ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗଙ୍କ ଭଉଣୀଙ୍କ ଧମକ: ପରମାଣୁ ବୋମାରେ ଉଡ଼ାଇ ଦେବୁ
ସିଓଲ: ଏପ୍ରିଲ ୦୫: ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍ ଉତ୍ତର କୋରିଆରେ ନିଜ ମନମୁତାବକ ଶାସନ କରିବା ସହିତ ତାଙ୍କ ଭଉଣୀ ମଧ୍ୟ ନିଜ ଇଚ୍ଛା ଅନୁସାରେ ସେଠାରେ ରାଜୁତି ଚଲାଇଛନ୍ତି । ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ନିକଟରେ ନିଜ ପରାକ୍ରମ ଦେଖାଇ ଦକ୍ଷିଣ କୋରିଆକୁ ପରମାଣୁର ଧମକ ଦେଇଛନ୍ତି । ସେ କହିଛନ୍ତି , ଯଦି ଦକ୍ଷିଣ କୋରିଆ ତା’ର ସାମରିକ ମୁକାବିଲା ଆରମ୍ଭ କରେ, ତେବେ ତାଙ୍କର ଦେଶ ପରମାଣୁ […]
ସିଓଲ: ଏପ୍ରିଲ ୦୫: ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ୍ ଉତ୍ତର କୋରିଆରେ ନିଜ ମନମୁତାବକ ଶାସନ କରିବା ସହିତ ତାଙ୍କ ଭଉଣୀ ମଧ୍ୟ ନିଜ ଇଚ୍ଛା ଅନୁସାରେ ସେଠାରେ ରାଜୁତି ଚଲାଇଛନ୍ତି । ତାଙ୍କ ଭଉଣୀ କିମ୍ ୟୋ ଜଙ୍ଗ୍ ନିକଟରେ ନିଜ ପରାକ୍ରମ ଦେଖାଇ ଦକ୍ଷିଣ କୋରିଆକୁ ପରମାଣୁର ଧମକ ଦେଇଛନ୍ତି । ସେ କହିଛନ୍ତି , ଯଦି ଦକ୍ଷିଣ କୋରିଆ ତା’ର ସାମରିକ ମୁକାବିଲା ଆରମ୍ଭ କରେ, ତେବେ ତାଙ୍କର ଦେଶ ପରମାଣୁ ଅସ୍ତ୍ର ବ୍ୟବହାର କରିବ । ଦକ୍ଷିଣ କୋରିଆ ସାମରିକ ମୁକାବିଲାରେ ଜଡିତ ହେଲେ ଆମର ପରମାଣୁ ବାହିନୀ ସେମାନଙ୍କର କାମ ଆରମ୍ଭ କରିବେ । ଆମ ଦେଶ ବିରୋଧରେ ଆକ୍ରମଣ କରିବା ଭଳି ବୟାନ ଦେଇ ଦକ୍ଷିଣ କୋରିଆ ପ୍ରତିରକ୍ଷା ମନ୍ତ୍ରୀ ବଡ଼ ଭୁଲ କରିଛନ୍ତି ।

କିମ୍ ୟୋ ଜଙ୍ଗ ଏହିପରି କହିବାର କାରଣ ହେଉଛି, ଚଳିତ ବର୍ଷ ଉତ୍ତର କୋରିଆର ନୂତନ ଅସ୍ତ୍ରଶସ୍ତ୍ର ପରୀକ୍ଷା ହେଉଥିଲା । ଦକ୍ଷିଣ କୋରିଆ ଯୁଦ୍ଧର ଆଶଙ୍କା ପ୍ରକାଶ କରିବା ଭୟରେ ଅସ୍ତ୍ରଶସ୍ତ୍ର ପରୀକ୍ଷା ବିରୋଧରେ ବୟାନବାଜି କରିଥିଲା । ଏଣୁ ଉଭୟ ଉତ୍ତର କୋରିଆ ଓ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା ।
ଏହି ତିକ୍ତତାର କିଛି ପରେ ଉତ୍ତର କୋରିଆ ପୁଣି ନିଜର‘ବାଲିଷ୍ଟିକ୍ କ୍ଷେପଣାସ୍ତ୍ର’ ପରୀକ୍ଷା କରିଥିଲା । ଏହି ପରୀକ୍ଷଣ ପରେ ଦକ୍ଷିଣ କୋରିଆର ପ୍ରତିରକ୍ଷା ମନ୍ତ୍ରୀ ଉତ୍ତର କୋରିଆ ଉପରେ ଏକ ନିର୍ଣ୍ଣାୟକ ଆକ୍ରମଣ କରିବାକୁ ପଡିବ ବୋଲି ବୟାନ ଦେଇଥିଲେ । ଏହାର ଜବାବ୍ରେ କିମ୍ ୟୋ ଜଙ୍ଗ୍ ପରମାଣୁର ଧମକ ଦେଇଥିଲେ ।




