ସିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟକୁ ବିରୋଧ, ଆତ୍ମାହୁତି ଦେଲେ ଜାପାନୀ ବ୍ୟକ୍ତି
ଟୋକିଓ: ଚଳିତ ମାସରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ କରିବା ଲାଗି ସରକାର କରୁଥିବା ଯୋଜନାକୁ ବିରୋଧ କରି ଆତ୍ମାହୁତି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ‘ଟିଭି ଆସାହି’ କହିଛି, ଆଜି ପ୍ରତ୍ୟୁଷରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ନିକଟରେ ଲୋକଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କର ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ତାଙ୍କ […]
ଟୋକିଓ: ଚଳିତ ମାସରେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଅନ୍ତ୍ୟେଷ୍ଟିକ୍ରିୟା ରାଷ୍ଟ୍ରୀୟ ମର୍ଯ୍ୟାଦାରେ ସମ୍ପନ୍ନ କରିବା ଲାଗି ସରକାର କରୁଥିବା ଯୋଜନାକୁ ବିରୋଧ କରି ଆତ୍ମାହୁତି ଦେଇଥିବା ଜଣେ ବ୍ୟକ୍ତିଙ୍କୁ ଅଚେତ ଅବସ୍ଥାରେ ଡାକ୍ତରଖାନାକୁ ନିଆଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ‘ଟିଭି ଆସାହି’ କହିଛି, ଆଜି ପ୍ରତ୍ୟୁଷରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ କାର୍ଯ୍ୟାଳୟ ନିକଟରେ ଲୋକଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ । ତାଙ୍କର ଶରୀର ସମ୍ପୂର୍ଣ୍ଣ ପୋଡ଼ିଯାଇଛି । ତାଙ୍କ ଦେହରୁ ନିଆଁ ଲିଭାଇବାକୁ ଉଦ୍ୟମ କରିଥିବା ଜଣେ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି ।

‘କ୍ୟୋଡୋ’ ଓ ଅନ୍ୟାନ୍ୟ ନିଉଜ୍ ଏଜେନ୍ସି କହିଛନ୍ତି, ଲୋକଟି ପୋଡ଼ିଯାଉଛି ବୋଲି ସକାଳ ୭ଟା ବେଳେ ପୁଲିସକୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରୁ ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକୁ ବିରୋଧ କରି ଲେଖାଯାଇଥିବା ଚିଠିଟାଏ ମଧ୍ୟ ମିଳିଛି ।
କି;ୁ, ଉପରୋକ୍ତ ରିପୋର୍ଟ ବିଷୟରେ ପୁଲିସ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ କ୍ୟାବିନେଟ୍ ଅଫିସ ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି । ସ୍ମରଣଯୋଗ୍ୟ, ଶାସକ ‘ଲିବେରାଲ୍ ଡେମୋକ୍ରେଟିକ୍ ପାର୍ଟି’ (ଏଲଡିପି) ପାଇଁ ପ୍ରଚାର ଅଭିଯାନରେ ଭାଷଣ ଦେଉଥିବା ବେଳେ ଜୁଲାଇ ୮ ତାରିଖ ଦିନ ଦୀର୍ଘ ଦିନ ଜାପାନ ଶାସନ କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଆବେଙ୍କୁ ହତ୍ୟା କରାଯାଇଥିଲା । ସର୍ବସାଧାରଣଙ୍କଠାରୁ ସଂଗୃହୀତ ଅର୍ଥରେ ସେପେଫମ୍ବର ୨୭ ତାରିଖ ଦିନ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ସମ୍ପନ୍ନ କରାଯିବ ।

ଏଥିରେ ଜାପାନ ଓ ବିଦେଶରୁ ପ୍ରାୟ ୬୦୦୦ ଜନତା ଯୋଗ ଦେବେ । ସୂଚନାଯୋଗ୍ୟ, ଜାପାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାସମ୍ପନ୍ନ ଶେଷକୃତ୍ୟ ଖୁବ୍ ବିରଳ ହୋଇଥିବାରୁ ଏ ବିଷୟରେ ନିଷ୍ପତ୍ତି ନେବା ବିବାଦୀୟ ହୋଇଥାଏ । ଜାପାନର ଅର୍ଦ୍ଧେକ ଜନତା ଆବେଙ୍କ ରାଷ୍ଟ୍ରୀୟ ଅନ୍ତ୍ୟେଷ୍ଟିକୁ ବିରୋଧ କରୁଥିବା କଥା ନିକଟ ଅତୀତରେ ହୋଇଥିବା ସର୍ଭେରୁ ଜଣାପଡ଼ିଛି ।




