କ୍ୱାରେଣ୍ଟାଇନରେ ରହିବେ ବିଧାନସଭାର ସବୁ ଷ୍ଟାଫ୍‍

ସମୟ ଲାଇଭ,୨୭/୩: ଓଡ଼ିଶାରେ ମଙ୍ଗଳବାର ଜଣେ ରୋଗୀଙ୍କୁ କରୋନା ପଜିଟିଭ୍‍ ଚିହ୍ନଟ କରାଯାଇଛି। ସେ ରାଜ୍ୟର ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ହୋଇଥିବାବେଳେ ସେ ପୂର୍ବରୁ ଜଣେ ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେବେ ଏହାପରେ ବିଧାନସଭାକୁ ସମ୍ପୂର୍ଣ୍ଣ ସାନିଟାଇଜ୍‍ କରାଯିବା ସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ତେବେ ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ଯାଏୟ କ୍ୱାରେଣ୍ଟାଇନରେ ରଖାଯିବା ପରେ ସେମାନଙ୍କ କ୍ଷେତ୍ରରେ କରୋନା […]

Samaya Live Picture
Published On

ସମୟ ଲାଇଭ,୨୭/୩: ଓଡ଼ିଶାରେ ମଙ୍ଗଳବାର ଜଣେ ରୋଗୀଙ୍କୁ କରୋନା ପଜିଟିଭ୍‍ ଚିହ୍ନଟ କରାଯାଇଛି। ସେ ରାଜ୍ୟର ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ହୋଇଥିବାବେଳେ ସେ ପୂର୍ବରୁ ଜଣେ ବିଧାନସଭା କର୍ମଚାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ତେବେ ଏହାପରେ ବିଧାନସଭାକୁ ସମ୍ପୂର୍ଣ୍ଣ ସାନିଟାଇଜ୍‍ କରାଯିବା ସହ ବିଧାନସଭାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ତେବେ ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ଯାଏୟ କ୍ୱାରେଣ୍ଟାଇନରେ ରଖାଯିବା ପରେ ସେମାନଙ୍କ କ୍ଷେତ୍ରରେ କରୋନା ନେଗେଟିଭ୍‍ ଆସିଲେ ତାଙ୍କୁ ଘରକୁ ଛଡ଼ାଯିବ।
ସୂଚନା ଥାଉ କି, ଓଡ଼ିଶାରେ ୩ ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହୋଇଥିବାବେଳେ ସମସ୍ତେ ଭୁବନେଶ୍ୱର ବାସିନ୍ଦା ଅଟନ୍ତି।

Tags: