ପିମ୍ପୁଡିର ପ୍ରକୃତ ଚେହେରା ଫଟୋ ଉଠାଇ ହେଲେ ପୁରସ୍କୃତ, ଦେଖନ୍ତୁ ଫଟୋ
ପିମ୍ପୁଡି ଏତେ ଛୋଟ ଜୀବଟିଏ ଯାହା ବେଳେ ବେଳେ ଆମ ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ଯେତେବେଳେ ଏହା କାମୁଡି ଦେଇଥାଏ ସେତେବେଳେ ତାର ଅସଲ ଶକ୍ତି ଜଣାପଡିଥାଏ । ତାର ପ୍ରକୃତ ଚେହେରା କିପରି ତାହା ତ ଆମେ କେବେ ଭଲ ଭାବେ ନୀରିକ୍ଷଣ କରି ନ ଥାଉ । କିନ୍ତୁ ଏକ ବିଶ୍ୱସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ପିମ୍ପୁଡିର ପ୍ରକୃତ ଚେହେରା ପଦାକୁ ଆସିଛି । ସ୍ମଲ ୱାଲïର୍ ଫଟୋମାଇକ୍ରୋଗ୍ରାଫି ପ୍ରତିଯୋଗିତା ୨୦୨୨ରେ ପୃଥିବୀର […]
ପିମ୍ପୁଡି ଏତେ ଛୋଟ ଜୀବଟିଏ ଯାହା ବେଳେ ବେଳେ ଆମ ଆଖିକୁ ଦେଖାଯାଏ ନାହିଁ । କିନ୍ତୁ ଯେତେବେଳେ ଏହା କାମୁଡି ଦେଇଥାଏ ସେତେବେଳେ ତାର ଅସଲ ଶକ୍ତି ଜଣାପଡିଥାଏ । ତାର ପ୍ରକୃତ ଚେହେରା କିପରି ତାହା ତ ଆମେ କେବେ ଭଲ ଭାବେ ନୀରିକ୍ଷଣ କରି ନ ଥାଉ ।

କିନ୍ତୁ ଏକ ବିଶ୍ୱସ୍ତରୀୟ ଫଟୋଗ୍ରାଫି ପ୍ରତିଯୋଗିତାରେ ପିମ୍ପୁଡିର ପ୍ରକୃତ ଚେହେରା ପଦାକୁ ଆସିଛି । ସ୍ମଲ ୱାଲïର୍ ଫଟୋମାଇକ୍ରୋଗ୍ରାଫି ପ୍ରତିଯୋଗିତା ୨୦୨୨ରେ ପୃଥିବୀର କ୍ଷୁଦ୍ର ଜୀବଙ୍କ ଫଟୋ ସ୍ଥାନ ପାଇଥିଲା ।

ଏହି ପ୍ରତିଯୋଗିତାରେ ଜଣେ ବ୍ୟକ୍ତିଙ୍କ କ୍ୟାମେରାରେ ଉଠିଥିବା ପିମ୍ପୁଡିର ଭୟାନକ ଚେହେରା ସ୍ଥାନ ପାଇଥିଲା । ଲିଥୁଆନିଆର ଏକ ଫଟୋଗ୍ରାଫର ୟୁଜିନିୟସ୍ କବାଲିଆଉସକସ୍ ଏହି ଫଟୋ ଉଠାଇଥିଲେ ।

ଏହି ଫଟୋଟି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏହି ଫଟୋର ଟାଇଟେଲ୍ ଥିଲା, ପିମ୍ପୁଡିର ଏଲିଅନ୍ ପରି ଚେହେରା । ଜଜ୍ ଏହି ଫଟୋକୁ ଇମେଜ୍ ଅଫ୍ ଡିଷ୍ଟିନିକ୍ସନ୍ ବର୍ଗରେ ପୁରସ୍କୃତ କରିଛନ୍ତି ।




