ପ୍ୟାଚ୍‌ ଆକାରରେ କରୋନା ଟିକା

ଦିଲ୍ଲୀ: ଅକ୍‌ଟୋବର ୩୦: କରୋନା ଟିକା ନେବାକୁ ହେଲେ ଆଉ ଛୁଞ୍ଚି ବ୍ୟବହାର ହେବନି । ଖାଲି ଚର୍ମରେ ପ୍ୟାଚ୍‌ ଲଗାଇବାକୁ ପଡ଼ିବ । ବିନା ଯନ୍ତ୍ରଣାରେ କେମିତି ଲୋକଙ୍କ ଶରୀରକୁ ଜୀବନ ରକ୍ଷାକାରୀ ମେଡିସନ ଯାଇ ପାରିବ ସେଥିପାଇଁ ଲାଗିପଡ଼ିଛନ୍ତି ଆମେରିକୀୟ-ଅଷ୍ଟ୍ରେଲିୟ ଗବେଷକମାନେ । ଏହିପରିକି ପ୍ୟାଚ୍‌ ମାଧ୍ୟମରେ କରୋନା ଟିକା ଶରୀରକୁ ଗଲେ ଶୀଘ୍ର ଲାଭ ମିଳିବ ବୋଲି ଗବେଷକ ଦାବି କରିଛନ୍ତି । ସୂଚନା ଅନୁସାରେ, ଆମେରିକୀୟ-ଅଷ୍ଟ୍ରେଲିୟ ଗବେଷକମାନେ ଏକ ବର୍ଗ ସେଣ୍ଟିମିଟର […]

Samaya Live Picture
Published On

ଦିଲ୍ଲୀ: ଅକ୍‌ଟୋବର ୩୦: କରୋନା ଟିକା ନେବାକୁ ହେଲେ ଆଉ ଛୁଞ୍ଚି ବ୍ୟବହାର ହେବନି । ଖାଲି ଚର୍ମରେ ପ୍ୟାଚ୍‌ ଲଗାଇବାକୁ ପଡ଼ିବ । ବିନା ଯନ୍ତ୍ରଣାରେ କେମିତି ଲୋକଙ୍କ ଶରୀରକୁ ଜୀବନ ରକ୍ଷାକାରୀ ମେଡିସନ ଯାଇ ପାରିବ ସେଥିପାଇଁ ଲାଗିପଡ଼ିଛନ୍ତି ଆମେରିକୀୟ-ଅଷ୍ଟ୍ରେଲିୟ ଗବେଷକମାନେ । ଏହିପରିକି ପ୍ୟାଚ୍‌ ମାଧ୍ୟମରେ କରୋନା ଟିକା ଶରୀରକୁ ଗଲେ ଶୀଘ୍ର ଲାଭ ମିଳିବ ବୋଲି ଗବେଷକ ଦାବି କରିଛନ୍ତି ।

ପ୍ୟାଚ୍‌ ଆକାରରେ କରୋନା ଟିକା

ସୂଚନା ଅନୁସାରେ, ଆମେରିକୀୟ-ଅଷ୍ଟ୍ରେଲିୟ ଗବେଷକମାନେ ଏକ ବର୍ଗ ସେଣ୍ଟିମିଟର ପ୍ୟାଚ୍‌ ତିଆରି କରିଛନ୍ତି । ଏଥିରେ ୫୦୦୦ରୁ ଅଧିକ କ୍ଷୁଦ୍ର ସ୍ପାଇକ୍‌ (ଛୋଟ ଛୋଟ କଣ୍ଟା) ରହିଛି । ଏହି ସ୍ପାଇକଗୁଡ଼ିକ ଏତେ ଛୋଟ ଯେ ଯାହାକୁ ଖାଲି ଆଖିରେ ଦେଖି ହେବ ନାହିଁ । କୁଇନ୍‌ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ଭାଇରୋଲୋଜିଷ୍ଟ ତଥା ରିପୋର୍ଟର ସହ ଲେଖକ ଡେଭିଡ ମୁଲେର ଗୋଟିଏ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ଏହି ପ୍ୟାଚ୍‌ଗୁଡିକ ଉପରେ ପରୀକ୍ଷାମୂଳକ ଟିକାର ଲେପ ଲଗାଯାଇଛି । ଶରୀରରେ ଲଗାଇବା ପୂର୍ବରୁ ଏହାକୁ ପ୍ୟାଚ୍‌କୁ କ୍ଲିକ୍‌ କରିବାକୁ ପଡ଼ିଥାଏ । ଏହା ଆପଣଙ୍କ ଚର୍ମ ଉପରେ ହାଲୁକା ପ୍ଲିକ କରାଯାଏ । ଏଥିପାଇଁ ଗବଷେକମାନେ ସବନିଟ୍‌ ଟିକାର ବ୍ୟବହାର କରିଥିଲେ । ଏହି ଟିକାକୁ ପ୍ରଥମେ ମୂଷାମାନଙ୍କୁ ପ୍ୟାଚ୍‌ କିମ୍ବା ସିରିଞ୍ଜ ମାଧ୍ୟମରେ ଦିଆଯାଇଥିଲା । ଯେଉଁ ମୂଷାମାନଙ୍କୁ ପ୍ୟାଚ୍‌ ଜରିଆରେ ଟିକା ଦିଆଯାଇଥିଲା, ଦୁଇଟି ଡୋଜ୍‌ ପରେ ସେମାନଙ୍କ ଶରୀରରେ ଅଧିକ ପରିମାଣର ଆଣ୍ଟିବଡି ଦେଖାଯାଇଥିଲା । ସିରିଞ୍ଜ ଅପେକ୍ଷା ପ୍ୟାଚ୍‌ ଭଲ କାମ କରୁଥିବା ସେମାନେ ଜାଣିବାକୁ ପାଇଛନ୍ତି ।
ମୁଲେର କହିଛନ୍ତି, ସାଧାରଣତଃ ଟିକା ଆମ ମାଂସପେଶୀରେ ଦିଆଯାଏ । କି;ୁ ମାଂସପେଶୀରେ ଅଧିକ ପରିମାଣର ରୋଗ ପ୍ରତିରୋଧକ ସେଲ ନଥାଏ । ତେଣୁ ଟିକା ତାହାର ପ୍ରଭାବ ଦେଖାଇବାକୁ ସମୟ ନେଇଥାଏ । କି;ୁ ସ୍କିନ ପ୍ୟାଚ୍‌ରେ ଥିବା ଛୋଟ ଛୋଟ ସ୍ପାଇକ ସ୍ଥାନୀୟ ସ୍କିନକୁ ମାରି ଦେଇଥାଏ । ଫଳରେ ଟିକା ଶରୀର ଭିତରୁ ଯାଇ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ । ଏଣୁ ପ୍ୟାଚ୍‌ ମାଧ୍ୟମରେ କରୋନା ଟିକା ଶରୀରକୁ ଗଲେ ଶୀଘ୍ର ଲାଭ ମିଳିବ ।