ଜର୍ମାନର ଗ୍ଲାମର୍ ପୋଲିସ
ପ୍ରାୟତଃ ପୋଲିସକୁ ଦେଖିଲେ ଲୋକମାନେ ଭୟ କରିଥାନ୍ତି । କାରଣ ଆଇନର ରକ୍ଷାକର୍ତ୍ତା ହୋଇଥିବାରୁ ବହୁ ସମୟରେ ସେମାନେ କଠିନ ନିଷ୍ପତ୍ତି ନେଇଥାନ୍ତି । ଏହା ସତ୍ତେ୍ୱ ବି ବହୁ ସମୟରେ ପୋଲିସ ଭଲ କାମ କରି ବେଳେ ବେଳେ ଲୋକଙ୍କ ହୃଦୟ ମଧ୍ୟ ଜୟ କରିଥାନ୍ତି । ଜର୍ମାନୀର ଏପରି ଜଣେ ମହିଳା ପୋଲିସ ଅଛନ୍ତି ଯାହାଙ୍କୁ ଲୋକ ବହୁତ ଭଲ ପାଇଥାନ୍ତି । ଏହାର କାରଣ ତାଙ୍କର ଗ୍ଲାମରସ୍ ଅବତାର ଯାହା ଦେଖି ପୁରୁଷମାନେ […]
ପ୍ରାୟତଃ ପୋଲିସକୁ ଦେଖିଲେ ଲୋକମାନେ ଭୟ କରିଥାନ୍ତି । କାରଣ ଆଇନର ରକ୍ଷାକର୍ତ୍ତା ହୋଇଥିବାରୁ ବହୁ ସମୟରେ ସେମାନେ କଠିନ ନିଷ୍ପତ୍ତି ନେଇଥାନ୍ତି । ଏହା ସତ୍ତେ୍ୱ ବି ବହୁ ସମୟରେ ପୋଲିସ ଭଲ କାମ କରି ବେଳେ ବେଳେ ଲୋକଙ୍କ ହୃଦୟ ମଧ୍ୟ ଜୟ କରିଥାନ୍ତି । ଜର୍ମାନୀର ଏପରି ଜଣେ ମହିଳା ପୋଲିସ ଅଛନ୍ତି ଯାହାଙ୍କୁ ଲୋକ ବହୁତ ଭଲ ପାଇଥାନ୍ତି । ଏହାର କାରଣ ତାଙ୍କର ଗ୍ଲାମରସ୍ ଅବତାର ଯାହା ଦେଖି ପୁରୁଷମାନେ ତାଙ୍କ ଉପରେ ଫିଦା ହୋଇଥାନ୍ତି ।

୩୭ ବର୍ଷୀୟା ଏଡ୍ରିଏନ୍ କୋଲେଜର ଜର୍ମାନୀର ସବୁଠାରୁ ସୁନ୍ଦରୀ ପୋଲିସ ଭାବରେ ପରିଚିତ । ସେ ଡ୍ରେସଡେନ୍ ସହରରେ ଚାକିରୀ କରୁଛନ୍ତି । ନିଜ କାମରେ ସର୍ବଦା ସ୍ୱଚ୍ଛତା ରକ୍ଷା କରିବାକୁ ସେ ଚେଷ୍ଟା କରିଥାନ୍ତି । ଏଡ୍ରିଏନ୍ ଜଣେ ପୋଲିସ କର୍ମୀ ହେଲେ ବି ସୋସିଆଲ୍ ମିଡିଆରେ ତାଙ୍କ ବୋଲï ଅବତାର ସମସ୍ତଙ୍କୁ ପସନ୍ଦ ଆସିଥାଏ । ଇନଷ୍ଟାଗ୍ରାମରେ ତାଙ୍କୁ ୫ ଲକ୍ଷରୁ ଅଧିକ ଲୋକ ଫଲୋ କରିଥାନ୍ତି । ଦି ସନ୍ େୱବସାଇଟ୍ ରିପୋର୍ଟ ଅନୁସାରେ ଏଡ୍ରିଏନ୍ ଏକ ସାକ୍ଷାତକାରରେ କହିଥିଲେ, ବହୁ ସମୟରେ ଅପରାଧୀ ନୁହଁନ୍ତି ନିର୍ଦ୍ଦୋଷ ପୁରୁଷ ଯେଉଁମାନେ କି ତାଙ୍କର ଫ୍ୟାନ୍ ସେମାନେ ମଧ୍ୟ ତାଙ୍କ ହାତରେ ଆରେଷ୍ଟ ହେବାକୁ କହିଥାନ୍ତି ।

ସୋସିଆଲ୍ ମିଡିଆରେ ସେମାନେ ତାଙ୍କ ପାଖକୁ ଏହିପରି ମେସେଜ୍ ପଠାଇଥାନ୍ତି । ୧୭ ବର୍ଷ ବୟସରୁ ସେ କାମ କରିବା ଆରମ୍ଭ କରିଥିଲେ । ସେ ପୋଲିସରେ କାମ କରିବା ସହିତ ମଡେଲିଂ ମଧ୍ୟ କରିଥାନ୍ତି । ଏହା ସହିତ ସର୍ବଦା ସୁସ୍ଥ ରହିବା ପାଇଁ ମଧ୍ୟ ସେ ଲୋକଙ୍କୁ ମୋଟିଭେଟ୍ କରିଥାନ୍ତି । ସେ ଜଣେ ଆଥେଲେଟ୍ ଏଣୁ ଫିଟ୍ ରହିବା ତାଙ୍କ ପାଇଁ ଜରୁରୀ ବୋଲି ସେ କହିଛନ୍ତି ।




