କରାଚି ବିଶ୍ୱବିଦ୍ୟାଳୟ ବିସ୍ପୋରଣରେ ଥିଲେ ଜଣେ ଆତ୍ମଘାତୀ ମହିଳା: ଦୁଇଟି ସନ୍ତାନରଙ୍କ ମାଆ ଓ ଗୋଲ୍ଡ ମେଡାଲିଷ୍ଟ
ନୂଆଦିଲ୍ଲୀ: ଏପ୍ରିଲ ୨୭: ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ପୋରଣରେ ଜଣେ ମହିଳା ରହିଥିଲେ । ତାଙ୍କ ନାମ ହେଉଛି ଶାରି ବାଲୋଚ୍ । ସେ ଜଣେ ଉଚ୍ଚ ଶିକ୍ଷିତା ଓ ଗୋଲ୍ଡ ମେଡାଲିଷ୍ଟ ଥିଲେ । ୮ ବର୍ଷିୟ ମାରୋଶ୍ ଏବଂ ୪ ବର୍ଷିୟ ମୀର୍ ହସନ ନାମ ଦୁଇ ସନ୍ତାନ ତାଙ୍କର ରହିଛନ୍ତି । ସେ ଜଣେ ଡାକ୍ତରଙ୍କ ପତ୍ନୀ । ଉକ୍ତ ଆତ୍ମଘାତୀ ବୋମା ବିସ୍ପୋରଣରେ ୩ଜଣ ଚୀନ୍ର […]
ନୂଆଦିଲ୍ଲୀ: ଏପ୍ରିଲ ୨୭: ମଙ୍ଗଳବାର ଦିନ କରାଚି ବିଶ୍ୱବିଦ୍ୟାଳୟରେ ହୋଇଥିବା ଆତ୍ମଘାତୀ ବୋମା ବିସ୍ପୋରଣରେ ଜଣେ ମହିଳା ରହିଥିଲେ । ତାଙ୍କ ନାମ ହେଉଛି ଶାରି ବାଲୋଚ୍ । ସେ ଜଣେ ଉଚ୍ଚ ଶିକ୍ଷିତା ଓ ଗୋଲ୍ଡ ମେଡାଲିଷ୍ଟ ଥିଲେ । ୮ ବର୍ଷିୟ ମାରୋଶ୍ ଏବଂ ୪ ବର୍ଷିୟ ମୀର୍ ହସନ ନାମ ଦୁଇ ସନ୍ତାନ ତାଙ୍କର ରହିଛନ୍ତି । ସେ ଜଣେ ଡାକ୍ତରଙ୍କ ପତ୍ନୀ । ଉକ୍ତ ଆତ୍ମଘାତୀ ବୋମା ବିସ୍ପୋରଣରେ ୩ଜଣ ଚୀନ୍ର ନାଗରିକଙ୍କ ସମେତ ୪ ଜଣଙ୍କର ମୃତୁ୍ୟ ଘଟିଥିଲା ।

ଉକ୍ତ ଆକ୍ରମଣ ପାଇଁ ଦାୟୀ ବୋଲି ଘୋଷଣା କରୁଥିବା ଆଫଗାନିସ୍ତାନର ଆତଙ୍କବାଦୀ ସଙ୍ଗଠନ ‘ବାଲୋଚିସ୍ତାନ ଲିବରେସନ୍ ଆର୍ମି’ (ବିଏଲ୍ଏ) ବିବୃତି ଅନୁସାରେ, ୩୦ ବର୍ଷୀୟ ଆତ୍ମଘାତୀ ବୋମା ବିସ୍ପୋରଣକାରିଣୀ ଶାରି ବାଲୋଚ୍ ଥିଲେ । ବାଲୋଚିସ୍ତାନର ତୁର୍ବଦ୍ ଅନ୍ତର୍ଗତ ନିଆଜର୍ ଅବଦ୍ବାସିନୀ ଥିଲେ । ପ୍ରାଣୀ ବିଜ୍ଞାନରେ ସ୍ନାତକତ୍ତୋର ହାସଲ୍ କରିବା ପରେ ସେ ଜଣେ ଡାକ୍ତରଙ୍କୁ ବାହା ହୋଇଥିଲେ । ଏବେ ସେ ଏମ୍ଫିଲ୍ କରିବା ସହ ବିଜ୍ଞାନ ଶିକ୍ଷୟିତ୍ରୀ ଭାବେ ଅଧ୍ୟାପନା କରୁଥିଲେ ।
ବିଏଲ୍ଏର ମଜୀଦ୍ ବ୍ରିଗେଡ୍ର ‘ସ୍ପେସାଲ୍ ସେଲଫ୍-ସାକ୍ରିଫାଇସ୍ ସ୍କ୍ୱାଡ୍’ରେ ୧ ବର୍ଷ ପୂର୍ବେ ସେ ଯୋଗ ଦେଇଥିଲେ । ତାଙ୍କର ଦୁଇଙ୍କ ପାଇଁ ସେ ସ୍କ୍ୱାଡ୍ରୁ ବାହାରି ଯାଇପାରନ୍ତି ବୋଲି ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା, କି;ୁ, ସେ ତାହା ଗ୍ରହଣ କରି ନ ଥିଲେ । ‘ମଜିଦ୍ ବ୍ରିଗେଡ୍’ର ଏକ ରିପୋର୍ଟ ଅନୁସାରେ , ଚୀନ୍ର ନାଗରିକ ଏବଂ ବାଲୋଚିସ୍ତାନ ଓ ପାକିସ୍ତାନରେ ଥିବା ଚୀନ୍ର ସ୍ୱାର୍ଥ ଉପରେ ଆମେ ଅଧିକ ଆକ୍ରମଣ କରିବୁ ।
ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଶାରିଙ୍କ ଭାଇ ଓ ବାପାଙ୍କୁ ପାକିସ୍ତାନ ସେନା ଦ୍ୱାରା ହତ୍ୟା କରାଯାଇଥିଲା । ଏହାସହିତ ଚାଇନାର କିଛି ପ୍ରକଳ୍ପ ପାଇଁ ତାଙ୍କ ପାରିବାରିକ ଜମିରୁ ତାଙ୍କୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା । ନିଜ ଦେଶର କର୍ତ୍ତୁପକ୍ଷଙ୍କ ବ୍ୟବହାରରେ କ୍ରୋଧିତ ହୋଇ ସେ ପ୍ରତିଶୋଧ ନେବାକୁ ଚାହୁଁଥିଲେ ବୋଲି ପ୍ରକାଶ ପାଇଛି ।




