ନୁ୍ୟୟର୍କ ସବ୍େୱରେ ସନ୍ଦିUଙ୍କ ଆଖିବୁଜା ଗୁଳି ଚାଳନା, ୧୬ ଆହତ
ନୁ୍ୟୟର୍କ: ଏପ୍ରିଲ ୧୩: ନୁ୍ୟୟର୍କସ୍ଥିତ ବ୍ରୁକଲିନ୍ ମେଟ୍ରୋ ଷ୍ଟେସନ୍ରେ ଆଜି ଜଣେ ସନ୍ଦିU ଆଖିବୁଜା ଗୁଳି ଚାଳନା କରିଛନ୍ତି । ଏହି ଘଟଣାରେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ପୋଲିସ ସେହି ସନ୍ଦିU ବ୍ୟକ୍ତିଙ୍କ ଏକ ସ୍କେଚ୍ ଜାରି କରିଛି । ସେହି ବ୍ୟକ୍ତି ଜଣକ ଗୁଳିକାଣ୍ଡ ଘଟାଇବା […]
ନୁ୍ୟୟର୍କ: ଏପ୍ରିଲ ୧୩: ନୁ୍ୟୟର୍କସ୍ଥିତ ବ୍ରୁକଲିନ୍ ମେଟ୍ରୋ ଷ୍ଟେସନ୍ରେ ଆଜି ଜଣେ ସନ୍ଦିU ଆଖିବୁଜା ଗୁଳି ଚାଳନା କରିଛନ୍ତି । ଏହି ଘଟଣାରେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଶରୀରରେ ଗୁଳି ବାଜିଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ପୋଲିସ ସେହି ସନ୍ଦିU ବ୍ୟକ୍ତିଙ୍କ ଏକ ସ୍କେଚ୍ ଜାରି କରିଛି । ସେହି ବ୍ୟକ୍ତି ଜଣକ ଗୁଳିକାଣ୍ଡ ଘଟାଇବା ପରେ ଫେରାର ଅଛନ୍ତି ଓ ସଂପୃକ୍ତ ସ୍ଥାନରେ ସକ୍ରିୟ ଥିବାରୁ ପୋଲିସ ଲୋକଙ୍କୁ ସତର୍କ କରାଇଛନ୍ତି ।

ନୁ୍ୟୟର୍କ ପୋଲିସ ସୂଚନା ଅନୁସାରେ, ବ୍ରୁକଲିନ୍ ମେଟ୍ରୋ ଷ୍ଟେସନ୍ ଗହଳି ଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼େ ୮ରେ ଜଣେ ସନ୍ଦିU ଷ୍ଟେସନ୍ରେ ପ୍ରଥମେ ଦୁଇଟି ସ୍ମୋକ୍ ବମ୍ ପକାଇଥିଲା । ସ୍ମୋକ୍ର ଧୂଆଁରେ ସମଗ୍ର ଷ୍ଟେସନ୍ ଧୂଆଁମୟ ହୋଇଯିବା ପରେ ସନ୍ଦିU ଜଣକ ଆଖିବୁଜା ଗୁଳି ଚାଳନା କରିଥିଲା । ଫଳରେ ଲୋକମାନେ ଭୟରେ ଦୌଡ଼ିଥିଲେ । ସେଠାରେ ଏକ ଆତଙ୍କ ସୃଷ୍ଟି ହୋଇଯାଇଥିଲା । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ନ୍ୟୁୟର୍କ ଅଗ୍ନିଶମ ଓ ପୋଲିସ ବିଭାଗ ତୁରନ୍ତ ଘଟଣାସ୍ଥାଳରେ ପହଞ୍ଚି ଆହତ ଲୋକଙ୍କୁ ଉଦ୍ଧାର କରିଥିଲେ ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଯେ, ସନ୍ଦିU ଜଣଙ୍କ ଆତଙ୍କବାଦୀ ନୁହଁନ୍ତି ଓ ସେ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ଚାଳନା କରିଥିଲେ । ସେ ମୋଟ୍ ୩୩ଟି ଫାୟାରିଂ କରିଥିଲେ । ବର୍ତ୍ତମାନ ପୋଲିସ ତଲାସି କାର୍ଯ୍ୟ ଜାରି ରଖିଛି । ଏହି ଘଟଣାକୁ ନେଇ ଆମେରିକା ଏଟର୍ଣ୍ଣି ଜେନେରାଲ୍ ମେରିକ ଗାରଲାଣ୍ଡ୍ ଏବଂ ହୋମ୍ଲାଣ୍ଡ୍ ସୁରକ୍ଷା ସଚିବ ସ୍ଥିତି ସମୀକ୍ଷା କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଉକ୍ତ ଘଟଣା ସଂକ୍ରାନ୍ତରେ ତଲାସି କାର୍ଯ୍ୟକୁ ଜୋର୍ କରିବାକୁ ଆଦେଶ ଦେଇଛନ୍ତି ।




