ଦେଶରେ ଆଉ ମିଳିବନି ନୁଡୁଲ୍ସ!
ନୂଆଦିଲ୍ଲୀ: ଜୁନ ୧୭: ଛୋଟ ହେଉ କିମ୍ବା ବଡ, ସମସ୍ତେ ପ୍ରାୟ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି । ସେଥିରୁ ନୁଡୁଲ୍ସ ହେଉଛି ଅନେକଙ୍କ ପ୍ରିୟ ଖାଦ୍ୟ । ତେବେ ଏହି ନୁଡୁଲ୍ସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ଖରାପ ଖବର । ବର୍ତ୍ତମାନ ସମଗ୍ର ବିଶ୍ୱରେ ନୁଡୁଲ୍ସର ସଙ୍କଟ ଦେଖାଗଲାଣି । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୟୁତ ଶକ୍ତି ଏବଂ […]
ନୂଆଦିଲ୍ଲୀ: ଜୁନ ୧୭: ଛୋଟ ହେଉ କିମ୍ବା ବଡ, ସମସ୍ତେ ପ୍ରାୟ ଫାଷ୍ଟଫୁଡ ଖାଇବାକୁ ପସନ୍ଦ କରନ୍ତି । ସେଥିରୁ ନୁଡୁଲ୍ସ ହେଉଛି ଅନେକଙ୍କ ପ୍ରିୟ ଖାଦ୍ୟ । ତେବେ ଏହି ନୁଡୁଲ୍ସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କିଛି ଖରାପ ଖବର । ବର୍ତ୍ତମାନ ସମଗ୍ର ବିଶ୍ୱରେ ନୁଡୁଲ୍ସର ସଙ୍କଟ ଦେଖାଗଲାଣି । ଏହି କାରଣରୁ ଏହାର ମୂଲ୍ୟ ମଧ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ବିଦ୍ୟୁତ ଶକ୍ତି ଏବଂ ପରିବହନ ଖର୍ଚ୍ଚର ବୃଦ୍ଧି ଏହା ପଛର ମୁଖ୍ୟ କାରଣ । ଋଷ ଏବଂ ୟୁକ୍ରେନରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏହାକୁ ଆହୁରି ଖରାପ କରୁଛି । ଅତୀତର ହୋଇଥିବା ମରୁଡ଼ି, ବନ୍ୟା ପରିସ୍ଥିତି ଏବଂ ବର୍ତ୍ତମାନ ୟୁକ୍ରେନ-ରୁଷ ଯୁଦ୍ଧ ଯୋଗୁଁ ଚାଇନାର ଗହମ ମୂଲ୍ୟରେ ୩୦ ପ୍ରତିଶତକୁ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି । ଏହା ବ୍ୟତୀତ ନୁଡୁଲ୍ସର ସବୁଠାରୁ ବଡ ଗ୍ରାହକ ହେଉଛି ଚୀନ୍ । ଦୁଇ ବର୍ଷ ମଧ୍ୟରେ ଖାଦ୍ୟର ତୀବ୍ର ମୁଦ୍ରାସ୍ପୀତିର ସମ୍ମୁଖୀନ ହୋଇଛି । ଚାଇନାର ପରାମର୍ଶଦାତା ମିଷ୍ଟେଲ କହିଛନ୍ତି କି ଚଳିତ ବର୍ଷ ଆରମ୍ଭରୁ ଚାଇନାରେ ବିଶୋଧିତ ମଇଦା ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଦକ୍ଷିଣ କୋରିଆରେ ଗହମର ଆମଦାନୀ ମୂଲ୍ୟ, ନୁଡୁଲ୍ସର ମୁଣ୍ଡପିଛା ୪୦୦ ଡଲାରକୁ ବୃଦ୍ଧି ପାଇଛି । ଯାହା ଗତ ୧୩ ବର୍ଷ ମଧ୍ୟରେ ସର୍ବାଧିକ ହୋଇଛି । ତେବେ ଏହି କାରଣ ପାଇଁ ସମଗ୍ର ବିଶ୍ୱ ପାଇଁ ଏହି ନୁଡୁଲ୍ସ ଯୋଗାଣ ବାଧାପ୍ରାପ୍ତ ହେବା ସହ ନମିଳିବାର ଆଶଙ୍କା ମଧ୍ୟ କରାଯାଉଛି ।




