ଋଷ ଓ ୟୁକ୍ରେନ ତିକ୍ତତା
ଋଷ: ଫେବୃଆରୀ ୧୫: ଋଷ ଓ ୟୁକ୍ରେନ ମଧ୍ୟରେ ଯୋରଦାର ତିକ୍ତତା। ୟୁକ୍ରେନ୍ ସୀମାରେ ଋଷ ସୈନ୍ୟ ଠୁଳ କରୁଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି । ଫେବୃୟାରୀ ୧୬ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବ ବୋଲି ସୂଚନା ମିଳିଥିବା ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି । ସୂଚନା ମିଳିବା ପରେ ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର […]
ଋଷ: ଫେବୃଆରୀ ୧୫: ଋଷ ଓ ୟୁକ୍ରେନ ମଧ୍ୟରେ ଯୋରଦାର ତିକ୍ତତା। ୟୁକ୍ରେନ୍ ସୀମାରେ ଋଷ ସୈନ୍ୟ ଠୁଳ କରୁଥିବା ଆନ୍ତର୍ଜାତିକ ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି । ଫେବୃୟାରୀ ୧୬ରେ ୟୁକ୍ରେନ୍ ଉପରେ ଋଷ ଆକ୍ରମଣ କରିବ ବୋଲି ସୂଚନା ମିଳିଥିବା ନିଜ ଫେସବୁକ ଆକାଉଣ୍ଟରେ ଲେଖିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲେନସ୍କି । ସୂଚନା ମିଳିବା ପରେ ସମସ୍ତ ଶକ୍ତିର ମୁକାବିଲା କରିବୁ ବୋଲି ଜେଲେନସ୍କି କହିଛନ୍ତି । ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ପାଇଁ ୟୁକ୍ରେନ୍ ଚେଷ୍ଟା କରୁଛି । ତେବେ ଚୀନ,ଋଷିଆକୁ ସମର୍ଥନ କରୁଥିବାରୁ ଆମେରିକା ଏହାକୁ ନିନ୍ଦା କରିଛି ।
ବିବାଦର ପ୍ରଥମ ପ୍ରକୃତ କାରଣ ହେଉଛି କ୍ରିମିଆ ପ୍ରାୟଦ୍ୱୀପ, ଯାହା ପୂର୍ବରୁ ୟୁକ୍ରେନର ଏକ ଅଂଶ ଥିଲା । ୨୦୧୪ ୟୁକ୍ରେନରୁ କ୍ରିମିଆ ପ୍ରାୟଦ୍ୱୀପକୁ ଅଲଗା କରିଦେଇଥିଲେ ଋଷ୍ । ଆଉ ସେବେଠାରୁ ଉଭୟ ଦେଶ ମଧ୍ୟରେ ବହୁତ ତିକ୍ତତା ଦେଖାଦେଇଛି । ୟୁକ୍ରେନ ଏହି ଅଞ୍ଚଳକୁ ଫେରିବାକୁ ପାଇବାକୁ ଚାହୁଁଥିବା ବେଳେ ଋଷ ସବୁଠାରୁ ବଡ ପ୍ରତିବନ୍ଧକ ପାଲଟିଛି । ଏହି ପ୍ରସଙ୍ଗରେ ଆମେରିକା ଏବଂ ପଶ୍ଚିମୀ ଦେଶଗୁଡ଼ିକ ୟୁକ୍ରେନ ସହିତ ଥିବାବେଳେ ଋଷ ଏକା ଲଢ଼େଇ କରିବାକୁ ମନସ୍ଥ କରିଛି ।




