ମୋଦୀଙ୍କ ସହ କଥା ହେବେ ମର୍କେଲ
ସମୟ ଲାଇଭ୍,୨/୧୦: ଭାରତ ଗସ୍ତରେ ଆସିଥିବା ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ କଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କଶ୍ମୀରରେ ରହୁଥିବା ଲୋକମାନଙ୍କର ସ୍ଥିତି ଅସ୍ଥିର ରହିଛି, ଏଥିରେ ଉନ୍ନତି ଆସିବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଜମ୍ମୁ-କଶ୍ମୀରକୁ ନେଇ ଭାରତର ମତ ଏବଂ ଏହାର ଏକ ଅଂଶ ପାକିସ୍ତାନ ଦଖଲରେ ଥିବା ତାଙ୍କୁ ଜଣା ଥିବା […]
ସମୟ ଲାଇଭ୍,୨/୧୦: ଭାରତ ଗସ୍ତରେ ଆସିଥିବା ଜର୍ମାନୀ ଚାନ୍ସେଲର ଆଞ୍ଜେଲା ମର୍କେଲ କଶ୍ମୀର ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି । କଶ୍ମୀରରେ ରହୁଥିବା ଲୋକମାନଙ୍କର ସ୍ଥିତି ଅସ୍ଥିର ରହିଛି, ଏଥିରେ ଉନ୍ନତି ଆସିବା ଦରକାର ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଏହି ପ୍ରସଙ୍ଗରେ ସେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଜମ୍ମୁ-କଶ୍ମୀରକୁ ନେଇ ଭାରତର ମତ ଏବଂ ଏହାର ଏକ ଅଂଶ ପାକିସ୍ତାନ ଦଖଲରେ ଥିବା ତାଙ୍କୁ ଜଣା ଥିବା ସେ କହିଛନ୍ତି। ତେବେ ବର୍ତ୍ତମାନ ରହିଥିବା ସ୍ଥିତିରେ କିଭଳି ସୁଧାର ଆସିବ ସେ ମୋଦିଙ୍କଠାରୁ ଜାଣିବାକୁ ଚାହିଁବେ ବୋଲି ଏହି ଅବସରରେ କହିଛନ୍ତି।
Tags:




