‘ବିନା ପାସପୋର୍ଟରେ ଭାରତୀୟ ଯାଇପାରିବେ ପାକିସ୍ତାନ’

ସମୟ ଲାଇଭ୍‍,୧/୧୧: ପାକିସ୍ତାନ ଯିବା ପାଇଁ ଭାରତୀୟଙ୍କ ପାସପୋର୍ଟର ଆବଶ୍ୟକତା ନାହିଁ ବୋଲି ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ କହିଛନ୍ତି। ତେବେ ଏହି ନିୟମ କେବଳ ପାକିସ୍ତାନର କରତାରପୁର ପାଇଁ ଲାଗୁ ହେବ। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ଇମ୍ରାନ ଏପରି ଘୋଷଣା କରିଛନ୍ତି। ସେ କହିଛନ୍ତି ଉଦଘାଟନୀ ସମାରୋହ ତଥା ଗୁରୁଦେବଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୯ ତାରିଖରୁ କରତାରପୁରସ୍ଥିତ ଗୁରୁଦ୍ୱାର ଖୋଲାଯିବ। ଏଠାକୁ ଆସୁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ […]

Samaya Live Picture
Published On

ସମୟ ଲାଇଭ୍‍,୧/୧୧: ପାକିସ୍ତାନ ଯିବା ପାଇଁ ଭାରତୀୟଙ୍କ ପାସପୋର୍ଟର ଆବଶ୍ୟକତା ନାହିଁ ବୋଲି ପାକ୍‍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‍ କହିଛନ୍ତି। ତେବେ ଏହି ନିୟମ କେବଳ ପାକିସ୍ତାନର କରତାରପୁର ପାଇଁ ଲାଗୁ ହେବ। ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଅବସରରେ ଇମ୍ରାନ ଏପରି ଘୋଷଣା କରିଛନ୍ତି। ସେ କହିଛନ୍ତି ଉଦଘାଟନୀ ସମାରୋହ ତଥା ଗୁରୁଦେବଙ୍କ ଜୟନ୍ତୀ ଉପଲକ୍ଷେ ନଭେମ୍ବର ୯ ତାରିଖରୁ କରତାରପୁରସ୍ଥିତ ଗୁରୁଦ୍ୱାର ଖୋଲାଯିବ। ଏଠାକୁ ଆସୁଥିବା ଭାରତୀୟ ଶ୍ରଦ୍ଧାଳୁଙ୍କ ଠାରୁ କୌଣସି ଶୁଳ୍କ ନିଆଯିବ ନାହିଁ। ଏପରିକି ୧୦ ଦିନ ପୂର୍ବରୁ ପଞ୍ଜୀକରଣ କରିବାର ଆବଶ୍ୟକତା ମଧ୍ୟ ନାହିଁ। କେବଳ ପରିଚୟ ପତ୍ର ଦେଖାଇ ଯେ କେହି କରତାରପୁର ଆସିପାରିବେ।

Tags: