ଦେଶରେ ତେଲ ନାହିଁ, ୱାର୍କ ଫ୍ରମ ହୋମ ପାଇଁ ନିର୍ଦ୍ଦେଶ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଜୁନ୨୪: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଏଠାରେ ସାଧାରଣ ନାଗରିକଙ୍କୁ ପେଟ୍ରୋଲ କମ୍‌ ବ୍ୟବହାରଠୁ ଆରମ୍ଭ କରି କମ୍‌ ଚା ପିଇବାକୁ ଅପିଲ କରାଯାଉଛି । ଏହାମଧ୍ୟରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ୍‌ ନିଜ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ପେଟ୍ରୋଲ ବଞ୍ଚିବ ବୋଲି ବ୍ୟାଙ୍କ୍‌ କହିଛି […]

Samaya Live Picture
Published On

ନୂଆଦିଲ୍ଲୀ: ଜୁନ୨୪: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଏଠାରେ ସାଧାରଣ ନାଗରିକଙ୍କୁ ପେଟ୍ରୋଲ କମ୍‌ ବ୍ୟବହାରଠୁ ଆରମ୍ଭ କରି କମ୍‌ ଚା ପିଇବାକୁ ଅପିଲ କରାଯାଉଛି । ଏହାମଧ୍ୟରେ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ୍‌ ନିଜ କର୍ମଚାରୀଙ୍କ ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି । ନିଜ କର୍ମଚାରୀଙ୍କୁ ୱାର୍କ ଫ୍ରମ୍‌ ହୋମ୍‌ କରିବାକୁ ବ୍ୟାଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାଦ୍ୱାରା କର୍ମଚାରୀଙ୍କ ପେଟ୍ରୋଲ ବଞ୍ଚିବ ବୋଲି ବ୍ୟାଙ୍କ୍‌ କହିଛି । ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କର୍ମଚାରୀମାନେ ଭର୍ଚ୍ଚୁଆଲ୍‌ ବୈଠକରେ ସାମିଲ ହୁଅ;ୁ । ଏହାସହ ଦୁଇ ଦିନ ଘରୁ କାମ କର;ୁ । ଏବେ ସରକାରଙ୍କ ପାଖରେ ପେଟ୍ରୋଲ ଓ ଡିଜେଲ କିଣିବା ପାଇଁ ଟଙ୍କା ନାହିଁ । ସମସ୍ତେ ଅର୍ଥ ସଞ୍ଚୟ କରିବା ଆବଶ୍ୟକ । ତେଣୁ ଇନ୍ଧନ ବଞ୍ଚାଇବା ଜରୁରୀ ବୋଲି ବ୍ୟାଙ୍କ୍‌ କହିଛି । ସେହିପରି ପାକିସ୍ତାନ ଷ୍ଟେଟ୍‌ ବ୍ୟାଙ୍କ୍‌ କହିଛି ଯେ, କର୍ମଚାରୀମାନେ ସାଧାରଣ ପରିବହନରେ ବ୍ୟାଙ୍କ୍‌ ଆସିବା ଦରକାର । କାର୍‌ କମ୍‌ ବ୍ୟବହାର କଲେ ଭଲ । ଏହାସହ କର୍ମଚାରୀଙ୍କୁ କୌଣସି ଘର ଆସବାବପତ୍ର କ୍ରୟ ଉପରେ ମଧ୍ୟ ମନା କରାଯାଇଛି । କେବଳ ଏତିକି ନୁହେଁ, କର୍ମଚାରୀଙ୍କ ଭ୍ରମଣ ଉପରେ ମଧ୍ୟ ରୋକ୍‌ ଲାଗିଛି । ସୂଚନାଯୋଗ୍ୟ, ପାକିସ୍ତାନରେ ସମସ୍ତ ବସ୍ତୁର ଦାମ୍‌ ହୁହୁ ହୋଇ ବଢିବାରେ ଲାଗିଛି । ଲୋକଙ୍କ ପାଖରେ ଟଙ୍କା ମଧ୍ୟ ନାହିଁ । ଦେଶ ଦେବାଳିଆ ସ୍ଥିତିରେ ପହଞ୍ଚିି ସାରିଛି । ଯାହାକୁ ନଜରରେ ରଖି ଇସଲାମାବାଦଠୁ ରାୱଲପିଣ୍ଡି ଯାଏଁ ସମସ୍ତ ବଜାରକୁ ରାତି ୯ଟା ପୂର୍ବରୁ ବନ୍ଦ କରିଦିଆଯାଉଛି ।