ଭେନିଜୁଏଲାରେ ଭୟାବହ ଭୂÕଳନ: ୨୨ ମୃତ, ୫୦ରୁ ଅଧିକ ନିଖୋଜ
ଲାସ୍ ଟିଜେରାସ୍: ପ୍ରବଳ ବର୍ଷା ଯୋଗୁଁ ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନିଜୁଏଲାରେ ବ୍ୟାପକ ଭୂÕଳନ ଘଟି ଅନ୍ୟୂନ ୨୨ଜଣ ବ୍ୟକ୍ତି ମରିଛନ୍ତି ଓ ୫୦ରୁ ଅଧକ ଲୋକ ନିଖୋଜ ହୋଇଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି । ସୂଚନାଯୋଗ୍ୟ, ରେକର୍ଡ ପରିମାଣର ଅତି ପ୍ରବଳ ବର୍ଷା ଯୋଗୁଁ ଅଳ୍ପ କେତେ ମାସ ହେବ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନିଜୁଏଲାରେ ଡଜନାଧିକ ଲୋକଙ୍କର ମୃତ୍ୟୁ ଘଟିଲାଣିଛ ଲାସ୍ ଟିଜେରାସ୍ ନଗରୀରେ ସଂଘଠିତ ଦୁର୍ବିପାକ ସ୍ଥାନରେ ଥାଇ ଉପରାଷ୍ଟ୍ରପତି ଡେଲ୍ସି […]
ଲାସ୍ ଟିଜେରାସ୍: ପ୍ରବଳ ବର୍ଷା ଯୋଗୁଁ ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନିଜୁଏଲାରେ ବ୍ୟାପକ ଭୂÕଳନ ଘଟି ଅନ୍ୟୂନ ୨୨ଜଣ ବ୍ୟକ୍ତି ମରିଛନ୍ତି ଓ ୫୦ରୁ ଅଧକ ଲୋକ ନିଖୋଜ ହୋଇଯାଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି ।

ସୂଚନାଯୋଗ୍ୟ, ରେକର୍ଡ ପରିମାଣର ଅତି ପ୍ରବଳ ବର୍ଷା ଯୋଗୁଁ ଅଳ୍ପ କେତେ ମାସ ହେବ ଦକ୍ଷିଣ ଆମେରିକୀୟ ରାଷ୍ଟ୍ର ଭେନିଜୁଏଲାରେ ଡଜନାଧିକ ଲୋକଙ୍କର ମୃତ୍ୟୁ ଘଟିଲାଣିଛ ଲାସ୍ ଟିଜେରାସ୍ ନଗରୀରେ ସଂଘଠିତ ଦୁର୍ବିପାକ ସ୍ଥାନରେ ଥାଇ ଉପରାଷ୍ଟ୍ରପତି ଡେଲ୍ସି ରଡ୍ରିଗେସ୍ ଆଞ୍ଚଳିକ ଗଣମାଧ୍ୟମକୁ କହିଛନ୍ତି, ଏଠାରେ ପ୍ରଭୁିବ କ୍ଷତି ହୋଇଥିବା ଆମେ ଦେଖୁଛୁ, ମଣିଷ ମରିଛନ୍ତି ।

ଏପର୍ଯ୍ୟନ୍ତ ୨୨ଜଣ ମୃତବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ୨୨ରୁ ଅଧିକ ଲୋକ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କର ସନ୍ଧାନ ନେଉଛୁ । ଭୂÕଳନ ଯୋଗୁଁ ଘରବାଡ଼ି ଓ ବ୍ୟାବସାୟିକ ପ୍ରତିଷ୍ଠାନ ସବୁ ନଷ୍ଟ ହୋଇଯାଇଛି ।





