ୟୁକ୍ରେନରୁ ହଲିଉଡ୍ ତାରକାଙ୍କ ପଦଯାତ୍ରା
ନୂଆଦିଲ୍ଳୀ: ମାର୍ଚ୍ଚ ୩ : ବର୍ତ୍ତମାନ ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଯୁଦ୍ଧ ଭିତରେ ହଲିଉଡ ତାରକା ସେନ୍ ପେନ୍ ମାର୍ଚ୍ଚ ୧ ତାରିଖ ସୋମବାର ଦିନ ସେ ଏବଂ ତାଙ୍କର ଦୁଇ ସହକର୍ମୀ ସହ ଦେଶ ଛାଡିଛନ୍ତି । ପୁଣି ସେମାନଙ୍କ ମାଇଲି ମାଇଲି ବାଟ ଚାଲିକି ପୋଲାଣ୍ଡ ସୀମା ଆଡକୁ ଆସିଛନ୍ତି।ଏନେଇ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସିଏନ୍ ପେନ୍ ଲଗେଜ୍ ସହିତ ରାସ୍ତାରେ ଯାଉଥିବା ଏକ ଫଟୋ ସେୟାର କରିଛନ୍ତି । […]
ନୂଆଦିଲ୍ଳୀ: ମାର୍ଚ୍ଚ ୩ : ବର୍ତ୍ତମାନ ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଯୁଦ୍ଧ । ଯୁଦ୍ଧ ଭିତରେ ହଲିଉଡ ତାରକା ସେନ୍ ପେନ୍ ମାର୍ଚ୍ଚ ୧ ତାରିଖ ସୋମବାର ଦିନ ସେ ଏବଂ ତାଙ୍କର ଦୁଇ ସହକର୍ମୀ ସହ ଦେଶ ଛାଡିଛନ୍ତି । ପୁଣି ସେମାନଙ୍କ ମାଇଲି ମାଇଲି ବାଟ ଚାଲିକି ପୋଲାଣ୍ଡ ସୀମା ଆଡକୁ ଆସିଛନ୍ତି।ଏନେଇ ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସିଏନ୍ ପେନ୍ ଲଗେଜ୍ ସହିତ ରାସ୍ତାରେ ଯାଉଥିବା ଏକ ଫଟୋ ସେୟାର କରିଛନ୍ତି । ଟ୍ୱିଟ୍ରେ ଅଭିନେତା ଲେଖିଛନ୍ତି କି ସେ ତାଙ୍କ କାର ଛାଡି ପୋଲାଣ୍ଡ ସୀମାରେ ପହଞ୍ଚିବା ପାଇଁ ତାଙ୍କର ଦୁଇ ସହକର୍ମୀଙ୍କ ସହ ଚାଲିକି ଯାଇଛନ୍ତି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ଯେ ଅଧିକାଂଶ କାରରେ ମହିଳା ଏବଂ ଶିଶୁମାନେ ଅଛନ୍ତି। ମୁଁ ଏବଂ ମୋର ଦୁଇ ସହକର୍ମୀ ରାସ୍ତା କଡ଼ରେ ଆମ କାରକୁ ଛାଡି ଦେଇଥିଲୁ । ପରେ ପୋଲାଣ୍ଡ ସୀମାକୁ ଚାଲି ଚାଲି ଆସିଥିଲୁ ।ଖବର ଅନୁଯାୟୀ, ସେନ୍ ପେନ୍ ୟୁକ୍ରେନ୍ ଉପରେ ଚାଲିଥିବା ଋଷିଆର ଆକ୍ରମଣକୁ ନେଇ ଏକ ଡକ୍ୟୁମେଣ୍ଟାରୀରେ ଉପରେ କାମ କରୁଥିଲେ ।ଜେଲେନସ୍କିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିନେତା ସାମିଲ୍ ହୋଇଥିଲେ। ହେଲେ ବର୍ତ୍ତମାନ ସ୍ଥିତିକୁ ଦେଖି ୟୁକ୍ରେନ୍କୁ ସମର୍ଥନ କରୁଥିବା ଲୋକଙ୍କ ମଧ୍ୟରେ ସେନ୍ ପେନ୍ ମଧ୍ୟ ଅଛନ୍ତି ।ସେ ଟ୍ୱିଟର ଜରିଆରେ ନିଜର ଏକ ଟ୍ବିଟ୍ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ଲେଖାଥିଲା, “ପୂର୍ବରୁ ନିଆଯାଇଥିବା ଏହି ନିଷ୍ଠୁର ନିଷ୍ପତ୍ତି ଜୀବନର ଏକ ଭୁଲ। ଯାହା ଏବେ ହୃଦୟ ଭାଙ୍ଗି ଯାଇଛି । ଯଦି ସେ ଏଥିରୁ ନିବୃତ୍ତ ନ ହୁଅନ୍ତି, ତେବେ ମୋର ବିଶ୍ୱାସ ଯେ ପୁଟିନ ସମସ୍ତ ମାନବଜାତି ପାଇଁ ଏକ ଭୟଙ୍କର ଭୁଲ କରିଛନ୍ତି। ରାଷ୍ଟ୍ରପତି ଜେଲେନସ୍କି ଏବଂ ୟୁକ୍ରେନବାସୀ ସାହସ ଏବଂ ଐତିହାସିକ ପ୍ରତୀକ ଭାବରେ ଠିଆ ହୋଇଛନ୍ତି ।




