ରୁଷର ଶାସନ ସଂସ୍କାରକ ଥିଲେ ମିଖାଇଲ
ସୋଭିଏତ ଋଷିଆର ଜଣେ ପୁରୁଖା ନେତା ତଥା ସୋଭିଏତ୍ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ୯୧ ବର୍ଷ ଗତକାଲି ନିଧନ ଘଟିଛି । ତାଙ୍କୁ ସମଗ୍ର ରାଷ୍ଟ୍ର ରୁଷର ଶାସନ ସଂସ୍କାରକ ଭାବେ ଜାଣିଥାନ୍ତି । ରୁଷ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ସେ ଆରମ୍ଭ କରିଥିବା ‘ପେରିସ୍ତ୍ରୋଇକାଦ ଓ ‘ଗ୍ଲାସ ନୋଥଦ ବ୍ୟବସ୍ଥା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା । ୧୯୩୧ ମାର୍ଚ୍ଚ ୨ ତାରିଖରେ ମିଖାଇଲଙ୍କ ଷ୍ଟାଭ୍ରୋପୋଲ କ୍ରାଇଠାରେ ଥିବା […]
ସୋଭିଏତ ଋଷିଆର ଜଣେ ପୁରୁଖା ନେତା ତଥା ସୋଭିଏତ୍ ରୁଷର ଶେଷ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭଙ୍କ ୯୧ ବର୍ଷ ଗତକାଲି ନିଧନ ଘଟିଛି । ତାଙ୍କୁ ସମଗ୍ର ରାଷ୍ଟ୍ର ରୁଷର ଶାସନ ସଂସ୍କାରକ ଭାବେ ଜାଣିଥାନ୍ତି । ରୁଷ ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ଲାଗି ସେ ଆରମ୍ଭ କରିଥିବା ‘ପେରିସ୍ତ୍ରୋଇକାଦ ଓ ‘ଗ୍ଲାସ ନୋଥଦ ବ୍ୟବସ୍ଥା ସାରା ବିଶ୍ୱରେ ଚର୍ଚ୍ଚିତ ହୋଇଥିଲା ।

୧୯୩୧ ମାର୍ଚ୍ଚ ୨ ତାରିଖରେ ମିଖାଇଲଙ୍କ ଷ୍ଟାଭ୍ରୋପୋଲ କ୍ରାଇଠାରେ ଥିବା ଏକ ଋଷୀୟ-ୟୁକ୍ରେନୀୟ କୃଷକ ପରିବାରରେ ହୋଇଥିଲା । ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସେ ଜର୍ମାନୀର ଅତ୍ୟାଚାରକୁ ମର୍ମେ ମର୍ମେ ଅନୁଭବ କରିଥିଲେ । କମୁ୍ୟନିଷ୍ଟ ପାର୍ଟିରେ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ୧୯୮୫ରେ ସେ ସୋଭିଏତ ସଂଘର ନେତା ନିର୍ବାଚିତ ହୋଇଥିଲେ । ୧୯୯୧ ପର୍ଯ୍ୟନ୍ତ ନୋର୍ଭାଚେଭ ସୋଭିଏତ କମୁ୍ୟନିଷ୍ଟ ପାର୍ଟିର ମହାସଚିବ ଥିଲେ । ୧୯୯୦ରେ ମିଖାଇଲ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ।

୧୯୫୫ ମସିହାରେ ମସ୍କୋ ଷ୍ଟେଟ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପ୍ରାପ୍ତ କରିଥିଲେ । ବିଶ୍ୱବିଦ୍ୟାଳୟରେ ପଢ଼ିବା ସମୟରେ ସେ ସୋଭିଏତ ରାଷ୍ଟ୍ରସଙ୍ଗର କମ୍ୟୁନିଷ୍ଟ ଦଳରେ ଯୋଗ ଦେଇଥିଲେ । ୧୯୭୦ ମସିହାରେ ଷ୍ଟାଭ୍ରୋପୋଲ କ୍ରାଇକୋମର ପ୍ରଥମ ଦଳୀୟ ସଚିବ ତଥା ୧୯୭୪ ମସିହାରେ ସୁପ୍ରିମ ସୋଭିଏତର ପ୍ରଥମ ଦଳୀୟ ସଚିବ, ଏବଂ ପରେ ୧୯୭୯ରେ ପଲିଟିବ୍ୟୁରୋ ( ଏକାଧିକ କମ୍ୟୁନିଷ୍ଟ ରାଜନୈତିକ ଦଳର କାର୍ଯ୍ୟକାରିଣୀ ସଂସ୍ଥା)ର ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ସୋଭିଏତ ରାଷ୍ଟ୍ରସଙ୍ଗର ତିନି ଜଣ ପ୍ରମୁଖ ନେତା ଲେଓନିଡ୍ ବ୍ରେଜନେଭ, ୟୁରି ଆଣେ˜୍ରାପୋଭ, ଏବଂ କନଷ୍ଟାଣ୍ଟିନ ଚେର୍ଣ୍ଣେଙ୍କୋଙ୍କ ଲଗାତର ତିନି ବର୍ଷ ମଧ୍ୟରେ ମୃତ୍ୟୁ ହେବା ଫଳରେ ୧୯୮୫ ମସିହାରେ ପଲିଟିବ୍ୟୁରୋର ସାଧାରଣ ସଚିବ ଭାବେ ନିର୍ବାଚିତ ହେଲେ ।

ମିଖାଇଲ ନିଜର ପତ୍ନୀ ରାଇଜା ତିତାରେଙ୍କୋଙ୍କୁ ମସ୍କୋ ଷ୍ଟେଟ ବିଶ୍ୱବିଦ୍ୟାଳୟରେ ଭେଟିଥିଲେ । ରାଇଜା ସୋଭିଏତ୍ ରୁଷ ରାଜନୀତି କ୍ଷେତ୍ରରେ ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ଦୁଇଜଣ ପ୍ରେମ ପଡ଼ିଥିଲେ । ସେପେଫମ୍ବର ୧୯୫୩ରେ ସେମାନଙ୍କର ବିବାହ ହୋଇଥିଲା ଓ ସ୍ନାତକ ଶିକ୍ଷା ସମାପ୍ତ ପରେ ଦୁହେଁ ଷ୍ଟାଭ୍ରୋପୋଲରେ ବସବାସ କରୁଥିଲେ । ୧୯୫୭ରେ ତାଙ୍କର ଏକମାତ୍ର କନ୍ୟା ଇରିନା ମିଖାଇଲୋଭନା ଭିରଗାନସ୍କାୟା ଜନ୍ମ ନେଇଥିଲା । ୧୯୯୯ ମସିହାରେ ରାଇଜା ଲିଉକେମିଆ(ଏକ ପ୍ରକାରର ରକ୍ତ କର୍କଟ ରୋଗ) ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ ।

ଗୋର୍ବାଚୋଭଙ୍କ ଉଦ୍ୟମ ଫଳରେ ତତ୍କାଳୀନ ଆମେରିକୀର ରାଷ୍ଟ୍ରପତି ରୋନାଲï ରିଗାନଙ୍କ ସହ ବହୁ ଦ୍ୱିପାକ୍ଷିକ ଆଲୋଚନା ହୋଇପାରିଥିଲା ଓ ସୋଭିଏତ ଋଷିଆରେ ବହୁ ଗଠନ ମୂଳକ ସାମାଜିକ ପରିବର୍ତ୍ତନ ଆସିବା ସହ ଶୀତଳ ଯୁଦ୍ଧର ଅବସାନ ହୋଇ ପାରିଥିଲା । ଯାହା ଫଳରେ ସୋଭିଏତ ରାଷ୍ଟ୍ରସଙ୍ଘ କମ୍ୟୁନିଷ୍ଟ ଦଳର ପ୍ରଭୁତ୍ୱ ଶେଷ ହୋଇ ସୋଭିଏତ ଋଷିଆର ବିଭାଜନ ସମ୍ଭବ ହୋଇପାରିଥିଲା । ଏହିସବୁ ଉଦ୍ୟମ ନିମନ୍ତେ ୧୯୯୦ ମସିହାରେ ବିଶ୍ୱ ଶାନ୍ତି ପାଇଁ ତାଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ଏହା ବ୍ୟତୀତ ସେ ୧୯୯୨ ମସିହାରେ ହାର୍ଭେ ପୁରସ୍କାର ତଥା ୧୯୯୫ ମସିହାରେ ଡରହାମ ବିଶ୍ୱବିଦ୍ୟାଳୟ, ୨୦୦୨ ମସିହାରେ ଟ୍ରିନିଟି କଲେଜ, ୨୦୦୫ରେ ମୁନଷ୍ଟର ବିଶ୍ୱବିଦ୍ୟାଳୟ, ୨୦୦୯ରେ ୟୁରେକା କଲେଜରୁ ସମ୍ମାନସୂଚକ ଡକଫରେଟ ଉପାଧିରେ ସମ୍ମାନିତ ।




