ପତ୍ରକାର ପତ୍ନୀଙ୍କୁ ହତ୍ୟା କଲା ସାମ୍ବାଦିକ ପତି

ସମୟ ଲାଇଭ,୨୭/୧୧: ପତ୍ରକାର ପତ୍ନୀଙ୍କୁ ତାଙ୍କ ପିତ ହତ୍ୟା କରିଛନ୍ତି। ତାଙ୍କ ପତି ମଧ୍ୟ ପେଶାରେ ଜଣେ ସାମ୍ବାଦିକ ଅଟନ୍ତି। ଚାକିରୀ ଛାଡ଼ିବାକୁ ମନା କରିବାରୁ ସେ ପତ୍ନୀଙ୍କର ହତ୍ୟା କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ଖବର ଅନୁଯାୟୀ, ଉରୁଜ୍‍ ଇକବାଲ୍‍ ଉର୍ଦ୍ଦୁ ପତ୍ରିକାରେ କାର୍ଯ୍ୟରତ ଥିଲେ। ସୋମବାର ଗୁଜର ସିଂ କିଲ୍ଲାସ୍ଥିତ ତାଙ୍କ ଅଫିସ୍‍ରେ ପ୍ରବେଶ କରିବା ସମୟରେ ତାଙ୍କ ପତି ଦୀଲାବର ଅଲ୍ଲୀ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା। ଏନେଇ ମୃତକଙ୍କ […]

Samaya Live Picture
Published On

ସମୟ ଲାଇଭ,୨୭/୧୧: ପତ୍ରକାର ପତ୍ନୀଙ୍କୁ ତାଙ୍କ ପିତ ହତ୍ୟା କରିଛନ୍ତି। ତାଙ୍କ ପତି ମଧ୍ୟ ପେଶାରେ ଜଣେ ସାମ୍ବାଦିକ ଅଟନ୍ତି। ଚାକିରୀ ଛାଡ଼ିବାକୁ ମନା କରିବାରୁ ସେ ପତ୍ନୀଙ୍କର ହତ୍ୟା କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି।
ଖବର ଅନୁଯାୟୀ, ଉରୁଜ୍‍ ଇକବାଲ୍‍ ଉର୍ଦ୍ଦୁ ପତ୍ରିକାରେ କାର୍ଯ୍ୟରତ ଥିଲେ। ସୋମବାର ଗୁଜର ସିଂ କିଲ୍ଲାସ୍ଥିତ ତାଙ୍କ ଅଫିସ୍‍ରେ ପ୍ରବେଶ କରିବା ସମୟରେ ତାଙ୍କ ପତି ଦୀଲାବର ଅଲ୍ଲୀ ତାଙ୍କ ମୁଣ୍ଡକୁ ଗୁଳି କରି ହତ୍ୟା କରିଥିଲା। ଏନେଇ ମୃତକଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ୭ ମାସ ପୂର୍ବେ ତାଙ୍କ ଭଉଣୀଙ୍କ ସହ ଦୀଲାବରର ପ୍ରେମ ବିବାହ ହୋଇଥିଲା। ତେବେ ବିବାହର କିଛିଦିନ ପରେ ହିଁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା। ଭଉଣୀ ଚାକିରୀ ଛାଡ଼ିବା ପାଇଁ ଦୀଲାବର ବାଧ୍ୟକରୁଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଞ୍ଜ

Tags: