ସନ୍ତରଣରେ ନୂଆ ରେକର୍ଡ କଲେ ଆର ମାଧବନଙ୍କ ପୁଅ ବେଦାନ୍ତ
ମୁମ୍ବାଇ: ଜୁଲାଇ ୧୮: ନେପୋଟିସିମ୍ ର ନାଁରେ ସିନେ ଦୁନିଆରେ ଚାଲିଛି ଅନେକ କଳହ । ଗୋଟିଏ ସେଲିବ୍ରିଟି ତା ସନ୍ତାନକୁ କିପରି ଗ୍ଲାମର ଦୁନିଆକୁ ଆଣିବ ତା ନେଇ ଚାଲିଛି ଟଣା ଓଟରା । ତେବେ ଏହାରି ଭିତରେ ଏପରି ବି ସିଲେବ ଅଛନ୍ତି ଯେଉଁମାନେ ଗ୍ଲାମର ନୁହେଁ ବରଂ ଅନ୍ୟ କିଛିକୁ କ୍ୟାରିଅର ଭାବରେ ବାଛି ନେଇଛନ୍ତି । ସେମାନଙ୍କ ଭିତରୁ ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ ଗ୍ଲାମର ଦୁନିଆରୁ ବହୁ ଦୂରରେ […]
ମୁମ୍ବାଇ: ଜୁଲାଇ ୧୮: ନେପୋଟିସିମ୍ ର ନାଁରେ ସିନେ ଦୁନିଆରେ ଚାଲିଛି ଅନେକ କଳହ । ଗୋଟିଏ ସେଲିବ୍ରିଟି ତା ସନ୍ତାନକୁ କିପରି ଗ୍ଲାମର ଦୁନିଆକୁ ଆଣିବ ତା ନେଇ ଚାଲିଛି ଟଣା ଓଟରା । ତେବେ ଏହାରି ଭିତରେ ଏପରି ବି ସିଲେବ ଅଛନ୍ତି ଯେଉଁମାନେ ଗ୍ଲାମର ନୁହେଁ ବରଂ ଅନ୍ୟ କିଛିକୁ କ୍ୟାରିଅର ଭାବରେ ବାଛି ନେଇଛନ୍ତି । ସେମାନଙ୍କ ଭିତରୁ ଆର ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ ଗ୍ଲାମର ଦୁନିଆରୁ ବହୁ ଦୂରରେ । ସେ ଖେଳରେ ତାଙ୍କ କ୍ୟାରିୟରକୁ ଗଢିବାକୁ ବାଛିଛନ୍ତି । ବେଦାନ୍ତ ଅନେକ ବଡ ବଡ ପ୍ରତିଯୋଗିତାରେ ପଦକ ଜିତିଛନ୍ତି । ବର୍ତ୍ତମାନ ବେଦାନ୍ତ ଜାତୀୟ ଜୁନିଅର ରେକର୍ଡ ମଧ୍ୟ କରିଛନ୍ତି । ପୁଅର ଏହି ସଫଳତା ପାଇଁ ମାଧବନ୍ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ନିକଟରେ ଆର ମାଧବନ୍ ପୁଅର ସନ୍ତରଣ ପ୍ରତିଯୋଗିତାର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ବେଦାନ୍ତ ଜାତୀୟ ଜୁନିୟର ରେକର୍ଡ ୧୫୦୦ ମିଟର ଫ୍ରିଷ୍ଟାଇଲ୍ ରେକର୍ଡ କରିଛନ୍ତି । ଭିଡିଓ ସେୟାର କରିଛନ୍ତି ମାଧବନ୍ ତାଙ୍କ ପୁଅର ଏହି ସଫଳତା ପାଇଁ ପ୍ରଶଂସକମାନେ ମାଧବନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହା ପୂର୍ବରୁ ଚଳିତ ବର୍ଷ ଏପ୍ରିଲରେ ବେଦାନ୍ତ ଡେନମାର୍କ ଓପନିଂରେ ୮୦୦ ମିଟର ଫ୍ରିଷ୍ଟାଇଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।




