ହୀନ କାର୍ଯ୍ୟ: ତୁର୍କିକୁ ରିଲିଫ ନେଇ ଯାଉଥିବା ଭାରତୀୟ ବିମାନକୁ ରୋକିଲା ପାକିସ୍ତାନ

ନୂଆଦିଲ୍ଲୀ : ନିଜ ହୀନ କାର୍ଯ୍ୟରୁ ସୁଧୁରିବ ନାହିଁ ପାକିସ୍ତାନ I ତୁର୍କୀର ଭୂକମ୍ପ ପୀଡିତଙ୍କ ପାଇଁ ରିଲିଫ ନେଇ ଯାଉଥିବା ଭାରତୀୟ ବାୟୁସେନା ବିମାନକୁ ଆକାଶ ପଥରେ ରୋକିଲା ପାକିସ୍ତାନ I ମଙ୍ଗଳବାର ସକାଳେ ତୁର୍କୀକୁ ଯାଉଥିବା ଭାରତୀୟ ବିମାନକୁ ପାକିସ୍ତାନ ଆକାଶ ମାର୍ଗ ଦେଇ ଯିବାକୁ ମନା କରିଦେଇଛି I ପାକିସ୍ତାନ ଦ୍ଵିତୀୟ ଥର ପାଇଁ ଏଇଭଳି ହୀନ କାର୍ଯ୍ୟ କରିଛି ,ଯେତେବେଳେ କି ଭାରତ ସଂକଟରେ ପଡିଥିବା କୌଣସି ଦେଶକୁ ମାନବିକ ସହାୟତା […]

Samaya Live Picture
Published On

ନୂଆଦିଲ୍ଲୀ : ନିଜ ହୀନ କାର୍ଯ୍ୟରୁ ସୁଧୁରିବ ନାହିଁ ପାକିସ୍ତାନ I ତୁର୍କୀର ଭୂକମ୍ପ ପୀଡିତଙ୍କ ପାଇଁ ରିଲିଫ ନେଇ ଯାଉଥିବା ଭାରତୀୟ ବାୟୁସେନା ବିମାନକୁ ଆକାଶ ପଥରେ ରୋକିଲା ପାକିସ୍ତାନ I ମଙ୍ଗଳବାର ସକାଳେ ତୁର୍କୀକୁ ଯାଉଥିବା ଭାରତୀୟ ବିମାନକୁ ପାକିସ୍ତାନ ଆକାଶ ମାର୍ଗ ଦେଇ ଯିବାକୁ ମନା କରିଦେଇଛି I ପାକିସ୍ତାନ ଦ୍ଵିତୀୟ ଥର ପାଇଁ ଏଇଭଳି ହୀନ କାର୍ଯ୍ୟ କରିଛି ,ଯେତେବେଳେ କି ଭାରତ ସଂକଟରେ ପଡିଥିବା କୌଣସି ଦେଶକୁ ମାନବିକ ସହାୟତା ପଠାଇବାକୁ ରୋକିବାକୁ ଚେଷ୍ଟା କରିଛି । ଏକ ଜାତୀୟ ଗଣମାଧ୍ୟମର ସୂଚନାନୁସାରେ ସୋମବାର ସକାଳେ ତୁର୍କୀ ଏବଂ ସିରିଆରେ ୭ .୮ ମ୍ୟାଗ୍ନିଚ୍ୟୁଡର ସଂଘଠିତ ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ଏପର୍ଯ୍ୟନ୍ତ ୪ ,୯୮୩ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଦକ୍ଷିଣ-ପୂର୍ବ ପ୍ରଦେଶର କାହରମାନମାରସରେ ଥିଲା ଏବଂ ଏହା କାଇରୋ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା।

ତୁର୍କୀର ଏହି ଦୁର୍ଦ୍ଦିନ ସମୟରେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ ସାରା ବିଶ୍ୱର ପ୍ରତିନିଧି ଦଳମାନେ ଆସି ପହଞ୍ଚିଛନ୍ତି । ତୁର୍କୀର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି କହିଛି ଯେ ୨୪ ,୪୦୦ ରୁ ଅଧିକ ଜରୁରୀକାଳୀନ ସେବା କର୍ମଚାରୀ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ପରିପ୍ରେକ୍ଷୀରେ ତୁର୍କୀକୁ ସମସ୍ତ ସମ୍ଭାବ୍ୟ ସହାୟତା ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଭାରତ ସୋମବାର ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନଡିଆରଏଫ) ସର୍ଚ୍ଚ-ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ ଏବଂ ରିଲିଫ ଉଦ୍ଧାରକାରୀ ଦଳକୁ ଦେଶକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ରିଲିଫ ସାମଗ୍ରୀ ସହିତ ପ୍ରଥମ ଭାରତୀୟ ବାୟୁସେନା ବିମାନ ସୋମବାର ରାତିରେ ତୁର୍କୀ ପଠାଇଛି I ଯାହାକି ତୁର୍କୀ ସମୟ ସକାଳ ୧୦.୩୦ ରେ ସେଠାରେ ପହଁଚିଛି I

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟ ସଚିବଙ୍କ ଉଚ୍ଚ ସ୍ତରୀୟ ବୈଠକରେ ତୁର୍କୀକୁ ସହଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ ପାଇଁ ୨ଟି ଏନଡିଆରଏଫ ଟିମ ପଠାଇଛି ଭାରତ । ଏହି ଟିମ୍‌ ରେସ୍କୁ ଓ ରିଲିଫ ଅପରେସନରେ ସହଯୋଗ କରିବେ। ୨ଟି ଟିମ୍‌ରେ ୧୦୧ ଜଣ NDRF ସଦସ୍ୟଙ୍କ ସହ ଅଛନ୍ତି ଟ୍ରେନଡ଼ କୁକୁର । ଟିମ୍‌ରେ ପ୍ରଶିକ୍ଷିତ ଡାକ୍ତର ମଧ୍ୟ ଅଛନ୍ତି । ଏହା ଆବଶ୍ୟକୀୟ ମେଡିସିନ ମଧ୍ୟ ପଠାଯାଇଛି । ଆଗକୁ ତୁର୍କୀ ସରକାରଙ୍କ ସହଯୋଗରେ ରିଲିଫ ସାମଗ୍ରୀ ପଠାଯିବ।

ସେହିଭଳି ଗତ ୨୦୨୧ ମସିହାରେ ଆଫଗାନିସ୍ତାନ ତାଲିବାନ ଦ୍ୱାରା କବଜା ହେବାପରେ ପାକିସ୍ତାନ ଭାରତକୁ ଏହାର ବାୟୁ ପଥ ବ୍ୟବହାର କରିବାକୁ ମନା କରିଦେଇଥିଲା । ସେହିବର୍ଷ ଡିସେମ୍ବର ମାସରେ ଭାରତ ଆଫଗାନିସ୍ତାନକୁ ୫୦ ,୦୦୦ ମେଟ୍ରିକ୍ ଟନ୍ ଗହମ ପଠାଇବାକୁ ନିଷ୍ପତ୍ତି ନେଇଥିଲା। ଏହି ସାମଗ୍ରୀରେ ଜୀବନ ରକ୍ଷାକାରୀ ଔଷଧ ମଧ୍ୟ ରହିଥିଲା, କିନ୍ତୁ ପାକିସ୍ତାନ ସେତେବେଳେ ମଧ୍ୟ ବାଧା ସୃଷ୍ଟି କରିଥିଲା।

ସୂଚନାନୁସାରେ,ଗତକାଲି ତୁର୍କୀରେ ୪ ଥର ଭୁକମ୍ପ ହୋଇଥିବା ବେଳେ ଆଜି ପୁଣି ଥରେ ସେଠାରେ ଭୂକମ୍ପ ଅନୁଭୁତ ହୋଇଛି । ଗତ ୪୮ ଘଣ୍ଟା ଭିତରେ ଏହା ହେଉଛି ୫ମ ଥର ଭୂକମ୍ପ । ଏହି ଭୂକମ୍ପ ରିଏକ୍ଟର ସ୍କେଲରେ ୫.୬ ତୀବ୍ରତା ରହିଛି । ଏପର୍ଯ୍ୟନ୍ତ ସେଠାରେ ଏ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୫ ହଜାର ଟପି ସାରିଛି ଏବଂ ପାଖାପାଖି ୨୩ ହଜାରରୁ ଅଧିକ ଆହତ ହୋଇଥିବା ଅନୁମାନ କରାଯାଉଛି I ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୃତାହତଙ୍କ ସଂଖ୍ୟା ଆହୁରି ଅନେକ ବଢିବା ଆଶଙ୍କା କରାଯାଉଛି I

Tags: