‘ଅପରେସନ ଦୋସ୍ତ’ ସାରି ଭାରତ ଫେରିଲେ NDRF ଟିମ,ତାଳି ମାଡ଼ରେ କମ୍ପିଲା ତୁର୍କୀ ବିମାନ ବନ୍ଦର

ନୂଆଦିଲ୍ଲୀ : ତୁର୍କୀର ‘ଅପରେସନ ଦୋସ୍ତ’ ସାରି ଭାରତ ଫେରିଲେ NDRF ଟିମ Iତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ସାହାଯ୍ୟ କରିବାକୁ ଭାରତୀୟ ବୀର NDRF ଦଳ I NDRF ଦଳ ତୁର୍କୀର ଆଡାନା ବିମାନବନ୍ଦରର ପହଁଚିବାପରେ ବିମାନ ବନ୍ଦର କର୍ମଚାରୀମାନେ କରତାଳି ଦେଇ ଦଳକୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ଭାରତରେ ପହଞ୍ଚିବା ପରେ ଗାଜିଆବାଦର ଅଧିକାରୀମାନେ ଏନଡିଆରଏଫ ଦଳର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ। ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀରେ ଦୀର୍ଘ ୧୦ ଦିନ କାଳ […]

Samaya Live Picture
Published On

ନୂଆଦିଲ୍ଲୀ : ତୁର୍କୀର ‘ଅପରେସନ ଦୋସ୍ତ’ ସାରି ଭାରତ ଫେରିଲେ NDRF ଟିମ Iତୁର୍କୀରେ ଘଟିଥିବା ଭୟଙ୍କର ଭୂକମ୍ପରେ ସାହାଯ୍ୟ କରିବାକୁ ଭାରତୀୟ ବୀର NDRF ଦଳ I NDRF ଦଳ ତୁର୍କୀର ଆଡାନା ବିମାନବନ୍ଦରର ପହଁଚିବାପରେ ବିମାନ ବନ୍ଦର କର୍ମଚାରୀମାନେ କରତାଳି ଦେଇ ଦଳକୁ ଧନ୍ୟବାଦ ଜଣାଇଥିଲେ । ଏହା ପରେ ଭାରତରେ ପହଞ୍ଚିବା ପରେ ଗାଜିଆବାଦର ଅଧିକାରୀମାନେ ଏନଡିଆରଏଫ ଦଳର ସଦସ୍ୟମାନଙ୍କୁ ସ୍ୱାଗତ କରିଥିଲେ।

ଭୂମିକମ୍ପ ପ୍ରପୀଡ଼ିତ ତୁର୍କୀରେ ଦୀର୍ଘ ୧୦ ଦିନ କାଳ ଉଦ୍ଧାର ଅଭିଯାନ ଚଳାଇବା ପରେ ଆଜି ୪୭ ସଦସ୍ୟବିଶିଷ୍ଟ ‘ଏନ୍‌ଡିଆର୍‌ଏଫ୍‌’ ଟିମ୍‌ ଓ ‘ଡଗ୍‌ ସ୍କ୍ବାଡ୍‌’ ମଧ୍ୟ ଭାରତକୁ ଫେରିଆସିଛନ୍ତି। ଉଦ୍ଧାର ଅଭିଯାନରେ ସାମିଲ ହୋଇଥିଲେ ‘ଡଗ୍‌ ସ୍କ୍ବାଡ୍‌’ ୪ ସନ୍ଧାନୀ କୁକୁର ଜୁଲି, ରୋମିଓ, ହନି ଏବଂ ରାମ୍ବୋ । ପ୍ରଶିକ୍ଷଣ ପ୍ରାପ୍ତ ଏହି ଲାବ୍ରାଡର୍‌ ପ୍ରଜାତିର କୁକୁରମାନେ ‘ନ୍ୟାସ୍‌ନାଲ୍‌ ଡିଜାଷ୍ଟର୍‌ ରେସ୍‌ପନ୍‌ସ୍‌ ଫୋର୍ସ’ର ଦୁଇଟି ପୃଥକ୍‌ ଟିମ୍‌ରେ ସାମିଲ ହୋଇଥିଲେ। ଏହି କୁକୁର ମାନେ ଭଗ୍ନସ୍ତୁପ ମଧ୍ୟରେ ଶୁଙ୍ଘି ଶୁଙ୍ଘି ଜୀବନର ସନ୍ଧାନ ପାଇଥିଲେ I ଜଣେ ୬ ବର୍ଷୀୟ ବାଳିକାକୁ ଉଦ୍ଧାର କରିବା ଲାଗି ମେସିନ୍‌ ବିଫଳ ହୋଇଥିବା ବେଳେ ସେ ବାଳିକାକୁ ଉଦ୍ଧାର କରି ସନ୍ଧାନୀ କୁକୁର ରୋମିଓ ଓ ଜୁଲି ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲେ।

ଏହି ଦଳ ତୁର୍କୀରୁ ଫେରି ଗାଜିଆବାଦ ଏନଡିଆରଏଫ ବାଟାଲିୟନରେ ପହଞ୍ଚିଛି, ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ଏହା ପରେ, ମଧ୍ୟାହ୍ନ ଭୋଜନ ପରେ ସେମାନେ ଘରକୁ ଯିବେ I ଅନ୍ୟପଟେ ଦ୍ୱିତୀୟ ଦଳ ଆଜି ସନ୍ଧ୍ୟାରେ ଆସିବାକୁ ଥିବାବେଳେ,ତୃତୀୟ ଦଳ ଆସନ୍ତାକାଲି ଫେରିବେ I

ସୂଚନାନୁସାରେ ତୁର୍କୀ ଏବଂ ସିରିଆରେ ୬ ଫେବୃଆରୀ ସକାଳ ୪.୩୦ରେ ହୋଇଥିଲା ଭୟଙ୍କର ଭୂମିକମ୍ପ I ଏହି ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା ଏ ପର୍ଯ୍ୟନ୍ତ ୪୦ ହଜାର ପାଖାପାଖି ଛୁଇଁଥିବା ବେଳେ ଆହୁରି ବଢିଚାଲିଛି । ଭୂକମ୍ପ ପରେ ପୃଥିବୀର ସମସ୍ତ ଦେଶ ତୁର୍କୀକୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଥିଲେ। ଆଜି ଅର୍ଥାତ୍ ଶୁକ୍ରବାର ଦିନ ଏହି ସଂଖ୍ୟା ୪୧,୦୦୦ ଅତିକ୍ରମ କରିଛି। କେବଳ ତୁର୍କୀରେ ଏପର୍ଯ୍ୟନ୍ତ ୩୮,୦୪୪ ଲୋକ ପ୍ରାଣ ହରାଇଛନ୍ତି।

Tags: