ନାଇଜେରିଆ : ନଦୀରେ ଡଙ୍ଗା ଓଲଟି ୭୬ ମୃତ

ନାଇଜେରିଆ : ଆନମ୍ବ୍ରା ରାଜ୍ୟରେ ଏକ ନଦୀରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଏଠାରେ ବନ୍ୟା ପ୍ରଭାବିତ ନଦୀରେ ଡଙ୍ଗା ବୁଡ଼ିଯିବା ଫଳରେ ୭୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ ଡଙ୍ଗା ଟିରେ କ୍ଷମତା ଅପେକ୍ଷା ଅଧିକ ଯାତ୍ରୀ ଥିଲେ, ଯେଉଁ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ବୁଡ଼ିଯାଇଥିଲା I ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ରାଜ୍ୟର ଓଗବଋ ଅଞ୍ଚଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ୮୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା […]

Samaya Live Picture
Published On

ନାଇଜେରିଆ : ଆନମ୍ବ୍ରା ରାଜ୍ୟରେ ଏକ ନଦୀରେ ଘଟିଯାଇଛି ବଡ଼ ଦୁର୍ଘଟଣା । ଏଠାରେ ବନ୍ୟା ପ୍ରଭାବିତ ନଦୀରେ ଡଙ୍ଗା ବୁଡ଼ିଯିବା ଫଳରେ ୭୬ ଜଣଙ୍କର ମୃତ୍ୟୁ ହୋଇଛି। ସୂଚନାନୁସାରେ ଡଙ୍ଗା ଟିରେ କ୍ଷମତା ଅପେକ୍ଷା ଅଧିକ ଯାତ୍ରୀ ଥିଲେ, ଯେଉଁ କାରଣରୁ ଭାରସାମ୍ୟ ହରାଇ ଡଙ୍ଗାଟି ନଦୀରେ ବୁଡ଼ିଯାଇଥିଲା I ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ରାଜ୍ୟର ଓଗବଋ ଅଞ୍ଚଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ୮୫ ଜଣଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ିଯାଇ ୭୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ବିପଦକାଳୀନ ସମୟରେ ପୀଡ଼ିତାଙ୍କୁ ରିଲିଫ ଯୋଗାଇବା ପାଇଁ ରାଷ୍ଟ୍ରପତି ଜରୁରୀକାଳୀନ ସେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତି କହିଛନ୍ତି,”ମୁଁ ମୃତକଙ୍କ ଆତ୍ମା ଶାନ୍ତି ପାଇଁ ଏବଂ ତାଙ୍କ ପରିବାରଙ୍କ ପାଇଁ ପ୍ରାର୍ଥନା କରୁଛି। ଦୁର୍ଘଟଣାରେ ପୀଡିତ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛି।” ରବିବାର ଦୁର୍ଘଟଣା ଘଟିବା ପରେ ଜରୁରୀକାଳୀନ ସେବା ପକ୍ଷରୁ ଏକ ଦଳ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ଦଳ ପକ୍ଷରୁ କୁହାଯାଉଛି ଯେ ଜଳ ସ୍ତରର ବଢୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରୁଛି।

Tags: