ପାକିସ୍ତାନ: ଜାଫର ଟ୍ରେନ୍ରେ ବିସ୍ଫୋରଣ, ୨ ମୃତ ଓ ୮ ଗୁରୁତର
ପେଶାୱର: ଗୁରୁବାର ଦିନ ବାଲୁଚିସ୍ତାନର ବୋଲାନ ଜିଲ୍ଲାର ପାନେର ଅଞ୍ଚଳରେ ଏକ ରେଳ ଲାଇନ ରେ ଘଟିଛି ବୋମା ବିସ୍ଫୋରଣ I ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି I ଏନେଇ ପାକିସ୍ତାନ ରେଳ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ବେଲୁଚିସ୍ତାନରୁ କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ଏହି ବିସ୍ଫୋରଣ ଘଟିଛି। ବାଲୁଚିସ୍ତାନରେ ପାକିସ୍ତାନ ରେଳବାଇ ମୁଖପାତ୍ର ମହମ୍ମଦ କାଶିଫ ଡନ୍ଙ୍କୁ କହିଛନ୍ତି ଯେ ପେଶୱାର ଅଭିମୁଖେ […]
ପେଶାୱର: ଗୁରୁବାର ଦିନ ବାଲୁଚିସ୍ତାନର ବୋଲାନ ଜିଲ୍ଲାର ପାନେର ଅଞ୍ଚଳରେ ଏକ ରେଳ ଲାଇନ ରେ ଘଟିଛି ବୋମା ବିସ୍ଫୋରଣ I ଏହି ବିସ୍ଫୋରଣରେ ୨ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି I ଏନେଇ ପାକିସ୍ତାନ ରେଳ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି I ବେଲୁଚିସ୍ତାନରୁ କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ଏହି ବିସ୍ଫୋରଣ ଘଟିଛି।
ବାଲୁଚିସ୍ତାନରେ ପାକିସ୍ତାନ ରେଳବାଇ ମୁଖପାତ୍ର ମହମ୍ମଦ କାଶିଫ ଡନ୍ଙ୍କୁ କହିଛନ୍ତି ଯେ ପେଶୱାର ଅଭିମୁଖେ ଜାଫର ଏକ୍ସପ୍ରେସ କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସ ଚିଚାୱତନୀ ରେଳ ଷ୍ଟେସନ ଦେଇ ଯାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି। ଏଥିରେ ଇକୋନୋମୀ କ୍ଲାସର ୬ ନମ୍ବର ବଗିରେ ବିସ୍ଫୋରଣ ଘଟିଥିବା କୁହାଯାଉଛି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଜାଫର ଏକ୍ସପ୍ରେସରେ ବିସ୍ଫୋରଣର ଏହା ଦ୍ବିତୀୟ ଘଟଣା। ଗତ ମାସ ଏହି ଟ୍ରେନରେ ଏଭଳି ଏକ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ୮ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିସହ ବିସ୍ଫୋରଣ ଯୋଗୁଁ ଏକ୍ସପ୍ରେସର ଦୁଇଟି ବଗି ମଧ୍ୟ ଲାଇନଚ୍ୟୁତ ହୋଇଥିଲା।




