ମେଟ୍ ଗାଲା ୨୦୨୨: ଦେଖନ୍ତୁ ସେଲେବ୍ଙ୍କ ଅନ୍ଦାଜ
ଫ୍ୟାଶନ ଜଗତର ସବୁଠୁ ବଡ଼ ଇଭେଣ୍ଟ ‘ମେଟ୍ ଗାଲା’ ୨୦୨୨ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବହୁ ନାମୀ ତଥା ଲୋକପ୍ରିୟ କଳାକାର ନିଆରା ପୋଷାକ ଓ ରୂପ ସଜ୍ଜା କରି ରେଡ୍ କାର୍ପେଟକୁ ଓହ୍ଲାଇଛନ୍ତି । ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷଣୀୟ ଲାଗିଛି । * ନତାସା ପୁନାୱାଲା- ବିଜ୍ନେସ୍ ୱିମେନ୍ ନତାସା ପୁନାୱାଲା ଏହି ଇଭେଣ୍ଟର ରେଡ୍ କାର୍ପେଟରେ ସୁନେଲି ରଙ୍ଗର ଶାଢ଼ୀ ସହିତ ଅଣ୍ଟାରେ ସୁନେଲି ‘କୋର୍ସେଟ୍’ ବେଲ୍ଟ ପିନ୍ଧିଛନ୍ତି, ଯାହା […]
ଫ୍ୟାଶନ ଜଗତର ସବୁଠୁ ବଡ଼ ଇଭେଣ୍ଟ ‘ମେଟ୍ ଗାଲା’ ୨୦୨୨ ଆଜି ଅନୁଷ୍ଠିତ ହୋଇଛି । ଏଥିରେ ବହୁ ନାମୀ ତଥା ଲୋକପ୍ରିୟ କଳାକାର ନିଆରା ପୋଷାକ ଓ ରୂପ ସଜ୍ଜା କରି ରେଡ୍ କାର୍ପେଟକୁ ଓହ୍ଲାଇଛନ୍ତି । ଯାହା ଦର୍ଶକଙ୍କୁ ବେଶ୍ ଆକର୍ଷଣୀୟ ଲାଗିଛି ।
* ନତାସା ପୁନାୱାଲା-

ବିଜ୍ନେସ୍ ୱିମେନ୍ ନତାସା ପୁନାୱାଲା ଏହି ଇଭେଣ୍ଟର ରେଡ୍ କାର୍ପେଟରେ ସୁନେଲି ରଙ୍ଗର ଶାଢ଼ୀ ସହିତ ଅଣ୍ଟାରେ ସୁନେଲି ‘କୋର୍ସେଟ୍’ ବେଲ୍ଟ ପିନ୍ଧିଛନ୍ତି, ଯାହା ଦେଖିବାକୁ ବେଶ୍ ଷ୍ଟାଇଲିସ୍ ଲାଗିଛି ।
* ଅଭିନେତ୍ରୀ କାରା ଡେଲଭିଙ୍ଗନ-

କାରା ଡେଲଭିଙ୍ଗନ ହେଉଛନ୍ତି ଜଣେ ଇଂଲିଶ ଅଭିନେତ୍ରୀ । ଏହା ବ୍ୟତୀତ ସେ ଜଣେ ଗାୟିକା ଓ ମଡେଲ୍ ।
* ଏମିଲି ରାତାଜ୍କେ୍ୱାସ୍କି-

ଆମେରିକାର ଜେ ଲୋକପ୍ରିୟ ମଡେଲ ଓ ଅଭିନେତ୍ରୀ । ମଡେଲିଂ ଦୁନିଆର ନାମୀ ବ୍ରାଣ୍ଡ ‘ମାର୍କ ଜାକୋବ୍’ ଏବଂ ‘ଡିକେଏନ୍ୱାଇ’ର ମଡେଲ୍ ।
* କିମ କାର୍ଦାସିନ୍-

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ, ମଡେଲ୍ ତଥା ବିଜନେସ୍ ୱିମେନ୍ କିମ୍ ରେଡ୍ କାର୍ପେଟରେ ଅଭିନ୍ରେତୀ ପ୍ରଖ୍ୟାତ ମାର୍ଲିନ ମୁନରୋଙ୍କ ଫ୍ୟାଶନକୁ ଅନୁକରଣ କରି ପୋଷାକ ନିନ୍ଧିଛନ୍ତି । ରାଷ୍ଟ୍ରପତି କେନେଡିଙ୍କ ୪୫ ଜନ୍ମଦିନରେ ମାର୍ଲିନ୍ ଏହିପରି ପୋଷାକ ପରିଧାନ କରି ଜନ୍ମଦିନ ପାର୍ଟିକୁ ଯାଇଥିଲେ ।
* ସିଡ୍ନୀ ସ୍ୱନେଇ-

ଫିଲ୍ମ ‘ଇନ୍ ଦ ଭାଲୁଟ୍’ ଅଭିନେତ୍ରୀ ସିଡ୍ନୀ ଧଳା ରଙ୍ଗ ପୋଷକରେ ରେହ୍ କାର୍ପେଟ୍କୁ ଓହ୍ଲାଇଛନ୍ତି ।
* କେଲି ଜେନର୍-

ଆମେରିକାର ମେଡିଆ ପର୍ସନାଲିଟି ତଥା ଲୋକପ୍ରିୟ ମଡେଲ ତଥା ବିଜନେସ ୱିମେନ୍ ।
* ଡୋଭ୍ କାମେରୋନ୍-

ହଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟିକା । ସେ ଜଣେ ଡିଜ୍ନୀ ଫିଲ୍ମର କଳାକାର ।
* ଗିଗି ହାଦିଦ୍-

ଆମେରିକାର ଲୋକପ୍ରିୟ ମିଡେଲ୍ । ‘ବିଟିଶ ଫ୍ୟାଶନ୍ କାଉନ୍ସିଲ’ରୁ ସମ୍ମାନ ପାଇଥିବା ନମ୍ବର ୱାନ୍ ମଡେଲ୍ ତଥା ଇଣ୍ଟରନ୍ୟାସନାଲ୍ ମାଗାଜିନ୍ ‘ଭୋଗ୍’ କଭ୍ର ମଡେଲ୍ ।
* ଦ ଷ୍ଟାଲିଓନ୍-

ଦ ଷ୍ଟାଲିଓନ୍ ବା ମୋଗାନ୍ ଦି ଷ୍ଟାଲିଓନ୍ ଜଣେ ଲୋକପ୍ରିୟ ଆମେରିକା ରାପର୍ ।
* ୱିନି ହାର୍ଲୋସ୍-

ଜାମାଇକା ଓ କାନାଡାର ମଡେଲ୍ । ସେ ଜଣେ ଲୋକପ୍ରିୟ ପବ୍ଲିକ୍ ସ୍ପିକର୍ ।
* ଫ୍ରେଡ୍ରିକ୍ ରବର୍ଟସନ୍-

ଲୋକପ୍ରିୟ ଅଭିନେତା ‘ମିଷ୍ଟ୍ରି ମ୍ୟାନ୍’ର ଥିମ୍ ନେଇ ରେଡ୍ କାର୍ପେଟ୍ରେ ।
* ବ୍ଲାକ୍ ଲିଭଲି-

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ । ନୀଳ ସମୁଦ୍ର ରଙ୍ଗ ପୋଷାକ ପରିଧାନ କରି ରେଡ୍ କାର୍ପେଟ୍ରେ ଚାଲିବା ବେଳର ଫଟୋ ।




