ମହାକାଶରେ ରନ୍ଧା ଖାଦ୍ୟ
By: Samaya Live
ପ୍ରଥମଥର ପାଇଁ ମହାକାଶରେ ଚୀନ ଖାଦ୍ୟ ରାନ୍ଧିଥିବା ଜଣା ପଡିଛି । ମହାକାଶରେ ଥିବା ଚୀନସ୍ପେସ ଷ୍ଟେସନରେ ପ୍ରଥମଥର ପାଇଁ ଅନ୍ତରୀକ୍ଷ ଯାତ୍ରୀମାନେ ଓଭାନର ବ୍ୟବହାର କରି ରୋଷେଇ କରିଛନ୍ତି । ସେମାନେ ଏଠାରେ ଚିକେନ ଉଇଙ୍ଗସ୍ ଓ କାଲିମିର୍ଚ ଷ୍ଟେକ ରୋଷେଇ କରିଛନ୍ତି । ଏହା ଏକ ଫେରେଓ୍ୱଲ ପାଟି ଅବସରରେ ପ୍ରସ୍ତୁତ କରାଯାଇଛି । ସ୍ପେସ ଷ୍ଟେସନରେ ପହଞ୍ଚିଥିବା ନୂଆ ଯାତ୍ରୀ ପୁରୁଣା ଯାତ୍ରୀଙ୍କୁ ବିଦାୟ ଦେବା ସମୟରେ ଏହାକୁ ରାନ୍ଧିଛନ୍ତି । ଏହାକୁ ସ୍ପେସ ଷ୍ଟେସନର ପ୍ରଥମ ବାର୍ବିକ୍ୟୁ ପାର୍ଟିର ଆଖ୍ୟା ଦିଆଯାଇଛି । ଏହି ଓଭାନଟି ସ୍ମୋକ ଫ୍ରି , ତେଣୁ ଏହାକୁ ମହାକାଶରେ ଖାଦ୍ୟ ରାନ୍ଧିବା ପାଇଁ ଯୋଗ୍ୟ । ଏହାକୁ ସ୍ୱତନ୍ତ୍ରଭାବେ ମହାକାଶ ପାଇଁ ହିଁ ଡିଜାଇନ କରାଯାଇଛି । ଏହା ମହାକାଶରେ ୫୦୦ ଥର ଖାଦ୍ୟ ପ୍ରସ୍ତୁତ କରିପାରିବ । ଯାହାପରେ ଏହାକୁ ସଫା କରିବାର ଆବଶ୍ୟକତା ରହିଛି । ଏହି ଓଭାନରେ ୧୯୦ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇ ପାରିବ । ଯେଉଁଥିରେ ତାଜା ପନିପରିବା,କେକ୍ ଓ ମାଂସ ଆଦି ରୋଷେଇ ହୋଇପାରିବ ।
Tags:


