ପାକିସ୍ତାନରେ ଭୟଙ୍କର ବନ୍ୟା, ୯୩୭ ମଲେଣି

ଇସ୍‌ଲାମବାଦ: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟା ଫଳରେ ଏପର୍ଯ୍ୟନ୍ତ ପ୍ରାୟ ୯୩୭ ଜଣ ଲୋକ ମୃତୁ୍ୟବରଣ କରିସାରିଲେଣି । ଆହୁରି ଦୁଃଖର କଥା ହେଉଛି ଏହି ମୃତକଙ୍କ ମଧ୍ୟରେ ୩୪୩ ଜଣ ଶିଶୁ ଅଛନ୍ତି । ଏହି ବନ୍ୟାରେ ପ୍ରାୟ ୩ କୋଟି ଲୋକ ବାସହୀନ ହୋଇପଡ଼ିଛନ୍ତି । ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ […]

Samaya Live Picture
Published On

ଇସ୍‌ଲାମବାଦ: ପାକିସ୍ତାନରେ ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଛି । ଏହି ବନ୍ୟା ଫଳରେ ଏପର୍ଯ୍ୟନ୍ତ ପ୍ରାୟ ୯୩୭ ଜଣ ଲୋକ ମୃତୁ୍ୟବରଣ କରିସାରିଲେଣି । ଆହୁରି ଦୁଃଖର କଥା ହେଉଛି ଏହି ମୃତକଙ୍କ ମଧ୍ୟରେ ୩୪୩ ଜଣ ଶିଶୁ ଅଛନ୍ତି ।

 ପାକିସ୍ତାନରେ ଭୟଙ୍କର ବନ୍ୟା, ୯୩୭ ମଲେଣି

ଏହି ବନ୍ୟାରେ ପ୍ରାୟ ୩ କୋଟି ଲୋକ ବାସହୀନ ହୋଇପଡ଼ିଛନ୍ତି । ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି ।

 ପାକିସ୍ତାନରେ ଭୟଙ୍କର ବନ୍ୟା, ୯୩୭ ମଲେଣି

ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦକ୍ଷିଣ ପାକିସ୍ତାନରେ ଥିବା ସିନ୍ଧ ପ୍ରଦେଶ । ଜୁନ ୧୪ରୁ ଏପର୍ଯ୍ୟନ୍ତ କେବଳ ଏହି ପ୍ରଦେଶରେ ମୃତ୍ୟୁସଂଖ୍ୟା ୩୦୬ରେ ପହଞ୍ଚିଛି । ଏହି ପ୍ରଦେଶର ୨୩ଟି ଜିଲ୍ଲା ଅଧିକ ପ୍ରଭାବିତ ହୋଇଛନ୍ତି । ଅନ୍ୟପକ୍ଷରେ ବେଲୁଚିସ୍ତାନରେ ୨୩୪ ଜଣ, ଖ୍ୱାଇବର ପଖତୁନଖ୍ୱାବାରେ ୧୮୫ ଜଣ ଓ ପଞ୍ଜାବରେ ୧୬୫ ଜଣ ପ୍ରାଣ ହରାଇଛନ୍ତି ।

 ପାକିସ୍ତାନରେ ଭୟଙ୍କର ବନ୍ୟା, ୯୩୭ ମଲେଣି

ପିଓକେରେ ୩୭ ଜଣ ମୃତ୍ୟୁବରଣ କରିଛନ୍ତି । ପାକିସ୍ତାନର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଏନଡିଏମଏର ସୂଚନା ଅନୁସାରେ ଅଗଷ୍ଟ ମାସରେ ପାକିସ୍ତାନରେ ସାଧାରଣତଃ ୪୮ ମିଲିମିଟର ବର୍ଷା ହୋଇଥାଏ । କି;ୁ ଏବର୍ଷ ରେକର୍ଡ ୧୬୬ ମିଲିମିଟର ବର୍ଷା ହୋଇଛି । ଏହି କାରଣରୁ ଏପରି ବନ୍ୟା ଦେଖାଦେଇଛି ।

 ପାକିସ୍ତାନରେ ଭୟଙ୍କର ବନ୍ୟା, ୯୩୭ ମଲେଣି

ପାକିସ୍ତାନରେ ଆର୍ଥିକ ସଂକଟ ଚାଲିଥିବାବେଳେ ଏହି ବନ୍ୟା ସରକାରଙ୍କ ସମସ୍ୟା ବଢାଇଦେଇଛି । ପ୍ରବାସୀ ପାକିସ୍ତାନୀ ଓ ଅନ୍ୟ ମାନଙ୍କୁ ସହାୟତା ପାଇଁ ପାକ ସରକାର ନିବେଦନ କରିଛନ୍ତି ।