ନେପାଳ ବିମାନ ଦୁର୍ଘଟଣା ଘଟଣା: ୧୬ଟି ଶବ ଉଦ୍ଧାର, ଆଉ ଛଅ ଜଣଙ୍କୁ ଖୋଜା ଚାଲିଛି
କାଠମାଣ୍ଡୁ : ମେ ୩୦: ନେପାଳ ବିମାନ ଦୁର୍ଘଟଣା ଘଟଣାକୁ ଏପର୍ଯ୍ୟନ୍ତ ୨୪ ଘଣ୍ଟା ବିତିଗଲାଣି, ଏହାରି ମଧ୍ୟରେ ଦୁର୍ଘଟଣାସ୍ଥଳରୁ ୧୬ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ସୂଚନା ସରକାରୀ ଅନୁସନ୍ଧାନୀ ଦଳଙ୍କ ପାଖରୁ ମିଳିଛି । ୧୩ ବର୍ଷ ମଧ୍ୟରେ ଏହା ହେଉଛି ‘ତାରା ଏୟାର୍’ର ୩ୟ ମରଣାନ୍ତକ ଦୁର୍ଘଟଣା । ତେବେ ପୋଲିସ ଓ ସେନା ଅଧିକାରୀମାନେ ବାକି ୬ଜଣଙ୍କ ଶବ ଖୋଜୁଛନ୍ତି । ନେପାଳ ଜଣେ ସେନାର ମୁଖପାତ୍ର ସୂଚନା ଅନୁସାରେ, ଶବଗୁଡ଼ିକୁ […]
କାଠମାଣ୍ଡୁ : ମେ ୩୦: ନେପାଳ ବିମାନ ଦୁର୍ଘଟଣା ଘଟଣାକୁ ଏପର୍ଯ୍ୟନ୍ତ ୨୪ ଘଣ୍ଟା ବିତିଗଲାଣି, ଏହାରି ମଧ୍ୟରେ ଦୁର୍ଘଟଣାସ୍ଥଳରୁ ୧୬ ଜଣଙ୍କର ଶବ ଉଦ୍ଧାର କରାଯାଇଥିବା ସୂଚନା ସରକାରୀ ଅନୁସନ୍ଧାନୀ ଦଳଙ୍କ ପାଖରୁ ମିଳିଛି । ୧୩ ବର୍ଷ ମଧ୍ୟରେ ଏହା ହେଉଛି ‘ତାରା ଏୟାର୍’ର ୩ୟ ମରଣାନ୍ତକ ଦୁର୍ଘଟଣା । ତେବେ ପୋଲିସ ଓ ସେନା ଅଧିକାରୀମାନେ ବାକି ୬ଜଣଙ୍କ ଶବ ଖୋଜୁଛନ୍ତି ।
ନେପାଳ ଜଣେ ସେନାର ମୁଖପାତ୍ର ସୂଚନା ଅନୁସାରେ, ଶବଗୁଡ଼ିକୁ ଉଦ୍ଧାର କରିବା ପାଇଁ ଦୁର୍ଘଟଣାସ୍ଥଳୀ ନିକଟରେ ନେପାଳ ସେନାବାହିନୀର ୧୫ଜଣ ସୈନିକଙ୍କୁ ଅବତରଣ କରାଇ ଦିଆଯାଇଛି । ଖୁବ୍ ଶିଘ୍ର ବାକି ନିଖୋଜଙ୍କ ପତ୍ତା ମିଳିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ସେହିପରି ଅନ୍ୟ ଜଣେ ନେପାଳ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ, ଦୁର୍ଘଟଣାସ୍ଥଳ ସମୁଦ୍ର ପତ୍ତନଠାରୁ ୧୪,୫୦୦ ଫୁଟ୍ ଥିବା ବେଳେ ସୈନିକ ଦଳକୁ ୧୧,୦୦୦ ମିଟର୍ ଉଚ୍ଚରେ ଅବତରଣ କରାଇ ଦିଆଯାଇଛି । ପର୍ବତ ଚୂଡ଼ାରେ ଧକା ଖାଇ ଧ୍ୱଂସ ହୋଇଯିବା ପରେ ବିମାନର ଭଗ୍ନାଂଶ ଏବଂ ଶବଗୁଡ଼ିକ ପ୍ରାୟ ୧୦୦ ମିଟର ପରିଧି ପରିବ୍ୟାପ୍ତ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଥିଲା ।
ନେପାଳ ଗୃହମନ୍ତ୍ରାଳୟ ମୁଖପାତ୍ର ଫଡିନ୍ଦ୍ରମଣି ପୋଖରେଲ୍ କହିଛନ୍ତି, ବିମାନ ଆରୋହଣ କରିଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବେ ବୋଲି ସନ୍ଦେହ କରାଯାଉଛି । ଉକ୍ତ ବିମାନ ଦୁର୍ଘଟଣାରୁ କେହି ବର୍ତ୍ତିଥିବେ ବୋଲି ଆମ ପ୍ରାରମ୍ଭିକ ମୂଲ୍ୟାୟନରୁ ଜଣାପଡୁଛି । କି;ୁ, ଏ ସଂକ୍ରାନ୍ତରେ ସରକାରୀ ବିଜ୍ଞପ୍ତି ଜାରି ହୋଇନାହିଁ ।

ନେପାଳ ପୋଲିସ ଇନ୍ସ୍ପେକ୍ଟର୍ ରାଜ କୁମାର ତମାଙ୍ଗଙ୍କ ନେତୃତ୍ୱରେ ଦଳେ ପୋଲିସ ବିମାନ ଯୋଗେ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁର୍ଘଟଣାସ୍ଥଳରେ ପଡ଼ିଥିବା କେତେକ ଯାତ୍ରୀଙ୍କ ଶବକୁ ଉଦ୍ଧାର କରିଥିଲେ । ସେମାନଙ୍କ ସୂଚନା ଅନୁସାରେ, ଶବ ଚିହ୍ନିବା ସମ୍ଭବପର ନୁହେଁ ।




