ଭାରତୀୟ ବଂଶୋଦ୍ଭବ ନବୀଲା ସୟିଦ ଜିତିଲେ ଆମେରିକାର ମଧ୍ୟବର୍ତ୍ତୀ କାଳୀନ ନିର୍ବାଚନ
ୱାଶିଂଟନ : ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହିଳା ନବୀଲା ସୟିଦ I ମାତ୍ର ୨୩ ବର୍ଷ ବୟସରେ ସେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଜିତି ଇଲିନୋଇସ୍ ସାଧାରଣ ମହାସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ବିଧାନସଭା ନିର୍ବାଚନ ଜିତିବାରେ ସେ ସର୍ବ କନିଷ୍ଠ ମହିଳା ସଦସ୍ୟ ଅଟନ୍ତି । ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ନବୀଲା ନିଜର ପ୍ରତିଦ୍ୱନ୍ଦୀ ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ କ୍ରିସ୍ ବୋଷଙ୍କୁ ନିର୍ବାଚନରେ ହରାଇଛନ୍ତି । ଇଲିନୋଇସର […]
ୱାଶିଂଟନ : ଆମେରିକାରେ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ମହିଳା ନବୀଲା ସୟିଦ I ମାତ୍ର ୨୩ ବର୍ଷ ବୟସରେ ସେ ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଜିତି ଇଲିନୋଇସ୍ ସାଧାରଣ ମହାସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ବିଧାନସଭା ନିର୍ବାଚନ ଜିତିବାରେ ସେ ସର୍ବ କନିଷ୍ଠ ମହିଳା ସଦସ୍ୟ ଅଟନ୍ତି । ଆମେରିକାର ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ନବୀଲା ନିଜର ପ୍ରତିଦ୍ୱନ୍ଦୀ ତଥା ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ କ୍ରିସ୍ ବୋଷଙ୍କୁ ନିର୍ବାଚନରେ ହରାଇଛନ୍ତି । ଇଲିନୋଇସର ୫୧ ଜିଲ୍ଲା ପାଇଁ ହେଉଥିବା ଷ୍ଟେଟ ହାଉସ ଅଫ ରିପ୍ରେଜେଣ୍ଟିଭ ନିର୍ବାଚନରେ ନାବିଲା ୫୨.୩% ଭୋଟ୍ ପାଇଛନ୍ତି।
My name is Nabeela Syed. I’m a 23-year old Muslim, Indian-American woman. We just flipped a Republican-held suburban district.
And in January, I’ll be the youngest member of the Illinois General Assembly.
— Nabeela Syed (@NabeelaforIL) November 9, 2022
ସେ ଏହି ବିଜୟର ଖୁସିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ଟ୍ୱିଟ୍ ସେୟାର କରି ନାବିଲା ସୟଦ ଲେଖିଛନ୍ତି, ମୋର ନାମ ନାବିଲା ସୟଦ। ମୁଁ ଜଣେ ୨୩ ବର୍ଷ ବୟସ୍କ ଭାରତୀୟ ବଂଶୋଦ୍ଭବ ମୁସଲମାନ ଆମେରିକୀୟ ନାଗରିକ I ଆମେ ବର୍ତ୍ତମାନ ରିପବ୍ଲିକାନ ଦ୍ୱାରା ପରିଚାଳିତ ଗୋଟିଏ ସହରରେ ନିର୍ବାଚନ ଜିତିଛୁ। ଏଥିସହ ଜାନୁଆରୀ ମାସରେ ମୁଁ ଇଲିନୋଇସ୍ ସାଧାରଣ ମହାସଭାର ସର୍ବ କନିଷ୍ଠ ସଦସ୍ୟ ହେବି।” ଆଉ ଗୋଟିଏ ଟ୍ୱିଟର ଜବାବରେ ନବୀଲା କହିଛନ୍ତି, “ଆଗାମୀ ଦିନ ପାଇଁ ମୋ ପାଖକୁ ଶୁଭେଚ୍ଛା ପଠାଉଥିବା ସମସ୍ତଙ୍କୁ ଧନ୍ୟବାଦ। ଆମ ପାଖରେ ଗୋଟିଏ ଅଦ୍ଭୂତ ଟିମ୍ ରହିଥିଲା, ଯେଉଁମାନଙ୍କ ପାଇଁ ଆଜି ଏହି ବିଜୟ ସମ୍ଭବ ହୋଇଛି।”
ଏହି ନିର୍ବାଚନ ଯାତ୍ରା ବିଷୟରେ ନାବିଲା ସୟଦ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଲମ୍ବା ନୋଟ୍ ଲେଖିଛନ୍ତି। ନିଜ ମିଶନ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, “ଯେତେବେଳେ ମୁଁ ରାଜ୍ୟ ପ୍ରତିନିଧି ଭାବେ ଘୋଷଣା କଲି ସେତେବଳେ ମୁଁ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିବାକୁ ଗୋଟିଏ ମିଶନ ଆରମ୍ଭ କରିଥିଲି। ଗୋଟିଏ ଭଲ ଗଣତନ୍ତ୍ର ପାଇଁ ଲୋକମାନଙ୍କୁ ସେମାନଙ୍କ ପ୍ରତିନିଧି ବାଛିବା କାମରେ ବଳିଷ୍ଠ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଥିଲି।
ଏକାସାଙ୍ଗରେ ସେ ସମସ୍ତେ ତାଙ୍କୁ ସମର୍ଥନ କରିଥିବାରୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ମୁଁ ଏହି ଜିଲ୍ଲାର ପ୍ରତ୍ୟେକ କବାଟ ବାଡେଇଲି। ଆସନ୍ତାକାଲି ମୁଁ ପୁଣି ଥରେ କବାଟ ବାଡ଼େଇବି । ମୋତେ ବିଶ୍ୱାସ କରିଥିବାରୁ ସେମାନଙ୍କୁ ଧନ୍ୟବାଦ ଦେବାକୁ ଏବଂ ବର୍ତ୍ତମାନ ମୁଁ କାମକୁ ଯିବାକୁ ପ୍ରସ୍ତୁତ ଅଛି। ” ବିଜୟ ପରେ ନବୀଲାଙ୍କୁ ଅନେକ ଲୋକ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।




