ପାକିସ୍ତାନ ନିଜର ସେନା ଆଇନରେ ପରିବର୍ତ୍ତନ କରି କୂଳଭୁଷଣଙ୍କୁ ସିଭିଲ ଅଦାଲତରେ ହାଜର ପାଇଁ କରୁଛି ନୂଆ ଚକ୍ରାନ୍ତ
ସମୟ ଲାଇଭ,୧୩/୧୧: କୂଳଭୁଷଣ ଯାଦବଙ୍କୁ ପାକିସ୍ତାନ ଏବେ ନିଜର ସେନା ଆଇନରେ ପରିବର୍ତ୍ତନ କରି ସିଭିଲ ଅଦାଲତରେ ହାଜର କରିବା ପାଇଁ ଚାହୁଁଛି। ସୂଚନାଥାଉକି, ଭାରତୀୟ ନୈସେନା ଅଧିକାରୀ କୂଳଭୁଷଣ ଯାଦବଙ୍କୁ ପାକିସ୍ତାନ ଗିରଫ କରି ଭାରତୀୟ ଗୋଇନ୍ଦା ଅଧିକାରିଭାବେ ଚିତ୍ରଣ କରି ଫାଶୀ ଦଣ୍ଡାଦେଶ ଶୁଣାଇଛି। ଏହି ମାମଲାରେ ଭାରତ ଅନ୍ତର୍ଜାତୀୟ ଅଦଳେତର ଆବେଦନ କରିବା ପରେ କୂଳଭୁଷଣଙ୍କ ଫାଶି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଥିଲେ କୋର୍ଟ। ପରେ ପାକିସ୍ତାନୀ ସେନା କୁଳଭୂଷଣଙ୍କ ବିରୋଧରେ ଏକ […]
ସମୟ ଲାଇଭ,୧୩/୧୧: କୂଳଭୁଷଣ ଯାଦବଙ୍କୁ ପାକିସ୍ତାନ ଏବେ ନିଜର ସେନା ଆଇନରେ ପରିବର୍ତ୍ତନ କରି ସିଭିଲ ଅଦାଲତରେ ହାଜର କରିବା ପାଇଁ ଚାହୁଁଛି। ସୂଚନାଥାଉକି, ଭାରତୀୟ ନୈସେନା ଅଧିକାରୀ କୂଳଭୁଷଣ ଯାଦବଙ୍କୁ ପାକିସ୍ତାନ ଗିରଫ କରି ଭାରତୀୟ ଗୋଇନ୍ଦା ଅଧିକାରିଭାବେ ଚିତ୍ରଣ କରି ଫାଶୀ ଦଣ୍ଡାଦେଶ ଶୁଣାଇଛି। ଏହି ମାମଲାରେ ଭାରତ ଅନ୍ତର୍ଜାତୀୟ ଅଦଳେତର ଆବେଦନ କରିବା ପରେ କୂଳଭୁଷଣଙ୍କ ଫାଶି ଦଣ୍ଡାଦେଶ ଉପରେ ରହିତାଦେଶ ଲଗାଇଥିଲେ କୋର୍ଟ। ପରେ ପାକିସ୍ତାନୀ ସେନା କୁଳଭୂଷଣଙ୍କ ବିରୋଧରେ ଏକ ମନଗଢ଼ା କାହାଣୀ ପ୍ରସ୍ତୁତ କରି ତାଙ୍କୁ ଭାରତୀୟ ଗୁପ୍ତଚର ବୋଲି ଦର୍ଶାଇ ପାକିସ୍ତାନର ଏକ ସାମରିକ ଅଦାଲତରେ ହାଜର କରାଇଥିଲେ। ପାକିସ୍ତାନର ସାମରିକ ଅଦାଲତ ୨୦୧୭ ମାର୍ଚ୍ଚରେ କୁଲଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇବା ପରେ ସେ ସେବେଠାରୁ ପାକିସ୍ତାନ ଜେଲରେ ବନ୍ଦୀ ଅଛନ୍ତି। ଆଇସିଜେର ଏ ପ୍ରକାର ଆଭିମୁଖ୍ୟ ଦେଖି ପାକିସ୍ତାନ ଏବେ ନିଜର ସେନା ଆଇନ୍କୁ ସଂଶୋଧନ କରି କୂଳଭୂଷଣ ଯାଦବଙ୍କୁ ସିଭିଲ୍ ଅଦାଲତରେ ଆବେଦନ କରିବା ପାଇଁ ଅନୁମତି ପ୍ରଦାନ କରିବାକୁ ଯୋଜନା କରୁଥିବା ଜାଣିବାକୁ ମିଳିଛି।

Tags:




