ଆଫଗାନ୍ ନିୟମ: ପୁରୁଷଙ୍କ ସହିତ ଯାତ୍ରା କରିପାରିବେ ମହିଳା
ଆଫଗାନିସ୍ତାନ: ଡିସେର ୨୭: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାକୁ ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ସେମାନଙ୍କର ମୌଳିକ ଅଧିକାର ଉଲ୍ଲଂଘନ କରାଯାଉଛି । ତାଲିବାନ ସରକାର ସ୍କୁଲ ଶିକ୍ଷା ଏବଂ ଚାକିରୀ ପାଇଁ ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ବିରୋଧରେ ଅନେକ ‘ତୁଗଲକି ନିର୍ଦ୍ଦେଶ’ ଜାରି କରିଛି । ବର୍ତ୍ତମାନ କ୍ରୁର ତାଲିବାନ ଶାସକ ପୁଣି ଆଉ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି । ନୂଆ ନିୟମ ଅନୁଯାୟୀ ମହିଳାଙ୍କ […]
ଆଫଗାନିସ୍ତାନ: ଡିସେର ୨୭: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରଠାକୁ ଦେଶରେ ମହିଳାଙ୍କ ପ୍ରତି ଅତ୍ୟାଚାର ବୃଦ୍ଧି ପାଇଛି ଏବଂ ସେମାନଙ୍କର ମୌଳିକ ଅଧିକାର ଉଲ୍ଲଂଘନ କରାଯାଉଛି । ତାଲିବାନ ସରକାର ସ୍କୁଲ ଶିକ୍ଷା ଏବଂ ଚାକିରୀ ପାଇଁ ଆଫଗାନିସ୍ତାନରେ ମହିଳା ଓ ବାଳିକାଙ୍କ ବିରୋଧରେ ଅନେକ ‘ତୁଗଲକି ନିର୍ଦ୍ଦେଶ’ ଜାରି କରିଛି । ବର୍ତ୍ତମାନ କ୍ରୁର ତାଲିବାନ ଶାସକ ପୁଣି ଆଉ ଏକ ନୂଆ ନିର୍ଦ୍ଦେଶ ଜାରି କରିଛି ।
ନୂଆ ନିୟମ ଅନୁଯାୟୀ ମହିଳାଙ୍କ ଦୀର୍ଘ ଯାତ୍ରାକୁ ଅନୁମତି ପ୍ରଦାନ କରାଯିବ, ଯେତେବେଳେ ସେମାନଙ୍କ ସହ ନିକଟତମ ପୁରୁଷ ସମ୍ପର୍କୀୟ ଉପସ୍ଥିତ ଥିବେ । ଅର୍ଥାତ୍ ଆଉ ଆଫଗାନିସ୍ତାନରେ ମହିଳାମାନେ ନିଜ ଇଚ୍ଛା ଅନୁସାରେ ଏକୁଟିଆ ଯାତ୍ରା କରିପାରିବେ ନାହିଁ । ୭୨ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରୁଥିବା ମହିଳାଙ୍କ ସହ ଯଦି କୌଣସି ପୁରୁଷ ସମ୍ପର୍କୀୟ ରହିବେ ନାହିଁ, ତେବେ ତାଙ୍କୁ ପବ୍ଲିକ ଟ୍ରାନ୍ସପୋର୍ଟରେ ବସିବାକୁ ଦିଆଯିବ ନାହିଁ । ଏହା ବ୍ୟତୀତ ପୂର୍ବର କଟକଣା ଅନୁଯାୟୀ ଆଫଗାନିସ୍ତାନର ଟିଭି ଚ୍ୟାନେଲରେ ମହିଳା କଳାକାର ଥିବା କୌଣସି ଫିଲ୍ମ ଏବଂ ସିରିୟଲ ଟିଭିରେ ଦେଖାଯିବ ନାହିଁ । ଏଥିସହ ନୁ୍ୟଜ ଚ୍ୟାନେଲରେ ମହିଳା ପତ୍ରକାର ହିଜାବ ପିନ୍ଧି ଆକରିଂ କରିବାକୁ କୁହାଯାଇଛି ।
କିନ୍ତୁ ବାସ୍ତବରେ କୌଣସି ସ୍ଥାନରେ ଆଉ ମହିଳାମାନେ ଚାକିରୀ କରୁନଥିବା ରିପୋର୍ଟ ମିଳିଛି । ସେପଟେ ତାଲିବାନ ସରକାରର ପ୍ରବକ୍ତା କହିଛନ୍ତି, ହିଜାବ ଏକ ଇସଲାମିକ ପ୍ରଥା ଏବଂ ଯାତ୍ରା ସମୟରେ ମହିଳାଙ୍କୁ ହିଜାବ ପିନ୍ଧିବାକୁ ପଡ଼ିବ । ତାଲିବାନ ସରକାର ଏବେ ଆର୍ଥିକ ସଙ୍କଟ ଦେଇ ଗତିକରୁଥିବା ବେଳେ ଦିନକୁ ଦିନ ତାଲିବାନର ନୂଆ ସର୍ତ୍ତ ମହିଳାଙ୍କୁ ଅଣନିଶ୍ୱାସୀ କରିବାରେ ଲାଗିଛି । ଅତ୍ୟାଚାର, ନିର୍ଯ୍ୟାତନା, ମାନବାଧିକାର ଉଲ୍ଲଂଘନରେ ଧୀରେଧୀରେ ମହିଳାଙ୍କ ଅସ୍ତିତ୍ୱ ହଜିବାରେ ବସିଛି ।




