ମଣିଷଙ୍କ ଠାରୁ ୨୫ ଲକ୍ଷ ଗୁଣ ଅଧିକ ପିମ୍ପୁଡି
ଏକ ରିପୋର୍ଟରୁ ଜଣାଯାଇଛି ପୃଥିବୀ ପୃଷ୍ଠରେ ପିମ୍ପୁଡିଙ୍କ ସଂଖ୍ୟା ଜନସଂଖ୍ୟା ଠାରୁ ୨୫ ଲକ୍ଷ ଗୁଣ ଅଧିକ । ଏହି ସଂଖ୍ୟା ୨୦ ଲକ୍ଷ କୋଟି ଅରବ ଅର୍ଥାତ୍ ୨୦ଆଗରେ ୧୫ଟି ଶୂନ । ତେବେ ପ୍ରଥମ ଥର ପାଇଁ ପିମ୍ପୁଡିଙ୍କ ସଂଖ୍ୟାକୁ ନେଇ ଏକ ଅଧ୍ୟୟନ କରାଯାଇଛି । ଅଷ୍ଟ୍ରେଲିଆ, ଜର୍ମାନୀ, ହଙ୍ଗକଙ୍ଗର ଏକ ରିସର୍ଚ୍ଚ ଟିମ୍ ସାରା ବିଶ୍ୱର ବୈଜ୍ଞାନିକଙ୍କ ୪୮୯ ଅଧ୍ୟୟନ ଆଧାରରେ ପିମ୍ପୁଡିଙ୍କ ସଂଖ୍ୟା ଉପରେ ଏହି ତଥ୍ୟ ଦେଇଛନ୍ତି । […]
ଏକ ରିପୋର୍ଟରୁ ଜଣାଯାଇଛି ପୃଥିବୀ ପୃଷ୍ଠରେ ପିମ୍ପୁଡିଙ୍କ ସଂଖ୍ୟା ଜନସଂଖ୍ୟା ଠାରୁ ୨୫ ଲକ୍ଷ ଗୁଣ ଅଧିକ । ଏହି ସଂଖ୍ୟା ୨୦ ଲକ୍ଷ କୋଟି ଅରବ ଅର୍ଥାତ୍ ୨୦ଆଗରେ ୧୫ଟି ଶୂନ । ତେବେ ପ୍ରଥମ ଥର ପାଇଁ ପିମ୍ପୁଡିଙ୍କ ସଂଖ୍ୟାକୁ ନେଇ ଏକ ଅଧ୍ୟୟନ କରାଯାଇଛି । ଅଷ୍ଟ୍ରେଲିଆ, ଜର୍ମାନୀ, ହଙ୍ଗକଙ୍ଗର ଏକ ରିସର୍ଚ୍ଚ ଟିମ୍ ସାରା ବିଶ୍ୱର ବୈଜ୍ଞାନିକଙ୍କ ୪୮୯ ଅଧ୍ୟୟନ ଆଧାରରେ ପିମ୍ପୁଡିଙ୍କ ସଂଖ୍ୟା ଉପରେ ଏହି ତଥ୍ୟ ଦେଇଛନ୍ତି ।

ଏହି ଅଧ୍ୟୟନ ଲାଗି ବିଶ୍ୱର ସମସ୍ତ ମହାଦ୍ୱୀପର ଭୂମି ଓ ବୃକ୍ଷରେ ରହୁଥିବା ଭିନ୍ନ ଭିନ୍ନ ପିମ୍ପୁଡିଙ୍କ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରାଯାଇଥିଲା । ଏହା ସତ୍ତେ୍ୱ ମଧ୍ୟ ପ୍ରତି ଯାଗାରୁ ତଥ୍ୟ ସଂଗ୍ରହ କରାଯାଇ ପାରି ନ ଥିଲା । ରିସର୍ଚ୍ଚର କହିଛନ୍ତି ଆଫ୍ରିକାରେ ବହୁ ସଂଖ୍ୟାରେ ପିମ୍ପୁଡି ଅଛନ୍ତି କିନ୍ତୁ ବହୁ କମ୍ ସଂଖ୍ୟାରେ ସେମାନଙ୍କ ବିଷୟରେ ଅଧ୍ୟୟନ କରାଯାଇଛି ।

ପିମ୍ପୁଡିଙ୍କ ଏହି ନୂଆ ସଂଖ୍ୟା ପୂର୍ବ ଅନୁମାନର ୨ରୁ ୨୦ ଗୁଣ ଅଧିକ । ଏହି ଅଧ୍ୟୟନ ଅନୁଯାୟୀ ମେରୁ ଅଞ୍ଚଳ ଛାଡି ପ୍ରାୟ ସବୁ ଅଞ୍ଚଳରେ ଏହି ପିମ୍ପୁଡି ଦେଖିବାକୁ ମିଳନ୍ତି । ମେରୁ ଅଞ୍ଚଳରେ ବର୍ଷ ସାରା ବରଫ ଜମା ହୋଇ ରହୁଥିବାରୁ ଜୀବଜଗତ ତିଷ୍ଠି ରହିବା ସମ୍ଭବ ନୁହେଁ । ତେବେ ଅଧ୍ୟୟନ ଅନୁସାରେ ଅଧିକାଂଶ ପିମ୍ପୁଡି ସବୁଠାରୁ ଗରମ ଓ ସବୁଠାରୁ ଆର୍ଦ୍ର ଅଞ୍ଚଳରେ ଦେଖାଯାନ୍ତି । ଜଙ୍ଗଲ ଓ ଶୁଷ୍କ ଅଞ୍ଚଳରେ ସହର ତୁଳନାରେ ଅଧିକ ପିମ୍ପୁଡି ରହିଥାନ୍ତି । ସେହିପରି ଟ୍ରପିକାଲ୍ ଜୋନ୍ରେ ପିମ୍ପୁଡିଙ୍କ ସଂଖ୍ୟା ଅଧିକ ଘନ ।

ଏଠାରେ ତାପମାତ୍ରା ୨୦ରୁ ୩୦ ଡିଗ୍ରୀ ସେଣ୍ଟିଗ୍ରେଡ୍ ରହିଥାଏ । ଏହି ପିମ୍ପୁଡି ପ୍ରକୃତିର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ । ଏମାନେ ମାଟିକୁ ପବନ ଦେବା ସହିତ ଶସ୍ୟ ଫଳାଇବାରେ ସହାୟକ ହୋଇଥାନ୍ତି । ଏମାନେ ଖାଦ୍ୟ ଶୃଙ୍ଖଳର ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟନ୍ତି ।




