ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ଦ୍ୱିପାକ୍ଷିକ ବୈଠକ
ଦିଲ୍ଲୀ: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତୋଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ବୈଠକରେ ସେ ଶୋକ ପ୍ରକାଶ କରିବା ସହିତ ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ଦୃଢ଼ କରିଛନ୍ତି । PM @narendramodi held talks with PM @kishida230 and extended his deepest condolences for demise of former PM Shinzo […]
ଦିଲ୍ଲୀ: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଅନ୍ତୋଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ସହିତ ଦ୍ୱିପାକ୍ଷିକ ବୈଠକ କରିଛନ୍ତି । ବୈଠକରେ ସେ ଶୋକ ପ୍ରକାଶ କରିବା ସହିତ ଭାରତ ଓ ଜାପାନ ସମ୍ପର୍କକୁ ଅଧିକ ଦୃଢ଼ କରିଛନ୍ତି ।
PM @narendramodi held talks with PM @kishida230 and extended his deepest condolences for demise of former PM Shinzo Abe.
The two leaders also had a productive exchange of views on further deepening India-Japan cooperation. pic.twitter.com/Fd6OJd4t28
— PMO India (@PMOIndia) September 27, 2022
ବୈଠକରେ ସେ କହିଛନ୍ତି, ଆଜି ଏକ ଦୁୁଃଖଦ ବେଳାବେ ଆମ ଦୁହଙ୍କିଁ ଭେଟ ହୋଇଛି । ଆଜି ଜାପାନବେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକଭିଭୂତ ଅନୁଭବ କରୁଛି । କାରଣ ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି । ତା’ଛଡ଼ା ଫେରିଯିବା ପରେ ଏମିତି ଏକ ଦୁଃଖଦ ଖବର ଶୁଣିବାର ପରିସ୍ଥିତି ଉପୁଜିବ ବୋଲି କେବେ କଳ୍ପନା ସୁଦ୍ଧା କରିପାରିନଥିଲି ।
ଆବେ ସାନ ଏବଂ ତାଙ୍କ ସହ ଆପଣ ମଧ୍ୟ ବିଦେଶ ମନ୍ତ୍ରୀ ଭାବେ ଏବଂ ଜାପାନ ସମ୍ପର୍କକୁ ନୂଆ ଉଚ୍ଚତାକୁ ନେଇ ଯାଇଛନ୍ତି । ଅନେକ କ୍ଷେତ୍ରରେ ଏହି ସମ୍ପର୍କକୁ ଅଧିକ ବିସ୍ତାର କରିଛନ୍ତି । ଆମର ବନ୍ଧୁତା, ଭାରତ-ଜାପାନ ମୈତ୍ରୀ ବିଶ୍ୱସ୍ତରରେ ଏକ ପ୍ରଭାବ ସୃଷ୍ଟି କରିବାରେ ବହୁତ ବଡ଼ ଭୂମିକା ନିର୍ବାହ କରିଛି । ଆଉ ଏସବୁ ପାଇଁ ଆଜି ଭାରତର ଜନସାଧାରଣ ଆବେ ସାନଙ୍କୁ ଖୁବ୍ ମନେ ପକାଉଛନ୍ତି । ଭାରତ ସବୁବେଳେ ଏକ ପ୍ରକାରରେ ତାଙ୍କର ଅନୁପସ୍ଥିତି ଜନିତ ଶୂନ୍ୟସ୍ଥାନକୁ ଅନୁଭବ କରୁଛି ।
କିନ୍ତୁ ମୋର ବିଶ୍ୱାସ ରହିଛି ଯେ, ଆପଣଙ୍କ ନେତୃତ୍ୱରେ ଭାରତ-ଜାପାନ ସମ୍ପର୍କ ଆହୁରୀ ଅଧିକ ନିବିଡ ହେବ, ଆହୁରି ଅଧିକ ଉଚ୍ଚତା ଛୁଇଁବ । ଆମେ ବିଶ୍ୱର ସମସ୍ୟା ସମାଧାନ କରିବାରେ ଏକ ଉପଯୁକ୍ତ ଭୂମିକା ନିର୍ବାହ କରିବା ଲାଗି ସକ୍ଷମ ହୋଇପାରିବୁ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ।




