ଋଷ୍ ଉପରେ ବର୍ଷିଲେ ଜାତିସଂଘ ମୁଖ୍ୟ
ରୁଷ୍: ମାର୍ଚ୍ଚ ୨୩: ଋଷ୍ ଏବଂ ୟୁକ୍ରେନ୍ ଯୁଦ୍ଧକୁ ଜିତିବା ଅସମ୍ଭବ ବୋଲି ଘୋଷଣା କରି ମଙ୍ଗଳବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ରୁଷ୍କୁ କହିଛନ୍ତି ଯେ, ଏଭଳି ଅବାନ୍ତର ଯୁଦ୍ଧକୁ ଶେଷ କରିବାର ସମୟ ଆସିଯାଇଛି। ସେ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଯୁଦ୍ଧର ମୋଡ଼ ଦ୍ରୁତତର ହେଉନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେବ ରୁଷୀୟ ସେନା ମାରିଉପୋଲ୍କୁ ଘେରି ଭୀଷଣ ବୋମା ବର୍ଷଣ କରୁଛି। କଣ ପାଇଁ? ମାରିଉପୋଲ୍ର ପତନ […]
ରୁଷ୍: ମାର୍ଚ୍ଚ ୨୩: ଋଷ୍ ଏବଂ ୟୁକ୍ରେନ୍ ଯୁଦ୍ଧକୁ ଜିତିବା ଅସମ୍ଭବ ବୋଲି ଘୋଷଣା କରି ମଙ୍ଗଳବାର ଦିନ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରେସ୍ ରୁଷ୍କୁ କହିଛନ୍ତି ଯେ, ଏଭଳି ଅବାନ୍ତର ଯୁଦ୍ଧକୁ ଶେଷ କରିବାର ସମୟ ଆସିଯାଇଛି। ସେ ନ୍ୟୁୟର୍କ ସ୍ଥିତ ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି, ଯୁଦ୍ଧର ମୋଡ଼ ଦ୍ରୁତତର ହେଉନାହିଁ। ଦୁଇ ସପ୍ତାହରୁ ଅଧିକ ସମୟ ହେବ ରୁଷୀୟ ସେନା ମାରିଉପୋଲ୍କୁ ଘେରି ଭୀଷଣ ବୋମା ବର୍ଷଣ କରୁଛି। କଣ ପାଇଁ? ମାରିଉପୋଲ୍ର ପତନ ହେଲେ ବି ୟୁକ୍ରେନ୍କୁ ଜିଣି ହେବ ନାହିଁ। ଅଧିକ ଦିନ ଲଢ଼େଇ ଚାଲିଲେ, ଦୁର୍ଦ୍ଦଶା, ଧ୍ୱଂସ ଏବଂ ଆତଙ୍କ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଶତ୍ରୁତାର ଅବସାନ ଘଟାଇ ସନ୍ଧି କରିବା ପାଇଁ ଅନେକ ପ୍ରସ୍ତାବ ରହିଛି। ଏହାର ଶେଷ ପରିଣତି, ରଣାଙ୍ଗନରୁ ଶାନ୍ତି ସନ୍ଧି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ବସିଥିବା ବୈଠକରେ ଜାତିସଂଘର ୧୯୩ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୪୧ଜଣ ରୁଷ୍ ବିପକ୍ଷରେ ମତ ଦେଇଥିଲେ।




