ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ଚେତାବନୀ

ନୂଆଦିଲ୍ଲୀ: ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍‌ ଛାଡ;ୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ । ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ନାଗରିକ ତୁରନ୍ତ ୟୁକ୍ରେନ୍‌ ଛାଡ;ୁ । ଭାରତୀୟ ଦୂତାବାସ ପକ୍ଷରୁ ଜାରି ହୋଇଛି ଏଭଳି ଆଡଭାଇଜରୀ । ୟୁକ୍ରେନରେ ପୁଣିଥରେ ଯୁଦ୍ଧସ୍ଥିତି ଗମ୍ଭୀର ହେଉଥିବାରୁ ନାଗରିକଙ୍କୁ ଅତିଶୀଘ୍ର ଦେଶ ଛାଡିବାକୁ ପରାମର୍ଶ ଦେଇଛି ଭାରତ ।

ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ଚେତାବନୀ

ବର୍ତ୍ତମାନ ସେଠାରେ ରହୁଥିବା ଭାରତୀୟ ନାଗରିକଙ୍କୁ ଅନାବଶ୍ୟକ ଯାତ୍ରା କରିବାକୁ ବାରଣ କରାଯାଇଥିବା ବେଳେ ସେଠାକାର ସରକାର ଏବଂ ସ୍ଥାନୀୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ସୁରକ୍ଷା ନିୟମ ପାଳନ କରିବାକୁ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି । ରାଜଧାନୀ କିଭ ଉପରେ ବଡ ଧରଣର ଆକ୍ରମଣ ଆଶଙ୍କା ଥିବାରୁ ନାଗରିକଙ୍କୁ ସତର୍କ ରହିବାକୁ କୁହାଯାଇଛି । ଏଥିସହ ବର୍ତ୍ତମାନ ପରିସ୍ଥିତିରେ ୟୁକ୍ରେନ୍‌ ଯାତ୍ରା ନକରିବାକୁ ପରାମର୍ଶ ଦେଇଛନ୍ତି ସରକାର ।

ୟୁକ୍ରେନ୍‌ ଛାଡ଼ିବାକୁ ଭାରତୀୟ ନାଗରିକଙ୍କୁ ଚେତାବନୀ
A medical worker runs past a burning car after a Russian attack in Kyiv | AP

କିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି । ସେଥିରେ କୁହାଯାଇଛି ଯେ, ଦୁର୍ବଳ ସୁରକ୍ଷା ବ୍ୟବସ୍ଥା ଓ ୟୁକ୍ରେନରେ ବର୍ତ୍ତମାନର ଯୁଦ୍ଧ ସ୍ଥିତିକୁ ଦେଖି ଭାରତୀୟମାନଙ୍କୁ ୟୁକ୍ରେନ୍‌ ଆସିବାକୁ ମନା କରାଯାଉଛି । ଯେଉଁ ଭାରତୀୟ ନାଗରିକ ଯଥା ଛାତ୍ରଛାତ୍ରୀମାନେ ୟୁକ୍ରେନରେ ରହିଛନ୍ତି ସେମାନେ ତୁରନ୍ତ ଦେଶ ଛାଡ଼ି ଚାଲିଯାଆ;ୁ । ଗତ ଫେବ୍ରୁଆରୀରେ ଯୁଦ୍ଧ ଆରମ୍ଭରୁ ୟୁକ୍ରେନ୍‌ ରାଜଧାନୀ କିଭ୍‌ ଉପରେ ରୁଷ ଘନ ଘନ ମିସାଇଲ ମାଡ କରିଥିଲା । ଏହାର ଜବାବ ଦେଇଥିଲା ୟୁକ୍ରେନ୍‌ । ଏହାପରେ ଗତ ଏପ୍ରିଲରେ ସୈନ୍ୟ ପ୍ରତ୍ୟାହାର କରିନେଇଥିଲା ରୁଷ ।