ଉତ୍ତର କୋରିଆ ତାନାଶାହାଙ୍କ ଅଜବ ନିୟମ, ନିଜ ଝିଅ ନାଁ ରେ ଦେଶରେ ଆଉ କୌଣସି ଝିଅଙ୍କର ନାଁ ରହିବ ନାହିଁ

ଉତ୍ତର କୋରିଆ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଜବ ନିୟମ I ନିଜ ଝିଅର ନାଁ ଯାହା, ସେ ନାମଧାରୀ ସମସ୍ତ ଝିଅ ଓ ମହିଳାମାନଙ୍କୁ ଏକ ସପ୍ତାହ ମଧ୍ୟରେ ନାଁ ବଦଳାଇବା ଲାଗି ଆଦେଶ ଦିଆଯାଇଛି । ଏନେଇ ଫକ୍ସ ଷ୍ଟାର୍‌ ରିପୋର୍ଟରେ ଜଣା ପଡିଛି I ସୂଚନାଯୋଗ୍ୟ, ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅର ନାଁ ‘ଜୁ ଅୟେ’ ଓ ତାକୁ ପ୍ରାୟ ୧୦ […]

Samaya Live Picture
Published On

ଉତ୍ତର କୋରିଆ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଅଜବ ନିୟମ I ନିଜ ଝିଅର ନାଁ ଯାହା, ସେ ନାମଧାରୀ ସମସ୍ତ ଝିଅ ଓ ମହିଳାମାନଙ୍କୁ ଏକ ସପ୍ତାହ ମଧ୍ୟରେ ନାଁ ବଦଳାଇବା ଲାଗି ଆଦେଶ ଦିଆଯାଇଛି । ଏନେଇ ଫକ୍ସ ଷ୍ଟାର୍‌ ରିପୋର୍ଟରେ ଜଣା ପଡିଛି I ସୂଚନାଯୋଗ୍ୟ, ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଝିଅର ନାଁ ‘ଜୁ ଅୟେ’ ଓ ତାକୁ ପ୍ରାୟ ୧୦ ବର୍ଷ।

ସ୍ଥାନୀୟ ଫକ୍ସ ନ୍ୟୁଜ ସରକାରୀ ସୂତ୍ରରୁ ଖବର ସଂଗ୍ରହ କରି କହିଛି ଯେ ଦେଶର ସରକାର ଜୁ ଅୟେ ନାଁ ଥିବା ଲୋକଙ୍କ ପାଇଁ ଗୋଟିଏ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ‘ଜୁ ଅୟେ’ ନାମଧାରୀଙ୍କୁ ସେମାନଙ୍କ ଜନ୍ମ ପ୍ରମାଣପତ୍ରରେ ନାଁ ବଦଳାଇକୁ ନିର୍ଦ୍ଦେଶ ଦିଆଯାଇଛି। ଗତକାଲି ଜେଓଙ୍ଗଜୁ ସହରେ ଥିବା ସୁରକ୍ଷା ମନ୍ତ୍ରଣାଳୟ ଜୁ ଆଏ ନାଁରେ ପଞ୍ଜୀକରଣ କରିଥିବା ଝିଅ ଓ ମହିଳାମାନଙ୍କୁ ସମନ କରିଥିଲା। ସେମାନେ ସୁରକ୍ଷା ମନ୍ତ୍ରଣାଳୟରେ ପହଞ୍ଚିବା ପରେ ସମସ୍ତଙ୍କୁ ଏକ ସପ୍ତାହ ମଧ୍ୟରେ ନାଁ ବଦଳାଇବାକୁ ନିର୍ଦେଶ ଦିଆଯାଇଥିଲା ବୋଲି ଫକ୍ସ ନ୍ୟୁଜ ରିପୋର୍ଟ ପ୍ରକାଶ କରିଛି।

ସାଉଥ୍‌ ଚାଇନା ମର୍ନିଂ ପୋଷ୍ଟର ରିପୋର୍ଟ ଅନୁସାରେ,୨୦୧୪ ରେ ମଧ୍ୟ ନେତା ଓ ତାଙ୍କ ପରିବାରବର୍ଗଙ୍କ ନାମ ନ ରଖିବା ପାଇଁ ଉତ୍ତର କୋରିଆ ଜନସାଧାରଣଙ୍କୁ ବାରଣ କରାଯାଇଥିଲା I