ରମାଦେବୀ କଲେଜରେ ଉତ୍ତେଜନା

ଭୁବନେଶ୍ୱର,୨୧/୧: ରମାଦେବୀ କଲେଜରେ ଉତ୍ତେଜନା। ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତ୍ତିକୁ ନେଇ ବିରୋଧ ତେଜିବାରେ ଲାଗିଛି। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରୀ। ମଙ୍ଗଳବାର ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ +୨ ପ୍ରଥମ ବର୍ଷର ଛାତ୍ରୀ ଫାଟକରେ ତାଲା ପକାଇଛନ୍ତି। ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତ୍ତିକୁ ବାତିଲ କରିବାକୁ ଦାବି କରିଛନ୍ତି। ତେବେ ସରକାର ଏଭଳି ନିଷ୍ପତ୍ତି ନେବାର ଥିଲା ତକେବେ ପରୀକ୍ଷା ମାସେ […]

Samaya Live Picture
Published On

ଭୁବନେଶ୍ୱର,୨୧/୧: ରମାଦେବୀ କଲେଜରେ ଉତ୍ତେଜନା। ଯୁକ୍ତ ୨ ପ୍ରଥମ ବର୍ଷ ପରୀକ୍ଷା କଡାକଡି କରାଯିବା ଲାଗି ନିଷ୍ପତ୍ତିକୁ ନେଇ ବିରୋଧ ତେଜିବାରେ ଲାଗିଛି। ଏହାକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି କଲେଜର ଛାତ୍ରୀ। ମଙ୍ଗଳବାର ରମାଦେବୀ ବିଶ୍ୱବିଦ୍ୟାଳୟ ଫାଟକରେ +୨ ପ୍ରଥମ ବର୍ଷର ଛାତ୍ରୀ ଫାଟକରେ ତାଲା ପକାଇଛନ୍ତି। ବିଶ୍ୱବିଦ୍ୟାଳୟ ସମ୍ମୁଖରେ ରାସ୍ତାକୁ ଅବରୋଧ କରିବା ସହ ନିଷ୍ପତ୍ତିକୁ ବାତିଲ କରିବାକୁ ଦାବି କରିଛନ୍ତି। ତେବେ ସରକାର ଏଭଳି ନିଷ୍ପତ୍ତି ନେବାର ଥିଲା ତକେବେ ପରୀକ୍ଷା ମାସେ ପୂବରୁ କାହିଁକି ନେଲେ ବୋଲି ଆନ୍ଦୋଳନକାରୀ ଛାତ୍ରୀମାନେ କହିଛନ୍ତି। ୬ମାସ ଆଗରୁ ଏଭଳି ନିଷ୍ପତ୍ତି ନେଇଥିଲେ କିଛି ଅସୁବିଧା ନଥିଲା। ତେବେ ଫେବୃଆରୀ ମାସରେ ପରୀକ୍ଷା ଦେବାକୁ ଥିବା ବେଳେ ହଠାତ ଜାନୁଆରୀକୁ ଏମିଥି ଘୋଷଣା କରିବା ଠିକ ନୁହେଁ। ଯଦି ଏହି ନିଷ୍ପତ୍ତିକୁ ସରକାର ଲାଗୁ କରିବାକୁ ଚାହୁଁଛନ୍ତି ତେବେ ସରକାର ଏପ୍ରିଲ ମାସରେ ପ୍ରଥମ ବର୍ଷ ପରୀକ୍ଷା କରନ୍ତୁ। ଏପର୍ଯ୍ୟନ୍ତ ପ୍ରଥମ ବର୍ଷ ପାଠପଢା ଶେଷ ହୋଇନାହିଁ। ଚଳିତ ବର୍ଷ ଠାରୁ +୨ ଦୁଇ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ୩୩ ପ୍ରତିଶତ ମାର୍କ ନରଖିଲେ ଦ୍ୱିତୀୟ ବର୍ଷକୁ ଯାଇପାରିବେ ନାହିଁ ବୋଲି ଗତ ୧୪ ତାରିଖରେ ଘୋଷଣା କରିଥିଲେ ଗଣଶିକ୍ଷାମନ୍ତ୍ରୀ। ସେପଟେ ଘଟଣାସ୍ଥଳରେ କଲେଜ ଅଧ୍ୟକ୍ଷ ପହଞ୍ଚିି ଛାତ୍ରୀଙ୍କୁ ବୁଝାସୁଝା କଲା ପରେ ଆନ୍ଦୋଳନରତ ଛାତ୍ରଛାତ୍ରୀ ସେମାନଙ୍କ ଆନ୍ଦୋଳନ ପ୍ରତ।।ହୃତ କରିଛନ୍ତି।

Tags: