସାନ ଘଟାଇବା ଆବଶ୍ୟକ । ଭାରତ ସଦାସର୍ବଦା ଶାନ୍ତି ପକ୍ଷରେ ରହିଛି ଓ ଅଟଳ ରହିବ ।




