କଟକଣା ଜାରି ହେବାର ଦିନକ ଆଗକୁ ବଦଳାଇଦେଲେ ମାଲିକାନା

ନୂଆଦିଲ୍ଲୀ: ମଇ ୨୮: ସମ୍ପତ୍ତିର ସୁରକ୍ଷା ନିମନ୍ତେ ୟୁରୋପୀୟ ସଂଘ କଟକଣା ଜାରି କରିବାର ଦିନକ ଆଗରୁ କୋଟିପତି ରୁଷୀୟ ବ୍ୟବସାୟୀ ଆନ୍ଦ୍ରେ ମେଲ୍ନିଙ୍କୋ ତାଙ୍କ ମାଲିକାନାରେ ଥିବା ବିଶ୍ୱର ଅନ୍ୟତମ ବୃହତ କୋଇଲା ଏବଂ ସାର କମ୍ପାନିକୁ ତାଙ୍କ ପତ୍ନୀଙ୍କ ନାମରେ ଲେଖି ଦେଇଛନ୍ତି । ୧୯୯୧ରେ ସୋଭିଏତ ଦେଶର ପତନ ପରେ ବିପୁଳ ଅର୍ଥ ଉପାର୍ଜନ କରିଥିବା ମେଲ୍ନିଙ୍କୋ ମାର୍ଚ୍ଚ ୮ ତାରିଖ ଦିନ କୋଇଲା ଉତ୍ପାଦନକାରୀ କମ୍ପାନି ସୁଏକ୍‌ ଆଓ ଏବଂ ସାର […]

Samaya Live Picture
Published On

ନୂଆଦିଲ୍ଲୀ: ମଇ ୨୮: ସମ୍ପତ୍ତିର ସୁରକ୍ଷା ନିମନ୍ତେ ୟୁରୋପୀୟ ସଂଘ କଟକଣା ଜାରି କରିବାର ଦିନକ ଆଗରୁ କୋଟିପତି ରୁଷୀୟ ବ୍ୟବସାୟୀ ଆନ୍ଦ୍ରେ ମେଲ୍ନିଙ୍କୋ ତାଙ୍କ ମାଲିକାନାରେ ଥିବା ବିଶ୍ୱର ଅନ୍ୟତମ ବୃହତ କୋଇଲା ଏବଂ ସାର କମ୍ପାନିକୁ ତାଙ୍କ ପତ୍ନୀଙ୍କ ନାମରେ ଲେଖି ଦେଇଛନ୍ତି । ୧୯୯୧ରେ ସୋଭିଏତ ଦେଶର ପତନ ପରେ ବିପୁଳ ଅର୍ଥ ଉପାର୍ଜନ କରିଥିବା ମେଲ୍ନିଙ୍କୋ ମାର୍ଚ୍ଚ ୮ ତାରିଖ ଦିନ କୋଇଲା ଉତ୍ପାଦନକାରୀ କମ୍ପାନି ସୁଏକ୍‌ ଆଓ ଏବଂ ସାର ଉତ୍ପାଦନକାରୀ କମ୍ପାନି ୟୁରୋକେମ୍‌ ଗ୍ରୁପ୍‌ ଏ.ଜି.ରୁ ତାଙ୍କର ମଲିକାନା ପ୍ରତ୍ୟାହାର କରି ନେଇଥିଲେ । ୮ ତାରିଖ ପର୍ଯ୍ୟନ୍ତ ମେଲ୍ନିଙ୍କୋ କେତେ ଗୁଡ଼ିଏ ଟ୍ରଷ୍ଟ୍‌ ଏବଂ କର୍ପୋରେସନ୍‌ ଜରିଆରେ ମସ୍କୋରୁ ସୁଇଜର୍ଲାଣ୍ଡ୍‌ ନଗରୀ ଜଗ୍‌ ପର୍ଯ୍ୟନ୍ତ ଓ ସାଇପ୍ରସୁ ବର୍ମୁଡ଼ା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଉପରୋକ୍ତ ଦୁଇ ବୃହତ କମ୍ପାନିର ମାଲିକ ଥିଲେ ବୋଲି ସମ୍ବାଦ ସରବରାହ ସଂସ୍ଥାନ ରଏଟର୍ସଦ ରିପୋର୍ଟ କରିଛି । ଫେବ୍ରୁଆରି ମାସରେ ଯୁଦ୍ଧ ଆରମ୍ଭ ହେବା ସମୟରେ ୟୁରୋପୀୟ ସଂଘ କଟକଣାରେ ପଡ଼ି ପାରନ୍ତି ବୋଲି ମେଲ୍ନିଙ୍କୋଙ୍କର ଆଶଙ୍କା ହୋଇଥିଲା । ତେଣୁ, କମ୍ପାନିରୁ ଅବସର ଗ୍ରହଣ କରିବେ ବୋଲି ସେ ଟ୍ରଷ୍ଟିମାନଙ୍କୁ ନୋଟିସ ଜାରି କରିଥିଲେ । କି;ୁ, ଏ ସଂକ୍ରାନ୍ତରେ ମେଲ୍ନିଙ୍କୋ ଏବଂ ତାଙ୍କ ପତ୍ନୀ କୌଣସି ବିବୃତି ଦେଇନଥିଲେ ।