ବର୍ଷା ପାଇଁ ବେଙ୍ଗ ବିବାହ କରୁଛନ୍ତି ବ୍ରିଟେନ୍ବାସୀ
ଆମ ଦେଶରେ ବିଭିନ୍ନ ପ୍ରକାର ରୀତିନୀତି ଓ ପରମ୍ପରା ରହିଛି ଯାହାକୁ ବେଶ୍ ଶ୍ରଦ୍ଧାର ସହ ପାଳନ କରାଯାଇଥାଏ । କେତେକ ପରମ୍ପରା ପଛରେ ବୈଜ୍ଞାନିକ ସମର୍ଥନ ମଧ୍ୟ ରହିଛି । ଅନ୍ୟପକ୍ଷରେ ଏପରି ବହୁ ପରମ୍ପରା ରହିଛି ଯାହା ସଂପୂର୍ଣ୍ଣ ଭାବରେ ଅନ୍ଧବିଶ୍ୱାସ ହେଲେ ବି ଲୋକମାନଙ୍କ ମଧ୍ୟରେ ଯୁଗ ଯୁଗ ଧରି ଆଦୃତ ହୋଇ ରହିଛି । ଭାରତର ବହୁ ଅଞ୍ଚଳରେ ଲୋକମାନେ ବର୍ଷା ପାଇଁ ବେଙ୍ଗ ବିବାହ କରାଇଥାନ୍ତି । ବିଶ୍ୱାସ ରହିଛି […]
ଆମ ଦେଶରେ ବିଭିନ୍ନ ପ୍ରକାର ରୀତିନୀତି ଓ ପରମ୍ପରା ରହିଛି ଯାହାକୁ ବେଶ୍ ଶ୍ରଦ୍ଧାର ସହ ପାଳନ କରାଯାଇଥାଏ । କେତେକ ପରମ୍ପରା ପଛରେ ବୈଜ୍ଞାନିକ ସମର୍ଥନ ମଧ୍ୟ ରହିଛି । ଅନ୍ୟପକ୍ଷରେ ଏପରି ବହୁ ପରମ୍ପରା ରହିଛି ଯାହା ସଂପୂର୍ଣ୍ଣ ଭାବରେ ଅନ୍ଧବିଶ୍ୱାସ ହେଲେ ବି ଲୋକମାନଙ୍କ ମଧ୍ୟରେ ଯୁଗ ଯୁଗ ଧରି ଆଦୃତ ହୋଇ ରହିଛି ।
ଭାରତର ବହୁ ଅଞ୍ଚଳରେ ଲୋକମାନେ ବର୍ଷା ପାଇଁ ବେଙ୍ଗ ବିବାହ କରାଇଥାନ୍ତି । ବିଶ୍ୱାସ ରହିଛି ଏହାପରେ ଦେଶରେ ଭଲ ବର୍ଷା ହୋଇଥାଏ । ଏହି କଥା ପଛରେ କୌଣସି ବୈଜ୍ଞାନିକ ପ୍ରମାଣ ନାହିଁ ତଥାପି ବି ପ୍ରତି ବର୍ଷ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଏହି ପରମ୍ପରା ପାଳନ କରାଯାଏ ।
ଭାରତର ଏହି ପରମ୍ପରା ଏବେ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟତା ଲାଭ କଲାଣି । ବିଶେଷ କରି ବ୍ରିଟେନରେ । ଏବେ ବ୍ରିଟେନର ଅଧିକାଂଶ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି । ଗରମରେ ବ୍ୟତିବ୍ୟସ୍ତ ହୋଇପଡିଥିବା ବ୍ରିଟେନବାସୀ ଏବେ ବର୍ଷାର ବାଟ ଚାହିଁ ବସିଛନ୍ତି । ବର୍ଷା ପାଇଁ ଭାରତରେ ବେଙ୍ଗ ବିବାହ ପରମ୍ପରା ପାଳନ କରାଯାଏ ବୋଲି ଜାଣିବା ପରେ ବ୍ରିଟେନବାସୀ ମଧ୍ୟ ବେଙ୍ଗ ବିବାହ କରାଇଛନ୍ତି । ବ୍ରିଟେନରେ ଏହି ଫଟୋ ଭାଇରାଲ୍ ହେବା ପରେ ସେଠିକାର କିଛି ୟୁଜର କମେଣ୍ଟ କରି ଲେଖିଛନ୍ତି, ବୋଧହୁଏ ବର୍ଷା ହେବା ପାଇଁ ଏହି ଗୋଟିଏ ଉପାୟ ବାକି ରହିଲା ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏବେ ବ୍ରିଟେନର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହା ସହିତ ବହୁ ନଦୀ ନାଳ ଶୁଖିଲା ପଡିଛି । ଲୋକମାନେ ଗରମରେ ଛଟପଟ ହେଉଥିବା ବେଳେ ଭାରତର ଏହି ପରମ୍ପରା ଉପରେ ସେମାନେ ଆସ୍ଥା ପ୍ରକଟ କରିଛନ୍ତି ।




