ବିଶିଷ୍ଟ ବାମପନ୍ଥୀ ଲୁଲା ହେଲେ ବ୍ରାଜିଲ୍‌ର ନବ ରାଷ୍ଟ୍ରପତି

ଦିଲ୍ଲୀ : ଗତ ରବିବାର ଦିନ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବା ଲୁଲା ବ୍ରାଜିଲ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଦେଶର ୩୯ ରାଷ୍ଟ୍ରପତି ପଦ ଗ୍ରହଣ କରିବେ । ଜାନୁଆରି ୧ ତାରିଖରେ ଲୁଲା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଲୁଲା ଉଗ୍ର ଦକ୍ଷିଣପନ୍ଥୀ ଜାଇର ବୋଲ୍‌ସୋନାରୋଙ୍କୁ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ବୋଲ୍‌ସୋନାରୋ ୪୯.୧% ଭୋଟ୍‌ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍‌ […]

Samaya Live Picture
Published On

ଦିଲ୍ଲୀ : ଗତ ରବିବାର ଦିନ ବିଶିଷ୍ଟ ବାମପନ୍ଥୀ ଲୁଇଜ୍‌ ଇନାସିଓ ଲୁଲା ଡା ସିଲ୍‌ଭା ବା ଲୁଲା ବ୍ରାଜିଲ୍‌ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇ ଦେଶର ୩୯ ରାଷ୍ଟ୍ରପତି ପଦ ଗ୍ରହଣ କରିବେ । ଜାନୁଆରି ୧ ତାରିଖରେ ଲୁଲା ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ । ଲୁଲା ଉଗ୍ର ଦକ୍ଷିଣପନ୍ଥୀ ଜାଇର ବୋଲ୍‌ସୋନାରୋଙ୍କୁ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ପରାସ୍ତ କରିଛନ୍ତି । ବୋଲ୍‌ସୋନାରୋ ୪୯.୧% ଭୋଟ୍‌ ପାଇଥିବା ବେଳେ ଲୁଲା ୫୦.୯% ଭୋଟ୍‌ ପାଇଥିଲେ । ତେବେ ଲୁଲା ତୃତୀୟ ଥର ପାଇଁ ବ୍ରାଜିଲ୍‌ର ରାଷ୍ଟ୍ରପତି ହେବେ । ପୂର୍ବରୁ ସେ ୨୦୦୩ରୁ ୨୦୧୦ ପର୍ଯ୍ୟନ୍ତ ଦୁଇ ପାଳିରେ ବ୍ରାଜିଲ୍‌ ରାଷ୍ଟ୍ରପତି ହୋଇଥିଲେ ।

 ବିଶିଷ୍ଟ ବାମପନ୍ଥୀ ଲୁଲା ହେଲେ ବ୍ରାଜିଲ୍‌ର ନବ ରାଷ୍ଟ୍ରପତି

ଲୁଲା ବିଜୟୀ ହେବା ପରେ ସେ ତାଙ୍କ ସମର୍ଥକ ଓ ବ୍ରାଜିଲ୍‌ବାସୀଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ । ସେ କହିଥିଲେ ଯେ- ବିଭାଜିତ ହୋଇଯାଇଥିବା ଦେଶକୁ ସେ ଏକତ୍ର କରି ସୁନିଶ୍ଚିତ ହେବେ ଯେ, ବ୍ରାଜିଲୀୟମାନେ କଦାପି ଉଠାଇବା ଅନୁଚିତ ଥିବା ଅସ୍ତ୍ର ପରିହାର କରିଛନ୍ତି । ଏହାଛଡ଼ା, ଆମେଜନ୍‌ ଉଷ୍ମମଣ୍ଡଳୀୟ ଅରଣ୍ୟ ସଂରକ୍ଷଣ ଏବଂ ବୈଶ୍ୱିକ ବାଣିଜ୍ୟକୁ ଆହୁରି ନିରପେକ୍ଷ କରିବା ନିମନ୍ତେ ସେ ଆନ୍ତର୍ଜାତିକ ସହଯୋଗ ଲୋଡ଼ିଛନ୍ତି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି ।

ସୂଚନା ଥାଉଯେ, ଲୁଲାଙ୍କ ପ୍ରତିଦ୍ୱନ୍ଦିତାରେ ଥିବା ଜାଇର ବୋଲ୍‌ସୋନାରୋ ରାଷ୍ଟ୍ରପତି ଥିଲେ । କୋଭିଡ୍‌-୧୯ ମୁକାବିଲା କ୍ଷେତ୍ରରେ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଖରାପ ପ୍ରବଦର୍ଶନ ଓ ଖାମ୍‌ଖିଆଲି ମନୋଭାବ ଯୋଗୁଁ ଦେଶରେ ୭ ଲକ୍ଷ ଜନତାଙ୍କ ମୃତୁ୍ୟ ସହ ଦେଶର ମୁଦ୍ରାସ୍ପୀତି ଅନିୟନ୍ତ୍ରଣ ହୋଇଥିଲା । ଦେଶର ଋଣ ଓ ଅଭିବୃଦ୍ଧି ଶୋଚନୀୟ ହୋଇପଡ଼ିଲା । ଏଣୁ ସେ ରାଷ୍ଟ୍ରପତି ନିର୍ବାଚନରେ ବିଫଳ ହୋଇଛନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ପ୍ରକାଶ କରିଛନ୍ତି ।