ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତ୍ୟେଷ୍ଟିରେ ହେବେ ସାମିଲ
ଟୋକିଓ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି I ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦି ଅକାସାକା ପ୍ୟାଲେସ ଯିବେ, ଯେଉଁଠାରେ ଏକ ଅଭିବାଦନ ସମାରୋହ ହେବ । ମୃତ୍ୟୁର ଦୁଇ ମାସ ପରେ ସରିଛି ତାଙ୍କ ଶେଷକୃତ୍ୟଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଜାପାନରେ […]
ଟୋକିଓ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାପାନ ଗସ୍ତରେ ଯାଇଛନ୍ତି I ଟୋକିଓରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି I ଏହି କାର୍ଯ୍ୟକ୍ରମ ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ କରାଯାଉଛି । ଏଠାରୁ ପ୍ରଧାନମନ୍ତ୍ରୀ ମୋଦି ଅକାସାକା ପ୍ୟାଲେସ ଯିବେ, ଯେଉଁଠାରେ ଏକ ଅଭିବାଦନ ସମାରୋହ ହେବ । ମୃତ୍ୟୁର ଦୁଇ ମାସ ପରେ ସରିଛି ତାଙ୍କ ଶେଷକୃତ୍ୟଶିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଜାପାନରେ ୨୦ରୁ ଅଧିକ ରାଜ୍ୟ ମୁଖ୍ୟଙ୍କ ସମେତ ୧୦୦ରୁ ଅଧିକ ଦେଶର ପ୍ରତିନିଧୀ ଯୋଗଦେବେ । ଏହା ପୂର୍ବରୁ ଜାପାନ ପିଏମ୍ ଫୁମିୟୋ କିଶିଦାଙ୍କୁ ଭେଟିଛନ୍ତି ମୋଦି ।
ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍ କରି କହିଛନ୍ତି ଯେ; ‘‘ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ, ମୋର ପ୍ରିୟ ବନ୍ଧୁ ଏବଂ ଭାରତ-ଜାପାନ ବନ୍ଧୁତାର ଜଣେ ମହାନାୟକଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ମୁଁ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରୁଛି ।’’
‘‘ସବୁ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ଏବଂ ଶ୍ରୀମତୀ ଆବେଙ୍କୁ ମୁଁ ମୋରହାର୍ଦ୍ଦିକ ସମବେଦନା ବ୍ୟକ୍ତ କରିବି । ଆବେ ସାନଙ୍କ ପରିକଳ୍ପନା ଅନୁରୂପ ଭାରତ-ଜାପାନ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ଲାଗି ଆମେ ପ୍ରୟାସ ଜାରି ରଖିବୁ ।

ସୂଚନାନୁସାରେ ଗତ ଜୁଲାଇ ୮ ତାରିଖରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେବା ସମୟରେ ସିଞ୍ଜୋ ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ ଦେହାନ୍ତକୁ ଇତିମଧ୍ୟରେ ୨ ମାସ ବିତିଯାଇଥିବାବେଳେ ଆଜି ତାଙ୍କୁ ରାଜକୀୟ ମର୍ଯ୍ୟାଦା ଦେଇ ଅନ୍ତିମ ସଂସ୍କାର କରାଯାଇଛି।




