ଶାନ୍ତି ପାଇଁ ନୋବେଲ ପୁରସ୍କାର -୨୦୨୨ ଘୋଷଣା

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା କରାଯାଇଛି। ଏଥର ଜଣେ ବ୍ୟକ୍ତି ଏବଂ ଦୁଇଟି ଅନୁଷ୍ଠାନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷ ର ମାନବାଧିକାର କର୍ମୀ ଆଲେସ୍ ବିଲିୟାଟସ୍କିଙ୍କ ବ୍ୟତୀତ,ରୁଷ ର ମେମୋରିଆଲ୍ ଏବଂ ୟୁକ୍ରେନର ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍ ନାମକ ଦୁଇଟି ମାନବାଧିକାର ସଙ୍ଗଠନ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ। । ସାଧାରଣ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ଲାଗି ଏମାନଙ୍କ ଲଢ଼େଇ ବେଶ ଅତୁଳନୀୟ ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ : ନୋବେଲ ଶାନ୍ତି ପୁରସ୍କାର ୨୦୨୨ ଘୋଷଣା କରାଯାଇଛି। ଏଥର ଜଣେ ବ୍ୟକ୍ତି ଏବଂ ଦୁଇଟି ଅନୁଷ୍ଠାନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବ । ବେଲାରୁଷ ର ମାନବାଧିକାର କର୍ମୀ ଆଲେସ୍ ବିଲିୟାଟସ୍କିଙ୍କ ବ୍ୟତୀତ,ରୁଷ ର ମେମୋରିଆଲ୍ ଏବଂ ୟୁକ୍ରେନର ସେଣ୍ଟର ଫର୍ ସିଭିଲ୍ ଲିବର୍ଟିଜ୍ ନାମକ ଦୁଇଟି ମାନବାଧିକାର ସଙ୍ଗଠନ ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇବେ। । ସାଧାରଣ ନାଗରିକଙ୍କ ମାନବିକ ଅଧିକାର ସୁରକ୍ଷା ଲାଗି ଏମାନଙ୍କ ଲଢ଼େଇ ବେଶ ଅତୁଳନୀୟ ବୋଲି କୁହାଯାଇଛି। ବହୁ ବର୍ଷ ଧରି ବେଲାରୁଷର ଆଲେସ୍ ବାଲିଆସ୍କି ଏବଂ ଦୁଇ ସଙ୍ଗଠନ ସମାଜର ନିଷ୍ପେସିତ ବର୍ଗଙ୍କ ଅଧିକାର ପାଇଁ ସ୍ୱର ପାଲଟି ଆସିଛନ୍ତି।

ଏହି ଶାନ୍ତି ପୁରସ୍କାର ବିଜେତାମାନେ ଯୁଦ୍ଧ ଅପରାଧ, ମାନବିକ ଅଧିକାରର ଉଲ୍ଲଂଘନ ଏବଂ ସାଧାରଣ ଲୋକଙ୍କର ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ ସରକାରଙ୍କ ବିପକ୍ଷରେ ଯାଇଥାନ୍ତି । ଶାନ୍ତି ଏବଂ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ସେ ନାଗରିକ ସମାଜର ଗୁରୁତ୍ୱ ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। ଦୀର୍ଘବର୍ଷରୁ ସରକାରଙ୍କ ସମାଲୋଚନା କରୁଥିବା ଓ ନାଗରିକଙ୍କ ମୌଳିକ ଅଧିକାରକୁ ମଜଭୁତ କରିଛନ୍ତି।

ଆସନ୍ତୁ ଜାଣିବା ଆଲେସ୍ ବାଲିଆସ୍କି କିଏ?

ମାନବାଧିକାର କର୍ମୀ ଆଲେସ୍ ବାଲିଆସ୍କି ୧୯୮୦ ଦଶକରେ ବେଲାରୁଷ ରେ ଗଣତାନ୍ତ୍ରିକ ଆନ୍ଦୋଳନ ଆରମ୍ଭ କରିଥିଲେ I ସେ ସମୟରେ ଦେଶର ନାଗରିକଙ୍କ ଅଧିକାର ଓ ଶାନ୍ତି ପାଇଁ ନିଜ ଜୀବନକୁ ବିଲିୟାଟସ୍କି ବାଜି ଲଗାଇଦେଇଥିଲେ। I ୧୯୯୬ ରେ ସେ ଭିଆସନା ସଂଗଠନ ପ୍ରତିଷ୍ଠା କରିଥିଲେ I ଭିୟାସନା ଏକ ମାନବାଧିକାର ସଙ୍ଗଠନଭାବେ ଗଢିଉଠିଥିଲା I ରାଜନୈତିକ ବନ୍ଦୀମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିରୋଧରେ ସେ ସ୍ୱର କରିବାସହିତ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ଦେଶରେ ଶାନ୍ତିପୂର୍ଣ୍ଣ ବିକାଶ ପାଇଁ ସେ ତାଙ୍କର ସମ୍ପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲେ।

‘ମେମୋରିଆଲ୍’

ଏହି ସଂଗଠନ ୧୯୮୭ ରେ ପୂର୍ବତନ ସୋଭିଏତ୍ ୟୁନିଅନର ମାନବାଧିକାର କର୍ମୀଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ସଂଗଠନର ମୂଳ ଉଦ୍ଦେଶ୍ୟ ଥିଲା କମ୍ୟୁନିଷ୍ଟ ଶାସନର ପୀଡିତମାନଙ୍କୁ ସାହାଯ୍ୟ କରିବା ଏବଂ ଚେଚେନ୍ୟI ଯୁଦ୍ଧରେ ଘଟିଥିବା ଅତ୍ୟାଚାରର ସ୍ୱରକୁ ବିଶ୍ୱଦରବାର ରେ ପହଞ୍ଚାଇବା I ଏହି ସଙ୍ଗଠନ ସ୍ଥାପନା ପରଠାରୁ ନିଜ କର୍ତ୍ତବ୍ୟ ପାଳନ କରିଚାଲିଛି।

‘ସେଣ୍ଟର ଫର ସିଭିଲ ଲିବର୍ଟିଜ’

ଫେବୃଆରୀ ୨୦୨୨ ୟୁକ୍ରେନ ବିରୁଦ୍ଧରେ ରୁଷ ଆକ୍ରମଣ ପରେ, ଏହି ସଂଗଠନ ଗଢି ଉଠିଥିଲା I ଯୁକ୍ରେନରେ ମାନବାଧିକାର ଓ ଗଣତନ୍ତ୍ରକୁ ମଜଭୁତ କରିବା ଉଦ୍ଦେଶ୍ୟରେ ସେଣ୍ଟର ଫର ସିଭିଲ ଲିବର୍ଟିଜର ସ୍ଥାପନା ହୋଇଥିଲା । ୟୁକ୍ରେନ ନାଗରିକ ସମାଜକୁ ସଂଗଠିତ ତଥା ମଜବୁତ କରିବା ଏବଂ ୟୁକ୍ରେନ୍‌କୁ ଏକ ପୂର୍ଣ୍ଣ ଲୋକତନ୍ତ୍ର ରାଷ୍ଟ୍ର ଗଠନ କରିବା ପାଇଁ ଏହି ସଂଗଠନ କାର୍ଯ୍ୟ କରିଆସୁଛି |