ଆସନ୍ତା ୨ଦିନ ଯାଏଁ ଲାଗି ରହିବ ବର୍ଷା: ୫ରୁ ବଢିବ ଶୀତ

ସମୟ ଲାଇଭ,୩/୧:ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହି ବର୍ଷାକୁ ନେଇ ୧୧ ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ୍ ବର୍ଷା ଲାଗି ରହିଛି। ସେହିପରି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଂଚଳରେ ଝିପିଝିପି ବର୍ଷା ହୋଇଛି। ଅନ୍ୟପଟେ କଟକ, ମୟୂରଭଞ୍ଜ, ଭଦ୍ରକ, ଢ଼େଙ୍କାନାଳର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ […]

Samaya Live Picture
Published On

ସମୟ ଲାଇଭ,୩/୧:ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ଏହି ବର୍ଷାକୁ ନେଇ ୧୧ ଜିଲ୍ଲାକୁ ଆଂଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପଝିପ୍ ବର୍ଷା ଲାଗି ରହିଛି। ସେହିପରି ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଂଚଳରେ ଝିପିଝିପି ବର୍ଷା ହୋଇଛି। ଅନ୍ୟପଟେ କଟକ, ମୟୂରଭଞ୍ଜ, ଭଦ୍ରକ, ଢ଼େଙ୍କାନାଳର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ। ଏହା ସହିତ କୂଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ରାଜସ୍ଥାନରୁ ଛତିଶଗଡ ଉପର ଦେଇ ଯାଇଥିବା ଟ୍ରପଲାଇନ ପ୍ରଭାବରେ ଏହି ବର୍ଷା ହେଉଛି ବୋଲି ସୂଚନା ମିଳିଛି। ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇବ ଓ ଫଳରେ ଥଣ୍ଡା ଟିକେ କମ୍ ହେବ। ମାତ୍ର ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ଥଣ୍ଡା କମିବ। ହେଲେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି।