ପ୍ରେମ ପାଇଁ ପ୍ୟାଲେସ୍‌ ତ୍ୟାଗ

ଜାପାନ: ପୁରୁଷବନ୍ଧୁଙ୍କୁ ବିବାହ କରିବା ପାଇଁ ରୟାଲ ଟାଇଟଲ ପରିତ୍ୟାଗ କରିଥିବା ଜାପାନର ରାଜକୁମାରୀ ମାକୋ ଏବଂ ତାଙ୍କ ସ୍ୱାମୀ କେଇ କୋମୁରା ଏବେ ଆମେରିକାରେ ରହିବେ । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ, ରାଜକୁମାରୀ ମାକୋ ସ୍ୱାମୀଙ୍କ ସହ ନୁ୍ୟୟର୍କ ସହରରେ ଗୋଟିଏ କୋଠରୀ ଥିବା ଘରେ ରହିବାକୁ ଯାଉଛନ୍ତି । ଜାପାନର ବର୍ତ୍ତମାନର ରାଜ ନାରୁ ହିତୋଙ୍କ ଭାଇ ପ୍ରିନ୍‌ସ ଆକିଶିନୋଙ୍କ ଝିଅ ହେଉଛନ୍ତି ମାକୋ । ବହୁ ବାଦବିବାଦ ପରେ ସେ ଗତ […]

Samaya Live Picture
Published On

ଜାପାନ: ପୁରୁଷବନ୍ଧୁଙ୍କୁ ବିବାହ କରିବା ପାଇଁ ରୟାଲ ଟାଇଟଲ ପରିତ୍ୟାଗ କରିଥିବା ଜାପାନର ରାଜକୁମାରୀ ମାକୋ ଏବଂ ତାଙ୍କ ସ୍ୱାମୀ କେଇ କୋମୁରା ଏବେ ଆମେରିକାରେ ରହିବେ । ଜାପାନ ମିଡିଆ ରିପୋର୍ଟ ଅନୁଯାୟୀ, ରାଜକୁମାରୀ ମାକୋ ସ୍ୱାମୀଙ୍କ ସହ ନୁ୍ୟୟର୍କ ସହରରେ ଗୋଟିଏ କୋଠରୀ ଥିବା ଘରେ ରହିବାକୁ ଯାଉଛନ୍ତି ।

ପ୍ରେମ ପାଇଁ ପ୍ୟାଲେସ୍‌ ତ୍ୟାଗ

ଜାପାନର ବର୍ତ୍ତମାନର ରାଜ ନାରୁ ହିତୋଙ୍କ ଭାଇ ପ୍ରିନ୍‌ସ ଆକିଶିନୋଙ୍କ ଝିଅ ହେଉଛନ୍ତି ମାକୋ । ବହୁ ବାଦବିବାଦ ପରେ ସେ ଗତ ମଙ୍ଗଳବାର ତାଙ୍କର କ୍ଲାସମେଟ୍‌ କେଇ କୋମୁରାଙ୍କୁ ବିବାହ କରିଛନ୍ତି । ଦୀର୍ଘ ୮ ବର୍ଷ ରିଲେସନସିପରେ ରହିବା ପରେ ପ୍ରେମ ପାଇଁ ବିଳାସପୂର୍ଣ୍ଣ ଜୀବନକୁ ଛାଡ଼ିଦେଇଛନ୍ତି । ଏହାସହ ନିଜର ରାଜକୀୟ ଟାଇଟଲକୁ ପରିତ୍ୟାଗ କରିଛନ୍ତି ।

ପ୍ରେମ ପାଇଁ ପ୍ୟାଲେସ୍‌ ତ୍ୟାଗ

ଜାପାନର ନିୟମ ଅନୁଯାୟୀ ଯଦି ରାଜକୀୟ ପରିବାରର ସନ୍ତାନ କୌଣସି ସାଧାରଣ ବ୍ୟକ୍ତିଙ୍କୁ ବିବାହ କରୁଛନ୍ତି, ତାହାଲେ ତାଙ୍କୁ ରୟାଲ ଟାଇଟଲ ଛାଡ଼ିବାକୁ ପଡ଼ିବ । କେବଳ ସେତିକି ନୁହେଁ ରାଜପରିବାର ଛାଡ଼ିବା ପରେ ରାଜକୁମାରୀ ମାକୋ ୯ କୋଟି ଟଙ୍କା ପାଇବାର ଅଧିକାରୀ ଥିଲେ, ହେଲେ ରାଜକୁମାରୀ ଏହି ଅର୍ଥ ନେବାକୁ ପ୍ରତ୍ୟାଖାନ କରିଦେଇଛନ୍ତି ।

ପ୍ରେମ ପାଇଁ ପ୍ୟାଲେସ୍‌ ତ୍ୟାଗ

କୁହାଯାଉଛି ଯେ ଆଗକୁ ରାଜକୁମାରୀ ଆମେରିକାରେ ଚାକିରୀ କରିପାରନ୍ତି । ନବଦମ୍ପତ୍ତି ଏବେ ଟୋକିଓର ଏକ ଆପାର୍ଟମେଣ୍ଟରେ ରହିବାକୁ ଯୋଜନା କରୁଛନ୍ତି ଏବଂ ପରେ ଆମେରିକା ଯିବେ । ମାକୋଙ୍କ ସ୍ୱାମୀ କୋମୁରା ପେଶାରେ ଜଣେ ଓକିଲ ଏବଂ ସେ ଆମେରିକାର ଏକ ଫାର୍ମରେ କାମ କରୁଛନ୍ତି ।

ପ୍ରେମ ପାଇଁ ପ୍ୟାଲେସ୍‌ ତ୍ୟାଗ

ଉଭୟଙ୍କ ବିବାହ ଖୁବ ସାଧାରଣ ଢଙ୍ଗରେ ଆୟୋଜିତ ହୋଇଥିଲା । ମାକୋ ଏବଂ ତାଙ୍କ ୩୦ ବର୍ଷୀୟ ସ୍ୱାମୀ କୋମୁରା ୨୦୧୭ରେ ନିଜ ନିର୍ବନ୍ଧ ସମ୍ପର୍କରେ ଘୋଷଣା କରିଥିଲେ ।